୪୬୫ ଥର କନିଆଁ ସାଜିଛନ୍ତି ଅଭିନେତ୍ରୀ ରାନୀ: ହେଲେ ପ୍ରକୃତ ଜୀବନରେ କରିନାହାନ୍ତି ବିବାହ

ଅଭିନେତ୍ରୀ ରାନୀ ଚାଟାର୍ଜୀଙ୍କୁ ଭୋଜପୁରୀ ଇଣ୍ଡଷ୍ଟ୍ରିର ରାଣୀ କହିଲେ କିଛି ଭୁଲ୍ ହେବ ନାହିଁ । ଅଭିନେତ୍ରୀ କେବଳ ନିଜ ସୌନ୍ଦର୍ୟ୍ୟ ପାଇଁ ନୁହେଁ ବରଂ ତାଙ୍କ ଅଭିନୟ ପାଇଁ ମଧ୍ୟ ଦର୍ଶକଙ୍କ ହୃଦୟ ଜିତିଛନ୍ତି । ଏହି ଅଭିନେତ୍ରୀଙ୍କ ଲକ୍ଷ ଲକ୍ଷ ପ୍ରଶଂସକ ଅଛନ୍ତି । ଏହି କାରଣରୁ ତାଙ୍କ ସୌନ୍ଦର୍ୟ୍ୟର ଚର୍ଚ୍ଚା ସବୁଠି ।

ଆପଣ ଜାଣିଛନ୍ତି କି, ଏହି ଅଭିନେତ୍ରୀ ଏପର୍ୟ୍ୟନ୍ତ ୪୬୫ଥର କନିଆଁ ହୋଇ ସାରିଛନ୍ତି । ବର୍ଷ ବର୍ଷ ଧରି ରାନୀ ଚାଟାର୍ଜୀ ଭୋଜପୁରୀ ଇଣ୍ଡଷ୍ଟ୍ରିରେ ରାଜ କରୁଛନ୍ତି । ଆଜି ମଧ୍ୟ ତାଙ୍କ ଜଲୱା ଜାରି ରହିଛି । ତେବେ ରାନୀଙ୍କୁ ଏମିତି ଭୋଜପୁରୀ କୁଇନ୍ କୁହାଯାଏନି, ତାଙ୍କ ଲୁକ୍ ସହ ଜବରଦସ୍ତ ଅଭିନୟ ଲୋକଙ୍କ ମନ କିଣି ନେଇଥାଏ । ଏହି କାରଣ ପାଇଁ ଆଜି ବି ତାଙ୍କର ଲକ୍ଷ ଲକ୍ଷ ପ୍ରଶଂସକ ରହିଛନ୍ତି । ରାନୀଙ୍କ ନାଁ ଇଣ୍ଡଷ୍ଟ୍ରିରେ ଅନେକ ଅଭିନେତାଙ୍କ ସହ ଯୋଡ଼ା ଯାଇଥିଲା । କିନ୍ତୁ ସେ ଏପର୍ୟ୍ୟନ୍ତ ବିବାହ କରିନାହାଁନ୍ତି । ଯଦିଓ ତାଙ୍କ ପାଇଁ ଦିୱାନାଙ୍କ କମି ନାହିଁ, କିନ୍ତୁ ବର୍ତ୍ତମାନ ସୁଦ୍ଧା ରାନୀ ବିବାହଠାରୁ ଦୂରରେ ରହିଛନ୍ତି । କିନ୍ତୁ ଆଶ୍ଚର୍ଯ୍ୟର କଥା ହେଉଛି ବାସ୍ତବ ଜୀବନରେ ବିବାହ କରିନଥିବା ରାନୀ ପରଦାରେ ୪୬୫ଥର କନିଆଁ ହୋଇ ସାରିଛନ୍ତି । ରାନୀ ନିଜେ ଏକ ଇନଷ୍ଟାଗ୍ରାମ ପୋଷ୍ଟ ସେୟାର କରି ଏହି ସୂଚନା ଦେଇଛନ୍ତି । ଅଭିନୟ କ୍ୟାରିୟରର ଏତେ ବର୍ଷ ମଧ୍ୟରେ ରାନୀ ଶହ ଶହ ଥର ପରଦା ଉପରେ ବିବାହ କରିଥିବା ଦେଖିବାକୁ ମିଳିଛି । ଏବେ ତାଙ୍କୁ ଆଗାମୀ ଚଳଚ୍ଚିତ୍ରରେ ବ୍ରାଇଡାଲ ଗେଟଅପରେ ଦେଖିବାକୁ ମିଳିବ ।

ରାନୀ କହିଛନ୍ତି ଯେ, ବର୍ତ୍ତମାନ ପର୍ୟ୍ୟନ୍ତ ସେ ୪୬୫ଟି ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି । ସେହି ଫିଲ୍ମ ଗୁଡିକରେ ସେ ୪୬୫ଥର ବିବାହ କରିଛନ୍ତି । ଏବେ ‘ଗ୍ୟାଙ୍ଗଷ୍ଟର ଅଫ୍ ବିହାର’ ଫିଲ୍ମରେ ମଧ୍ୟ ସେ କନିଆଁ ବେଶ ନେବେ ବୋଲି ଜଣାଯାଇଛି । ଭୋଜପୁରୀ ଇଣ୍ଡଷ୍ଟ୍ରିର ପ୍ରସିଦ୍ଧ ଅଭିନେତ୍ରୀ ରାନୀ ଚାଟାର୍ଜୀ ଯେତିକି ଚର୍ଚ୍ଚିତ ତାଙ୍କ ପାଉଣା ବି ସେତେ ଅଧିକ । ସେ ଗୋଟିଏ ଫିଲ୍ମ ପାଇଁ ୧୦ରୁ ୧୨ ଲକ୍ଷ ଟଙ୍କା ପର୍ୟ୍ୟନ୍ତ ଚାର୍ଜ କରନ୍ତି । ଏହା ବ୍ୟତୀତ, ତାଙ୍କର ଲୋକପ୍ରିୟତା ଖୁବ୍ ଅଧିକ