fbpx

ବିଦ୍ୟୁତ ଆଘାତରେ ଚାଲିଗଲା ୩ ଜୀବନ: ଛେଳିକୁ ବଞ୍ଚାଇବାକୁ ଯାଇ ମୃତ୍ୟୁ

ତେଲକୋଇ: ରାଜ୍ୟରେ ଏକ ମରଣଯନ୍ତା ସାଜିଛି ବିଦ୍ୟୁତ ଆଘାତ । ପ୍ରତିଦିନ କିଛି ନା କିଛି ବିଦ୍ୟୁତ ଜନିତ ମୃତ୍ୟୁ ଘଟଣା ସାମନାକୁ ଆସୁଛି । ଏବେ ତେଲକୋଇ ଅଞ୍ଚଳରୁ ଏମିତି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି । ଏଠାକାର ୩ ଜଣ ମହିଳା ବିଦ୍ୟୁତ ଆଘାତରେ ପ୍ରାଣ ହରାଇଥିବା ସୂଚନା ମିଳିଛି । ବିମଳା ପଞ୍ଚାୟତର ଟାଙ୍ଗିରି ଗାଁର ୩ ମହିଳା ବିଦ୍ୟୁତ ସଂସ୍ପର୍ଶରେ ଆସି ପ୍ରାଣ ହରାଇଛନ୍ତି । ଏହାପରେ ସାରା ଗାଁରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି ।

ସୂଚନା ଅନୁସାରେ, କେନ୍ଦୁଝର ଜିଲ୍ଲା ତେଲକୋଇ ଥାନାର ଟାଙ୍ଗିରି ଗାଁରେ ୩ ଜଣ ମହିଳାଙ୍କ ବିଦ୍ୟୁତ ଆଘାତ ହୋଇଛି । ଫଳରେ ସମସ୍ତେ ପ୍ରାଣ ହରାଇଛନ୍ତି । ତେବେ ଛେଳିକୁ ବଞ୍ଚାଇବାକୁ ଯାଇ ଏମାନେ ପ୍ରାଣ ହରାଇଥିବା ଜାଣିବାକୁ ମିଳିଛି । ବିଦ୍ୟୁତ ଆଘାତରେ ୩ ଜଣ ମହିଳାଙ୍କ ମୃତ୍ୟୁକୁ ନେଇ ଏବେ ସାରା ଅଞ୍ଚଳରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି ।

Get real time updates directly on you device, subscribe now.