fbpx

ଏ ମାଟି ଚଣ୍ଡାଶୋକରୁ ଧର୍ମାଶୋକରେ ପରିଣତ କରିଥିଲା: ରାଷ୍ଟ୍ରପତି

ଖୋର୍ଦ୍ଧା,୮ା୧୨(ଓଡ଼ିଶା ଭାସ୍କର): ଖୋର୍ଦ୍ଧା ବରୁଣେଇରେ ପାଇକ ବିଦ୍ରୋହ ସ୍ମାରକୀର ଶିଳାନ୍ୟାସ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ସେହି କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ଅଭିଭାଷଣ ରଖିଥିଲେ । ସେ ଜୟ ଜଗନ୍ନାଥ କହି ଓଡ଼ିଆରେ ଉଦବୋଧନ ଆରମ୍ଭ କରିଥିଲେ । ସେ କହିଥିଲେ  ଏହି ସ୍ମାରକୀ ପରବର୍ତ୍ତୀ ପିଢି ପାଇଁ ପ୍ରେରଣାର ସ୍ରୋତ ସାଜିବ । ସଂଗ୍ରାମୀ ପାଇକଙ୍କ ବୀରତ୍ୱକୁ ସେ ମନେ ପକାଇଥିଲେ । ପାଇକ ବିଦ୍ରୋହରେ ଓଡ଼ିଶାର ସବୁ ବର୍ଗର ଲୋକ ସାମିଲ ଥିଲେ । ସ୍ମାରକୀ ହେଲେ ପାଇକ ବିଦ୍ରୋହ ସହ ଜଡ଼ିତ ତଥ୍ୟ ମିଳିବ । ବିଦେଶୀ ପର୍ଯ୍ୟଟକ ଓ ଯୁବକମାନେ ବିଭିନ୍ନ ତଥ୍ୟ ଜାଣିପାରିବେ । ଉତ୍କଳ ଜନନୀର ଶକ୍ତି ଚଣ୍ଡାଖୋଲକୁ ଧର୍ମଶୋକ କରିଥିଲା । ଉତ୍କଳ ଗୌରବ, ଉତ୍କଳ ମଣି ଓ ବିଜୁବାବୁଙ୍କୁ ସ୍ମରଣ କରିଥିଲେ ରାଷ୍ଟ୍ରପତି । ଉତ୍କଳର ଉତ୍କର୍ଷର କଳା, ସ୍ୱାଭିମାନୀ ଜାତି ଓ ପରମ୍ପରାକୁ ପ୍ରଶଂସା କରିଥିଲେ। ନବ ଭାରତର ନିର୍ମାଣ ପାଇଁ ଆହ୍ୱାନ ମଧ୍ୟ ଦେଇଛନ୍ତି ରାଷ୍ଟ୍ରପତି । ଏହାସହ ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କୁ ଧନ୍ୟବାଦ ଜଣାଇଥିଲେ ।

ସେହି କାର୍ଯ୍ୟକ୍ରମରେ ରାଜ୍ୟପାଳ ପ୍ରଫେସର ଗଣେଷୀ ଲାଲ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ, କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରତାପ ଷଡ଼ଙ୍ଗୀ ଉପସ୍ଥିତ ରହିଥିଲେ ।

Get real time updates directly on you device, subscribe now.