fbpx

ଭାରତ-ପାକ ମ୍ୟାଚରୁ ଯୁବକ ହେଲେ ଲକ୍ଷପତି: ଏହି କାମ କରି ୭୨ ଲକ୍ଷ ଜିତିଲେ କାରପେଣ୍ଟର

ନୂଆଦିଲ୍ଲୀ: କ୍ରିକେଟ ମ୍ୟାଚ ଜରିଆରେ ୭୨ ଲକ୍ଷ ଟଙ୍କା ଜିତି ଏବେ ଚର୍ଚ୍ଚାରେ ରହିଛନ୍ତି ଜଣେ କାରପେଣ୍ଟର । ଭାରତ-ପାକିସ୍ତାନ ବିଶ୍ୱକପ ମ୍ୟାଚକୁ ଏକ ସପ୍ତାହ ବିତି ଯାଇଥିଲେ ସୁଦ୍ଧା ଏହାକୁ ନେଇ ଚର୍ଚ୍ଚା ଏବେ ବି ଲାଗି ରହିଛି । ଏହି ମ୍ୟାଚ ପାଇଁ ଜଣେ ଯୁବକ ଏବେ ଲକ୍ଷପତି ହୋଇଥିବା ଘଟଣା ସାମନାକୁ ଆସିଛି । ଉତ୍ତରପ୍ରଦେଶ ମହାରାଜଗଞ୍ଜର ଜଣେ କାରପେଣ୍ଟର ରାତାରାତି ୭୨ ଲକ୍ଷ ଟଙ୍କା ହାସଲ କରି ନେଇଛନ୍ତି । ଭାରତ-ପାକ ମ୍ୟାଚର ଡ୍ରିମ ଇଲେଭେନ କରି ଏହି ଟଙ୍କା ଜିତିଛନ୍ତି ଅନିଲ ।

ମେଲବର୍ଣ୍ଣର ଐତିହାସିକ କ୍ରିକେଟ ଗ୍ରାଉଣ୍ଡରେ ମୁହାଁମୁହିଁ ହୋଇଥିଲେ ଚିର ପ୍ରତିଦ୍ୱନ୍ଦି ଭାରତ ଏବଂ ପାକିସ୍ତାନ । ଏହି ସଂଘର୍ଷପୂର୍ଣ୍ଣ ମ୍ୟାଚରେ ଏକ ରୋମାଞ୍ଚକର ବିଜୟ ହାସଲ କରିଥିଲା ଟିମ ଇଣ୍ଡିଆ । ବିରାଟଙ୍କ ଧୂଆଁଧାର ଇନିଂସ ଭାରତକୁ ଗତବର୍ଷ ବିଶ୍ୱକପର ପ୍ରତିଶୋଧ ନେବାରେ ସାହାଯ୍ୟ କରିଛି । ତେବେ ଏହି ମ୍ୟାଚରେ ଭାରତ ଜିତିଥିବା ବେଳେ ମ୍ୟାଚ ପାଇଁ ଜଣେ ଯୁବକ ଲକ୍ଷ ଲକ୍ଷ ଟଙ୍କାର ଅଧିକାରୀ ପାଲଟି ଯାଇଛନ୍ତି । ଡ୍ରିମ ଇଲେଭେନରେ ଟିମ ତିଆରି କରି ୭୨ ଲକ୍ଷ ଟଭ୍କାର ମାଲିକ ହୋଇଛନ୍ତି କାରପେଣ୍ଟେର ଅନିଲ । ତେବେ ଟାକ୍ସ କାଟିବା ପରେ ଅନିଲଙ୍କ ଆକାଉଣ୍ଟକୁ ମୋଟ ୫୦ ଲକ୍ଷ ୩୫ ହଜାର ଟଙ୍କା ଜମା ହୋଇଛି ।

ଫାଣ୍ଟାସି କ୍ରିକେଟ ଦୁନିଆର ଏକ ରଣନୀତି ଆଧାରିତ ଅନଲାଇନ ଗେମ ଭାବେ ଜଣାଶୁଣା ଏହି ଡ୍ରିମ ଇଲେଭେନ । ତେବେ ଭାରତ-ପାକିସ୍ତାନ ମ୍ୟାଚର ଅଧ ଘଣ୍ଟା ପୂର୍ବରୁ ଅନିଲ ଏହି ଟିମ ପ୍ରସ୍ତୁତ କରିଥିଲେ । ତେବେ ମ୍ୟାଚରେ ଭାରତ ବିଜୟୀ ହେବା ସହ ଅନିଲଙ୍କ କାଳ୍ପନିକ ଟିମ ରାଙ୍କିଙ୍ଗର ପହଞ୍ଚିଥିଲା । ଫଳରେ ସେ ୭୨ ଲକ୍ଷ ଟଙ୍କାର ବିଜେତା ଭାବେ ଘୋଷଣା ହୋଇଛନ୍ତି । ଏହାପରେ ଅନିଲଙ୍କ ସହ ପରିବାର ଏବଂ ସାଙ୍ଗସାଥୀଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି ।

Get real time updates directly on you device, subscribe now.