fbpx

ଧାମନଗର ନିର୍ବାଚନ ଉପରେ ସଭିଁଙ୍କ ନଜର : ଜିତିବା ପାଇଁ ସବୁ ଦଳର ପ୍ରାଣମୂଚ୍ଛା ଉଦ୍ୟମ , ଭାଙ୍ଗିବ କି ବିଜେଡିର ଉପନିର୍ବାଚନ ଜିତିବା ରେକର୍ଡ?

ଭୁବନେଶ୍ୱର: ପଡୁଛି ଉଠୁଛି ଧାମନଗର । ଚାଲିଛି ଜୋର ସୋର ନିର୍ବାଚନ ପ୍ରଚାର । କାରଣ ଆଜି ହେଉଛି ପ୍ରଚାରର ଶେଷ ଦିନ । ଆଜି ମୈଦାନରେ ଦେଖିବାକୁ ମିଳିଛି ହେବିୱେଟ ନେତା ମାନଙ୍କ ଗହଳି । ରାସ୍ତା ଘାଟରେ ବୁଲି ଘୂରୂଛି ନିର୍ବାଚନୀ ଗାଡି । ଆଉ ଚତୁଦିର୍ଗ କମ୍ପୁଛି । ବାସ ଆଉ ଦିନ କେଇଟା । ଆସନ୍ତା ନଭେମ୍ବର ୩ ତାରିଖରେ ହେବ ଭୋଟ ଗ୍ରହଣ । ଆଉ ୬ ତାରିଖରେ ପ୍ରକାଶ ପାଇବ ଫଳ । ତେବେ ନିର୍ବାଚନକୁ ନେଇ ସବୁ ଦଳ ଖୁବ ଉତ୍ସାହିତ ଥିବା ବେଳେ ଜିତିବା ପାଇଁ ଶେଷ ପ୍ରୟାସ କରୁଛନ୍ତି । ଗତକାଲି ବିଜେଡି ସୁପ୍ରିମୋ ଅବନ୍ତୀ ଦାସ ପାଇଁ ଭର୍ଚୁଆଲ ମୋଡରେ କ୍ୟାମ୍ପେନିଙ୍ଗ କରିଥିଲେ ଆଉ ଆଜି ମଇଦାନରେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶନୀ । ଷ୍ଟାର କ୍ୟାମ୍ପେନିଙ୍ଗ ସହ ପ୍ରାୟ ୩୦ହଜାର ଭୋଟ ବ୍ୟବଧାନରେ ଜିତିବେ ବୋଲି ଦାବି ବାଢ଼ୁଛି ବିଜେଡି ।

ସେପଟେ ବିଜେପି ତାର ଅନୁକମ୍ପା ଭୋଟ ଆଶାରେ ଘରକୁ ଘର ବୁଲୁଛି । ଷ୍ଟାର କ୍ୟାମ୍ପେନିଙ୍ଗ ଭାବେ ପିଙ୍କି ପ୍ରଧାନ ସୂରଜଙ୍କ ପାଇଁ ଭୋଟ ମାଗିବାକୁ ବାହାରି ପଡିଛନ୍ତି । ପ୍ରତିଶୃତି କେବଳ ଗୋଟିଏ ଧାମନଗର ବାସୀଙ୍କ ଉନ୍ନତି । ସୂର୍ଯ୍ୟବଂଶୀ ସୂରଜ ମଧ୍ୟ ଜିତିବା ଆସ୍ଥାରେ ରହିଛନ୍ତି । ଏହାସହିତ ବିଜେପି ଶାସକ ଦଳ ମଧ୍ୟ ନିନ୍ଦା କରିଛି । କହିଛି ଭୋଟ ପାଇଁ ଶାସକ ଦଳ କିଛି ବି କରିବ । ନୋଟ ସହିତ ମଦ ମାଂସ ରେ ଭରପୂର କରି ଲୋକମାନଙ୍କୁ କିଣିବା ପାଇଁ ତାର ସମସ୍ତ ପ୍ରୟାସ କରିବ ବୋଲି ଅଭିଯୋଗ ଆଣିଛି ବିଜେପି।
ସ୍ୱାଧୀନ ପ୍ରାର୍ଥୀ ରାଜେନ୍ଦ୍ର ଦାସ ମଧ୍ୟ ସ୍ୱାଭୀମାନର ଲଢ଼େଇ ପାଇଁ ଦିନ ରାତି ଏକ କରି ଭୋଟ ଭିକ୍ଷା କରୁୂଛନ୍ତି । ଧାମନଗର ମାଟିର ଉନ୍ନତି କରିବା ପାଇଁ ସେ ସ୍ୱାଧୀନରୁ ଲଢ଼ୁଛନ୍ତି । ଦେଖିବା ବାକି ରହିଲା ରାଜୁଙ୍କୁ କେତେ ସମର୍ଥନ ମିଳିପାରୁଛି ।

ସେହିପରି ଆଜି କଂଗ୍ରେସ ପ୍ରଚାର ପାଇଁ ମଇଦାନକୁ ଓହ୍ଲାଇଛନ୍ତି ପିସିସି ସଭାପତି । ସେ କହିଛନ୍ତି ଯେ ଓଡିଶାବାସୀଙ୍କୁ ଶାସକ ଦଳ ବିକାଶର ଆଶା ଦେଇ ବାସ ବୋକା ବନେଇ ଆସୁଛନ୍ତି । କିନ୍ତୁ ତାଙ୍କ ପାଖରେ ଏବେ ବିକଳ୍ପ ରହିଛି । ସେ ତାଙ୍କର ଅଞ୍ଚଳର ଯଦି ବିକାଶ ଚାହୁଁଛନ୍ତି ତେବେ କଂଗ୍ରେସକୁ ଭୋଟ ଦେବା ଆବଶ୍ୟକ ରହିଛି । ପରିବର୍ତ୍ତନ ନ ଆସିଲେ ଉନ୍ନତି ହୋଇ ପାରିବ ନାହିଁ ବୋଲି ସେ କହିଛନ୍ତି ।

ତେବେ ଆଜି ସରିବ ପ୍ରଚାର । ବାସ ଆଉ ଗୋଟିଏ ଦିନ ପରେ ଧାମନଗରବାସୀ ତାଙ୍କର ଭୋଟ ଦେବେ ଆଉ ତାଙ୍କ ପ୍ରାର୍ଥୀ ବାଛିବେ।ସ୍ୱାଭିମାନ ମାଟିରେ କେଉଁ ଦଳର ବିଜୟ ଘଟିବ ତାହା ଉପରେ ବର୍ତ୍ତମାନ ସାରା ଓଡିଶା ଚାହିଁ ରହିଛି । ତେବେ ନିଜର ପ୍ରାଣନିଚ୍ଛାବର କରି ସବୁ ଦଳର ପ୍ରାର୍ଥୀ ତାଙ୍କର ଶେଷ ଉଦ୍ୟମ କରି ଚାଲିଛନ୍ତି ତେବେ ବିଜୟ ମୁକୁଟ କିଏ ପିନ୍ଧିବ ତାହା ନଭେମ୍ବର ୬ରେ ଖୋଲାଖୋଲି ଜଣାପଡିଯିବ ।

Get real time updates directly on you device, subscribe now.