fbpx

ଚନ୍ଦ୍ର ଗ୍ରହଣରେ ବଦଳିବ ଏହି ରାଶିର ବ୍ୟକ୍ତିଙ୍କ ଭାଗ୍ୟ; ମିଳିବ ଅନେକ ସଫଳତା ହେବ ଧନ ବର୍ଷା

ହିନ୍ଦୁ ଧର୍ମରେ ଏବଂ ଜ୍ୟୋତିଷ ଶାସ୍ତ୍ରରେ ଚନ୍ଦ୍ରଗ୍ରହଣକୁ ଅଶୁଭ ବୋଲି କୁହାଯାଇଥାଏ । ଏହି ଦିନ କୌଣସି ପ୍ରକାର ଦେବ ନିତି କିମ୍ବା ଶୁଭ କାର୍ଯ୍ୟ କରାଯାଏ ନାହିଁ । ଏତତ୍ ବ୍ୟତୀତ ଏହି ଗ୍ରହଣ ରାଶିମାନଙ୍କ ଉପରେ ମଧ୍ୟ ପ୍ରଭାବ ପକାଇଥାଏ । ଫଳରେ ଏହା କିଛି ରାଶିର ବ୍ୟକ୍ତିଙ୍କ ପାଇଁ ଶୁଭ ହୋଇଥାଏ ତ ଆଉ କିଛି ରାଶିର ବ୍ୟକ୍ତିମାନଙ୍କ ପାଇଁ ଅଶୁଭ ହୋଇଥାଏ । ତେବେ ଚଳିତ ବର୍ଷ ଏହି ଚନ୍ଦ୍ର ଗ୍ରହଣ ନଭେମ୍ବର ୮ ତାରିଖ ଅର୍ଥାତ ଦେବ ଦୀପାବଳି ଦିନ ପଡୁଛି । ଯାହାକି ଭାରତର କେବଳ ପୂର୍ବଭାଗରେ ଦୃଶ୍ୟମାନ ହେବ । ଏହି ଦିନ କାର୍ତ୍ତିକ ପୂର୍ଣ୍ଣମା ପଡୁଥିବାରୁ ଏହି ଚନ୍ଦ୍ରଗ୍ରହଣକୁ ବହୁତ ଅଶୁଭ ବୋଲି କୁହାଯାଉଛି । ତେବେ ଏହି ଚନ୍ଦ୍ରଗ୍ରହଣ ସମସ୍ତ ୧୨ ଟି ରାଶି ଉପରେ ପ୍ରଭାବ ପକାଇବା ବେଳେ, ୫ ଟି ରାଶି ଉପରେ ବିଶେଷ ପ୍ରଭାବ ପକାଇବ । ଯାହାଫଳରେ ଏହି ରାଶିର ବ୍ୟକ୍ତିମାନଙ୍କୁ ଜୀବନରେ ସଫଳତା ମିଳିବା ସହ ଧନ ପ୍ରାପ୍ତିର ମଧ୍ୟ ଯେଗ ରହିଛି । ବର୍ତ୍ତମାନ ଆସନ୍ତୁ ଜାଣିବା ଏହି ୫ ରାଶି ବିଷୟରେ…

ସିଂହ: ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଚଳିତ ବର୍ଷର ଶେଷ ଚନ୍ଦ୍ରଗ୍ରହଣ ଏହି ରାଶିର ବ୍ୟକ୍ତିମାନଙ୍କ ପାଇଁ ଅନେକ ଶୁଭ ଫଳ ପ୍ରଦାନ କରିବ । ବେପାର ବାଣିଜ୍ୟରେ ବୃଦ୍ଧି ହେବା ସହ ଧନ ପ୍ରାପ୍ତିର ମଧ୍ୟ ଯୋଗ ରହିଛି । ଏଥିସହିତ ବିଭିନ୍ନ କ୍ଷେତ୍ରରେ ପରିବାର ଏବଂ ବନ୍ଧୁମାନଙ୍କ ସହେଯାଗ ମିଳିବ । ବିଦ୍ୟାର୍ଥିମାନଙ୍କର ପାଠପଢା ପ୍ରତି ରୁଚି ବଢିବାର ସମ୍ଭାବନା ରହିଛି ।

କନ୍ୟା: ଚନ୍ଦ୍ର ଗ୍ରହଣ ସମୟରେ ଏହି ରାଶିର ବ୍ୟକ୍ତିମାନଙ୍କ ମନ ଖୁସି ରହିବା ସହ ଆର୍ଥିକ ସ୍ଥିତି ମଧ୍ୟ ସୁଦୃଢ ହେବ । କାର୍ଯ୍ୟକ୍ଷେତ୍ରରେ ସଫଳତା ମିଳିବାର ଯୋଗ ରହିଛି । ଏଥିସହିତ ପରିବାରରରେ ସୁଖ ସମୃଦ୍ଧି ବୃଦ୍ଧି ପାଇବା ସହ ଜୀବନସାଥିଙ୍କ ସହ ଭଲରେ ସମୟ ଅତିବାହିତ ହେବ ।

ମକର: ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଚନ୍ଦ୍ର ଗ୍ରହଣ ସମୟରେ ମକର ରାଶିର ବ୍ୟକ୍ତିମାନଙ୍କ ମନ ପ୍ରସନ୍ନ ରହିବ । ଏଥିସହିତ ବିଭିନ୍ନ କ୍ଷେତ୍ରରେ ଆତ୍ମବିଶ୍ୱାସ ମଧ୍ୟ ବୃଦ୍ଧି ପାଇବ । ଏତତ୍ ବ୍ୟତୀତ ପାରିବାରିକ ଜୀବନ ସୁଖମୟ ହେବା ସହ କାର୍ଯ୍ୟକ୍ଷେତ୍ରରରେ ଲାଗି ରହିଥିବା ସମସ୍ୟା ମଧ୍ୟ ଦୂର ହେବ ।

କୁମ୍ଭ: ଚନ୍ଦ୍ର ଗ୍ରହଣ ସମୟରେ ଏହି ରାଶିର ବ୍ୟକ୍ତିମାନଙ୍କ କଳା ଏବଂ ସଙ୍ଗୀତ ପ୍ରତି ରୁଚି ବଢିବ । ଘରେ କୌଣସି ଧାର୍ମିକ କିମ୍ବା ମାଙ୍ଗଳିକ କାର୍ଯ୍ୟ ହେବାର ସମ୍ଭାବନା ରହିଛି । ସେହିପରି ପାରିବାରିକ ଜୀବନ ସୁଖମୟ ହେବା ସହ ବନ୍ଧୁଙ୍କ ସହେଯାଗରେ ଚାକିରୀ ପ୍ରାପ୍ତିର ମଧ୍ୟ ଯୋଗ ରହିଛି । ଏତତ୍ ବ୍ୟତୀତ ଏହି ରାଶିର ବ୍ୟକ୍ତିମାନେ ମାନ ସମ୍ମାନ ପାଇବା ସହ ଧନ ପ୍ରାପ୍ତିର ମଧ୍ୟ ଯୋଗ ରହିଛି ।

ମୀନ: ଚନ୍ଦ୍ରଗ୍ରହଣ ସମୟରେ ଏହି ରାଶିର ବ୍ୟକ୍ତିମାନଙ୍କୁ ମାନସିକ ଶାନ୍ତି ପ୍ରାପ୍ତି ହେବା ସହ ସ୍ୱାସ୍ଥ୍ୟ ମଧ୍ୟ ଭଲ ରହିବ । ଏତତ୍ ବ୍ୟତୀତ ବିଭିନ୍ନ କ୍ଷେତ୍ରରେ ଆତ୍ମବିଶ୍ୱାସ ବୃଦ୍ଧି ପାଇବ ।

Get real time updates directly on you device, subscribe now.