fbpx

ଭିଜିଲାନ୍ସ ଜାଲରେ ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ: କ୍ରିପ୍ଟୋ ଲିଙ୍କ ଥିବା ସୂଚନା!

ଭୁବନେଶ୍ୱର: ଭୁବନେଶ୍ୱର ଆରଡବ୍ଲୁଏସଏସ ଅତିରିକ୍ତ ମୁଖ୍ୟ ଯନ୍ତ୍ରୀଙ୍କ ଘରେ ହୋଇଛି ରେଡ୍ । ଆରଡବ୍ଲୁଏସଏସ ର ନିହାର ରଞ୍ଜନ ଦାସଙ୍କ ଘରେ ଭିଜିଲାନ୍ସ ରେଡ ହୋଇଥିବା ଜଣାପଡିଛି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରେଡ୍ ହୋଇଛି । ଭୁବନେଶ୍ୱର, ସମ୍ବଲପୁର, ବରଗଡ଼ ଓ ଖୋର୍ଦ୍ଧାରେ ରେଡ୍ ହୋଇଥିବା ସୂଚନା ମିଳିଛି । ଏହା ସହ ଅତିରିକ୍ତ ମୁଖ୍ୟଯନ୍ତ୍ରୀଙ୍କ କ୍ରିପ୍ଟୋ କରେନ୍ସି ଲିଙ୍କ୍ ପାଇଛି ଭିଜିଲାନ୍ସ ।

ନିହାରଙ୍କ ଘର ରେଡ୍ ବେଳେ କ୍ରିପ୍ଟୋ ଲିଙ୍କ ଠାବ ହୋଇଥିବା ଭିଜିଲାନ୍ସ ସୂଚନା ଦେଇଛି । ସୂଚନା ଅନୁସାରେ, ରେଡ୍ ବେଳେ ଡକ୍ୟୁମେଣ୍ଟ ନଷ୍ଟ କରିବାକୁ ନିହାର ଉଦ୍ୟମ କରିଥିଲେ । କିଛିଚ ଡକ୍ୟୁମେଣ୍ଟ ଓ ଗୋଟିଏ ମୋବାଇଲ ନଷ୍ଟ କରିବାକୁ ଉଦ୍ୟମ କରୁଥିବା ସମୟରେ ଧରିକପାଇଥିଲା ଭିଜିଲାନ୍ସ । ଏହି ଡକ୍ୟୁମେଣ୍ଟଗୁଡ଼ିକୁ ଉଦ୍ଧାର କରି ଭିଜିଲାନ୍ସ କ୍ରିପ୍ଟୋ ଲିଙ୍କ୍ ପାଇଥିଲା । କ୍ରିପ୍ଟୋ କାରବାର ନେଇ ୩୮ଟି ଡକ୍ୟୁମେଣ୍ଟ ପାଇଛି । ଏହା ସହ ଘରେ ରେଡ୍ ବେଳେ ମଧ୍ୟ ବିପୁଳ ସମ୍ପତ୍ତି ଜବତ କରିଛି ଭିଜିଲାନ୍ସ ଟିମ୍ । ୨ଟି କୋଠା, ସମ୍ବଲପୁରରେ ୮ଟି ପ୍ଲଟ, ୨ଟି କାର, ୨ଟି ବାଇକ୍ ଠାବ ହୋଇଛି ।

Get real time updates directly on you device, subscribe now.