fbpx

ବୋହୂ ଘର କାମ କରିବା ନିଷ୍ଠୁରତା ନୁହେଁ, ଚାକର ସହିତ ତୁଳନା କାରପାରିବେ ନାହିଁ: ହାଇକୋର୍ଟ

ମୁମ୍ବାଇ: ବିବାହିତା ମହିଳାଙ୍କୁ ଘର କାମ କରିବାକୁ କହିବା ନିଷ୍ଠୁରତା ନୁହେଁ। ଏହାକୁ ଚାକରାଣୀଙ୍କ କାମ ସହିତ ତୁଳନା କରାଯାଇପାରିବ ନାହିଁ ବୋଲି ହାଇକୋର୍ଟ କହିଛନ୍ତି। ଏକ ଘରୋଇ ମାମଲାର ଶୁଣାଣି କରି ବମ୍ବେ ହାଇକୋର୍ଟ ଗୁରୁବାର ଏଭଳି ରାୟ ଶୁଣାଇଛନ୍ତି। ଜଣେ ମହିଳା ତାଙ୍କ ଅଭିଯୋଗରେ କହିଥିଲେ ଯେ, ବିବାହ ପରେ ଶାଶୂଘରେ ତାଙ୍କୁ ଏକ ମାସ ଭଲ ବ୍ୟବହାର କରାଯାଇଥିଲା, କିନ୍ତୁ ଏହା ପରେ ସେମାନେ ତାଙ୍କୁ ଚାକରାଣୀ ଭଳି ବ୍ୟବହାର କରିବା ଆରମ୍ଭ କରିଥିଲେ।

ତେବେ ମହିଳାଙ୍କ ଆବେଦନକୁ ପ୍ରତ୍ୟାଖ୍ୟାନ କରି ହାଇକୋର୍ଟ କହିଛନ୍ତି ଯେ, ଯଦି ଜଣେ ବିବାହିତା ମହିଳାଙ୍କୁ ପରିବାରର ଉଦ୍ଦେଶ୍ୟରେ ଘରୋଇ କାମ କରିବାକୁ କୁହାଯାଏ, ତେବେ ଏହାର ଅର୍ଥ ନୁହେଁ ଯେ ତାଙ୍କୁ ଚାକରାଣୀ ଭଳି ବ୍ୟବହାର କରାଯିବା ଉଚିତ୍। ଯଦି ମହିଳା ଘରର କାମ କରିବାକୁ ଇଚ୍ଛା ନକରନ୍ତି, ତେବେ ସେ ବିବାହ ପୂର୍ବରୁ ଏହା କହିବା ଉଚିତ୍ ଯାହା ଦ୍ୱାରା ପୁଅମାନେ ଏବିଷୟରେ ବିବାହ ପୂର୍ବରୁ ପୁନର୍ବାର ଚିନ୍ତା କରିପାରିବ। ତିବ ବିବାହ ପରେ ଯଦି ଏହି ସମସ୍ୟା ଉପୁଜେ, ତେବେ ଏହାର ଶୀଘ୍ର ଯତ୍ନ ନିଆଯିବା ଉଚିତ୍ ବୋଲି ମଧ୍ୟ କୋର୍ଟ କହିଥିଲେ।

ହାଇକୋର୍ଟ ତାଙ୍କ ଆଦେଶରେ ଏହା ମଧ୍ୟ କହିଛନ୍ତି ଯେ, ମହିଳା ଜଣକ କେବଳ ତାଙ୍କୁ ହଇରାଣ କରିଛନ୍ତି ବୋଲି କହିଥିଲେ। କିନ୍ତୁ ସେ ତାଙ୍କ ଅଭିଯୋଗର କୌଣସି କାର୍ଯ୍ୟ ବିଷୟରେ ସୂଚନା ଦେଇନାହାନ୍ତି। କୋର୍ଟ କହିଥିଲେ ଯେ, ଭାରତୀୟ ଦଣ୍ଡ ସଂହିତା ଧାରା ୪୯୮କ ଅନୁଯାୟୀ ‘ମାନସିକ ଏବଂ ଶାରୀରିକ ନିର୍ଯାତନା ଶବ୍ଦର କେବଳ ବ୍ୟବହାର ଯଥେଷ୍ଟ ନୁହେଁ, ଯଦି ଏହିପରି କାର୍ଯ୍ୟର ଅଭିଯୋଗରେ ବର୍ଣ୍ଣନା ନହୁଏ।’ ଏହା ସହ ଜଷ୍ଟିସ ବିବେକ କାନକାନୱାଡି ଏବଂ ଜଷ୍ଟିସ ରାଜେଶ ପାଟିଲଙ୍କ ବେଞ୍ଚ ଅକ୍ଟୋବର ୨୧ରେ ମହିଳାଙ୍କ ସ୍ୱାମୀ ଏବଂ ତାଙ୍କ ପିତାମାତାଙ୍କ ବିରୋଧରେ ଦାଖଲ ହୋଇଥିବା ଏଫ୍ଆଇଆର୍ କୁ ଖଣ୍ଡନ କରିଛି।

Get real time updates directly on you device, subscribe now.