ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆରଡବ୍ଲୁଏସଏସର ଅତିରିକ୍ତ ମୁଖ୍ୟଯନ୍ତ୍ରୀ ନିହାର ରଞ୍ଜନ ଦାସଙ୍କୁ ଶେଷରେ ଗିରଫ କରାଯାଇଛି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଥିବା ଜଣାପଡିଛି । କ୍ରିପ୍ଟୋ କରେନ୍ସିରେ ବି ଅର୍ଥ ନିବେଶ କରିଛନ୍ତି ନିହାର ରଞ୍ଜନ ଦାସ । କ୍ରିପ୍ଟୋ କରେନ୍ସିର ୩୮ଟି ଡକ୍ୟୁମେଣ୍ଟ ଜବତ କରିଥିଲା ଭିଜିଲାନ୍ସ । ସମ୍ବଲପୁରର ପ୍ରମୁଖ ଅଞ୍ଚଳରେ ନିହାରଙ୍କ ଏକାଧିକ ପ୍ଲଟ୍ ରହିଛି ।
ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏକ ସଙ୍ଗରେ ତାଙ୍କର ଖୋର୍ଦ୍ଧା, ସମ୍ବଲପୁର ଓ ବରଗ଼ଡ଼ ଜିଲ୍ଲା ର ୬ଟି ସ୍ଥାନରେ ଚଢ଼ଉ କରିଥିଲା ଭିଜିଲାନ୍ସ । ଆଉ ତାଙ୍କର ସମ୍ପତ୍ତି ଦେଖି ଭିଜିଲାନ୍ସ ଅଧିକାରୀ ଜଳକା ହୋଇଥିଲେ । ତାଙ୍କ ନାମରେ ୨ଟି କୋଠା, ସମ୍ବଲପୁର ରେ ୮ଟି ପ୍ଲଟ, ୨ଟି କାର୍, ୨ଟି ବାଇକ ଠାବ ହୋଇଛି । ଚଢ଼ଉରେ ୫ ଜଣ ଡିଏସ୍ପି, ୧୨ ଜଣ ଇନ୍ସପେକ୍ଟର ଓ ୧୧ ଜଣ ଏଏସ୍ଆଇ ଏବଂ ଅନ୍ୟ କର୍ମଚାରୀମାନେ ସାମିଲ ହୋଇଥିଲେ । ବର୍ତ୍ତମାନ ସୁଦ୍ଧା ବାବୁଙ୍କ ପାଖରେ ନଗଦ ୧ ଲକ୍ଷ ଟଙ୍କା କ୍ୟାସ୍ ଥିବା ସହିତ ଗୋଟିଏ କାର୍ ଓ ଦୁଇଟି ବାଇକ୍ ରହିଥିବା ଜଣାପଡିଛି ।