ନୂଆଦିଲ୍ଲୀ: ଭାରତୀୟ ରେଲୱେ ତରଫରୁ ଯାତ୍ରୀମାନଙ୍କ ପାଇଁ ଏକ ବଡ ଖବର ସାମନାକୁ ଆସିଛି । ଟିକେଟ ମୂଲ୍ୟକୁ ନେଇ ଏହି ପରିବର୍ତ୍ତନ କରିଛି ରେଲୱେ । ଡିଭିଜିନାଲ ରେଲୱେ ମ୍ୟାନେଜରଙ୍କ ହାତରୁ ଏହାର ମୂଲ୍ୟ ବୃଦ୍ଧି କରିବାର ଅଧିକାର ମଧ୍ୟ ଛଡାଇ ନିଆଯାଇଛି । ଏଣିକି କେବଳ ରେଳ ମନ୍ତ୍ରାଳୟ ହିଁ ପ୍ଲାଟଫର୍ମ ଟିକେଟର ମୂଲ୍ୟ ନିର୍ଦ୍ଧାରଣ କରିପାରିବେ । ଅନେକ ପ୍ଲାଟଫର୍ମରେ ଟିକେଟର ମୂଲ୍ୟ ବୃଦ୍ଧି ପାଇବା ପରେ ଯାତ୍ରୀ ଏହାକୁ ନେଇ ବିରୋଧ କରିଥିଲେ । ଏଥିପାଇଁ ରେଳ ମନ୍ତ୍ରାଳୟ ଏପରି ଏକ ନିଷ୍ପତ୍ତି ନେଇଛନ୍ତି ।
ନିକଟରେ କିଛି ବଡ ବଡ ଷ୍ଟେସନରେ ପ୍ଲାଟଫର୍ମ ଟିକେଟ ଦର ୩୦ ଟଙ୍କାରୁ ୫୦ ଟଙ୍କାକୁ ବୃଦ୍ଧି ହୋଇଥିଲା । ଯାହାକୁ ନେଇ ଯାତ୍ରୀମାନେ ବିରୋଧ କରିଥିଲେ । ଏହାକୁ ନଜରରେ ରଖି ରେଳ ମନ୍ତ୍ରାଳୟ ଡିଆରଏମଙ୍କ ହାତରୁ ଟିକେଟ ମୂଲ୍ୟ ନିର୍ଦ୍ଧାରଣର ଅଧିକାର ଛଡାଇ ନେଇଛନ୍ତି । ଏଣିକି ପ୍ଲାଟଫର୍ମ ଟିକେଟର ମୂଲ୍ୟ ରେଳ ମନ୍ତ୍ରାଳୟ ହିଁ ନିର୍ଣ୍ଣୟ କରିବେ । ତେବେ ଦିୱାଲୀ ଏବଂ ଛଠ୍ ପୂଜା ପାଇଁ ଟିକେଟ ମୂଲ୍ୟରେ ବୃଦ୍ଧି ଦେଖାଯାଇଥିଲା । କିନ୍ତୁ ଏବେ ଏହା ୧୦ ଟଙ୍କାକୁ ଫେରି ଆସିଛି ।
ଉତ୍ତର ରେଲୱେର ବରିଷ୍ଠ ମଣ୍ଡଳ ବାଣିଜ୍ୟ ପ୍ରବନ୍ଧକ ରେଖା ଶର୍ମା କହିଛନ୍ତି ଯେ, ଲକ୍ଷେ୍ନø, ବାରାଣସୀ, ବାରାବଙ୍କୀ, ଅଯୋଧ୍ୟା କେଣ୍ଟ, ଅଯୋଧ୍ୟା ଜଙ୍କସନ, ଅକବରପୁର, ଶାହଗଞ୍ଜ ସହିତ ସୁଲତାନପୁର ଜଙ୍କସନ, ବରେଲୀ, ଜଙ୍ଘଇ, ଭଦୋହୀ, ପ୍ରତାପଗଡ ଏବଂ ଉନ୍ନାଓ ଜଙ୍କସନ ଆଦି ପ୍ଲାଟଫର୍ମରେ ପ୍ଲାଟଫର୍ମ ଟିକେଟର ମୂଲ୍ୟ ଶସ୍ତା ହୋଇଥିବା ଜଣାଯାଇଛି ।