fbpx

ରାତି ଅଧରେ ପୁଷ୍ପା ଷ୍ଟାଇଲରେ ହେଉଥିଲା କାଠ ଚୋରା ଚାଲାଣ ! ମାଡ଼ି ବସିଲା ବନ ବିଭାଗ

ସାରା ଦେଶରେ ପୁଷ୍ପା ଫିଲ୍ମ ରିଲିଜ ହେବା ପରେ ଅନେକ ଲୋକଙ୍କୁ ଏହାର ନିଶା ଘାରିଛି । ଏମିତିକି ଚୋରମାନେ ମଧ୍ୟ ଅଲ୍ଲୁ ଅର୍ଜୁନଙ୍କ ଷ୍ଟାଇଲକୁ କପି କରିବା ଆରମ୍ଭ କରିଛନ୍ତି । ପୁଷ୍ପା ଷ୍ଟାଇଲରେ ଚାଲିଥିଲା ବେଆଇନ କାଠ ଚୋରି । ତେବେ ଏହାର ସୁରାଗ ପୋଲିସ ହାତରେ ପଡିଯାଇଥିଲା । ଏହାପରେ ଦୁର୍ବୃତ୍ତଙ୍କ ଚୋରି ଯୋଜନାର ଫସର ଫାଟିଛି । ବନ ବିଭାଗ ଏବଂ ପୋଳିସ ମିଳିତ ଚଢାଉ କରି କାଠ ଜବତ କରିବା ସହ ସେମାନଙ୍କୁ ଗିରଫ କରିଛି ।

ସୂଚନା ଅନୁସାରେ, ରାତି ଅଧରେ ଦୁର୍ବୁତ୍ତ କାଠ ଚୋରା ଚାଲାଣ ପାଇଁ ପ୍ଲାନ ଚଳାଇଥିଲେ । କିନ୍ତୁ ଖବର ପାଇ ଦୁର୍ବୃତ୍ତଙ୍କୁ ମାଡି ବସିଛି ବନ ବିଭାଗ । କାଠ ଚୋରି କରି ଦୁର୍ବୁତ୍ତ ପିକଅପ୍ ଭ୍ୟାନରେ ନେଇ ଯାଉଥିବା ସମୟରେ ଧରିଛି ପ୍ରଶାସନ । ବଲାଙ୍ଗିର ଜିଲ୍ଲା ସଦର ରେଞ୍ଜ କାଲିଝରଣ ଅନ୍ତର୍ଗତ ମହିମୁଣ୍ଡା ବଲାଙ୍ଗିର ରାସ୍ତାରେ ଚାଲିଥିଲା ଏହି ଚୋରା କାଠ ଚାଲାଣ । ତେବେ ଖବର ପାଇ ଏହି ଚୋରା କାଠ ବୋଝେଇ ପିକଅପକୁ ବନ ବିଭାଗ ଜବତ କରିଛି । କେବଳ ସେତିକି ନୁହେଁ, ପିକଅପ୍ ଭିତରୁ ଲକ୍ଷାଧିକ ଟଙ୍କାର ମୂଲ୍ୟବାନ କାଠ ପଟା ମଧ୍ୟ ଜବତ କରାଯାଇଛି । ରାତିରେ ବନ ବିଭାଗର ଏକ ଟିମ ପେଟ୍ରୋଲିଙ୍ଗ୍ କରୁଥିବା ବେଳେ କାଠ ଚୋରା ଚାଲାଣ ହେଉଥିବା ନେଇ ଖବର ପାଇଥିଲା । ବନ ଅଧିକାରୀଙ୍କ ନିର୍ଦ୍ଦେଶରେ ଏକ ସ୍ୱତନ୍ତ୍ର ସ୍କ୍ୱାର୍ଡ ମହିମୁଣ୍ଡା ନିକଟରେ ଛକି ଦୁର୍ବୃତ୍ତଙ୍କୁ ବସିଥିଲା । କାଠ ବୋଝେଇ ପିକଅପ ଗାଡ଼ିଟି ଆସିବା ପରେ ମାଡି ବସିଥିଲେ ଜଙ୍ଗଲ କର୍ମଚାରୀ ।

ତେବେ ଏହାରି ମଧ୍ୟରେ ପିକଅପ୍ ଡ୍ରାଇଭର ଗାଡ଼ି ଛାଡ଼ି ଘଟଣାସ୍ଥଳରୁ ଫେରାର ହେବାରେ ସକ୍ଷମ ହୋଇଛି । ପିକଅପ ଗାଡ଼ି ସହିତ କାଠ ଜବତ କରି ଅଧିକ ତଦନ୍ତ ଜାରି ରଖିଛି ବନ ବିଭାଗ । ଗାଡ଼ି ଭିତରୁ ଜବତ ହୋଇଥିବା ୯୧ ଖଣ୍ଡ ସାଇଜ ସାଳ କାଠର ମୂଲ୍ୟ ପାଖାପାଖି ୧ ଲକ୍ଷ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି । ତେବେ ଏହି କାଠକୁ କିଏ ଏବଂ କେଉଁଠାକୁ ଚୋରା ଚାଲାଣ କରୁଥିଲା ତାହା ତଦନ୍ତ ପରେ ଜଣାପଡିବ । ଏନେଇ ବନ ବିଭାଗର ତଦନ୍ତ ଜାରି ରଖିଥିବା ସଦର ରେଞ୍ଜର କେଶବ କିଶୋର ନାୟକ ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.