fbpx

ଜିରୋ ବାଲାନ୍ସ ଆକାଉଣ୍ଟଧାରୀମାନେ ଏବେ ଉଠାଇପାରିବେ ୧୦ହଜାର ଟଙ୍କା, ଜାଣନ୍ତୁ କିପରି ?

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଜନଧନ ଯୋଜନା ଆକାଉଣ୍ଟଧାରୀମାନେ ଏବେ ବ୍ୟାଙ୍କିଙ୍ଗ ସେବାରେ ସର୍ବଭାରତୀୟ ସ୍ତରରେ ସୁବିଧା ପାଇବା ସହିତ ଅନେକ ଆର୍ôଥକ ସୁବିଧା ପାଇପାରିବେ । ପ୍ରଧାନମନ୍ତ୍ରୀ ଜନ-ଧନ ଯୋଜନା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ୧୫ ଅଗଷ୍ଟ ୨୦୧୪ରେ ସ୍ୱାଧୀନତା ଦିବସ ଅଭିଭାଷଣରେ ଘୋଷଣା କରାଯାଇଥିଲା ଏବଂ ଆର୍ôଥକ ଅନ୍ତର୍ଭୂକ୍ତିକୁ ପ୍ରୋତ୍ସାହିତ କରିବା ପାଇଁ ୨୮ ଅଗଷ୍ଟ ୨୦୧୪ରେ ଆରମ୍ଭ କରାଯାଇଥିଲା ।

ବ୍ୟାଙ୍କିଙ୍ଗ୍, ଟଙ୍କା ପଠାଇବା, ଋଣ, ବୀମା, ପେନ୍ସନ୍ ଭଳି ଆର୍ଥିକ ସେବାରେ ଲୋକଙ୍କ ସୁଲଭ ସୁବିଧା ସୁନିଶ୍ଚିତ କରିବାକୁ ଏହି ଜାତୀୟ ମିଶନ୍ ଆରମ୍ଭ କରାଯାଇଥିଲା । ପ୍ରଧାନମନ୍ତ୍ରୀ ଜନ-ଧନ ଯୋଜନାର ଆକାଉଣ୍ଟଧାରୀମାନେ ଏହି ଜିରୋ ବାଲାନ୍ସ ଆକାଉଣ୍ଟରେ ୧୦,୦୦୦ ଟଙ୍କା ପର୍ଯ୍ୟନ୍ତ ଓଭରଡ୍ରାଫ୍ଟ ସୁବିଧା ପାଇପାରିବେ । ଓଭରଡ୍ରାଫ୍ଟ ସୀମା ପୂର୍ବରୁ ୫୦୦୦ ଟଙ୍କା ଥିଲା, ଯାହା ପରେ ଦ୍ୱିଗୁଣିତ ହୋଇ ୧୦,୦୦୦ ଟଙ୍କା ବୃଦ୍ଧି କରାଯାଇଛି ।

୨,୦୦୦ ଟଙ୍କା ପର୍ଯ୍ୟନ୍ତ ଓଭରଡ୍ରାଫ୍ଟ ବିନା ସର୍ତ୍ତରେ ଉପଲବ୍ଧ । ଓଭରଡ୍ରାଫ୍ଟ ସୁବିଧା ପାଇବା ପାଇଁ ତୁମର ଜନଧନ ଆକାଉଣ୍ଟ ଅତିକମ୍ରେ ୬ ମାସ ପୁରୁଣା ହେବା ଉଚିତ । ନଚେତ୍ ତୁମେ କେବଳ ୨,୦୦୦ ଟଙ୍କା ପର୍ଯ୍ୟନ୍ତ ଏକ ଓଭରଡ୍ରାଫ୍ଟ ପାଇପାରିବ । ଓଭରଡ୍ରାଫ୍ଟ ପାଇଁ ବୟସ ସୀମା ମଧ୍ୟ ୬୦ରୁ ୬୫ ବର୍ଷକୁ ବୃଦ୍ଧି କରାଯାଇଛି ।

Get real time updates directly on you device, subscribe now.