fbpx

IOCL ରେ ଆବେଦନ କରିବାକୁ ଡେଡ଼ଲାଇନ ପାଖେଇ ଆସୁଛି : ଜାଣନ୍ତୁ କଣ ରହିଛି ପ୍ରୋସେସ

ନୂଆଦିଲ୍ଲୀ: ଇଣ୍ଡିଆନ ଅଏଲ କର୍ପୋରେସନ ଲିମିଟେଡ୍‌(IOCL) ରେ ଚାକିରି କରିବାକୁ ଚାହୁଁଥିଲେ ଆସିଛି ସୁବର୍ଣ୍ଣ ସୁଯୋଗ । ଆଇଓସିଏଲ୍‌ରେ ଅଲଗା ଅଲଗା ଟ୍ରେଡ/ଟେକ୍ନସିଆନ ଅପାରଣ୍ଟିସ ପଦବୀ ପାଇଁ ରୋଜଗାର ସମାଚାର ପତ୍ରରେ ନୋଟିଫିକେସନ ଜାରି କରାଯାଛି। ନୋଟିଫିକେସନ ଅନୁଯାୟୀ ୧୨ ନଭେମ୍ବର ୨୦୨୨ ପୂର୍ବରୁ ଇଚ୍ଛୁକ ପ୍ରାର୍ଥୀ ଆବେଦନ କରିପାରିବେ।

ଏଠାରେ ଖାଲିପଡିଥିବା ପଦବୀ ତାମିଲନାଡୁ, ପଡୁଚେରୀ, କର୍ଣ୍ଣାଟକ, କେରଳ, ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ ସମେତ ଅନେକ ରାଜ୍ୟରେ ହେବ। ଅଧିକ ଜାଣିବା ପାଇଁ ଏହି ଖବର ନିଶ୍ଚିତ ପଢନ୍ତୁ।

ପଦବୀ ବିବରଣୀ : ୨୬୫

ଜରୁରୀ ତାରିଖ : ଆବେଦନ କରିବାର ଶେଷ ତାରିଖ ୧୨ ନଭେମ୍ବର ୨୦୨୨ ରହିଛି।

ଶିକ୍ଷାଗତ ଯୋଗ୍ୟତା : ଆଇଓସିଏଲରେ ଜବ ନୋଟିଫିକେସନ ଅଧିନରେ ଟ୍ରେଡ/ଟେକ୍ନିସିଆନ ଅପାରଣ୍ଟିସ ଆବେଦନ କରିବା ପାଇଁ ପ୍ରାର୍ଥୀଙ୍କର ଭିନ୍ନ ଭିନ୍ନ ଶିକ୍ଷାଗତ ଯୋଗ୍ୟତା ଆବଶ୍ୟକ। ଟ୍ରେଡ ଅପାରଣ୍ଟିସ ପଦବୀ ପାଇଁ ପ୍ରାର୍ଥୀ କୌଣସି ବିଷୟରେ ଗ୍ରାଜୁଏସନ କରିଥିବା ଜରୁରୀ। ପ୍ରାର୍ଥୀ ସର୍ବନିମ୍ନ ୫୦ ପ୍ରତିଶତ ମାର୍କ ରଖିଥିବା ଜରୁରୀ। ସେହିପରି ଡାଟା ଏଣ୍ଟ୍ରି ଅପରେଟର ପଦବୀ ରଖିଥିବା ପ୍ରାର୍ଥୀ ୧୨ଶ ପାସ୍‌ କରିଥିବା ଜରୁରୀ।

ବୟସ ସୀମା : ଇଚ୍ଛୁକ ପ୍ରାର୍ଥୀଙ୍କ ବୟସ ୧୮ରୁ ୨୪ ବର୍ଷ ହେବା ଜରୁରୀ। ଅନୁସୂଚିତ ଜାତି ଏବଂ ଜନଜାତି ପ୍ରାର୍ଥୀଙ୍କୁ ବୟସ ସୀମାରେ ୫ ବର୍ଷ ଛୁଟ୍‌ ମିଳିବ।

କେମିତି କରିବେ ଆବେଦନ ?

-ପ୍ରଥମେ ନୋଟିଫିକେସନ ଡାଉନଲୋଡ କରିବା ପାଇଁ ପ୍ରାର୍ଥୀ ଅଫିସିଆଲ  ୱେବସାଇଟ୍‌ କୁ ଯାଆନ୍ତୁ।

-ଏହା ପରେ ରିକ୍ର୍ୟୁଟମେଣ୍ଟ ସେକ୍ସନକୁ ଯାଆନ୍ତୁ।

-ଏଠାରେ ଆପଣ Engagement of 265 Trade Apprentices under the Apprentices Act , 1961 at IOCL-Southern Region (MD) ଲିଙ୍କରେ କ୍ଲିକ୍‌ କରନ୍ତୁ।

-ତା’ ପରେ IOCL Apprentice Recruitment 2022 Job Notificationଉପରେ କ୍ଲିକ କରନ୍ତୁ ।

-ଏଠାରେ ଆପଣ ନୋଟିଫିକେସନ ପଢିବା ପରେ ଅନଲାଇନ ଆବେଦନ କରିପାରିବେ।

Get real time updates directly on you device, subscribe now.