fbpx

କୋଣାର୍କ ପରେ ଏହି ସ୍ଥାନରେ ରହିଛି ଆଉ ଏକ ସୂର୍ଯ୍ୟ ମନ୍ଦିର: ଦେଢ ଲକ୍ଷ ବର୍ଷ ତଳେ ଭଗବାନ ବିଶ୍ୱକର୍ମା କରିଥିଲେ ନିର୍ମାଣ

ବିହାର: ଆରମ୍ଭ ହୋଇଯାଇଛି ହିନ୍ଦୁ ଛଟ୍ ପୂଜା । କାର୍ତ୍ତିକ ମାସ ଶୁକ୍ଳ ପକ୍ଷର ଷଷ୍ଠ ଦିନରେ ପାଳନ କରାଯାଏ ଏହି ପର୍ବ । ଛଟ୍ ପୂଜାରେ ସୂର୍ଯ୍ୟ ଦେବ ଏବଂ ଛଠୀ ମା’ଙ୍କୁ ପୂଜା କରାଯାଏ । ପ୍ରଥମେ ଭାରତ ଏବଂ ଏବେ ସାରା ବିଶ୍ୱରେ ପାଳନ ଛଟ୍ ପୂଜା ପାଳନ ହେଉଥିବା ବେଳେ ବିଶେଷ କରି ଏହା ବିହାରରେ ପାଳନ ହୋଇଥାଏ । କିନ୍ତୁ ମହାଭାରତ ସମୟରେ ସୂର୍ଯ୍ୟଦେବଙ୍କୁ ବିଶେଷ ପୂଜା କରାଯାଉଥିଲା । ତେବେ ଏହି ପୂଜା ପାଇଁ ଏକ ସୂର୍ଯ୍ୟ ମନ୍ଦିରରେ ଲାଗିଥାଏ ଲକ୍ଷ ଲକ୍ଷ ଲୋକଙ୍କ ଭିଡ । ବିହାରର ଏହି ସୂର୍ଯ୍ୟ ମନ୍ଦିର ଦେଢ ଲକ୍ଷ ବର୍ଷ ପୁରୁଣା ବୋଲି ବିଶ୍ୱାସ ରହିଛି ।

Deo Sun Temple - Bihar: Get the Detail of Deo Sun Temple on Times of India  Travel

ଦେଶରେ ସୂର୍ଯ୍ୟଦେବଙ୍କର ଅନେକ ପ୍ରାଚୀନ ଏବଂ ପ୍ରସିଦ୍ଧ ମନ୍ଦିର ରହିଥିବା ବେଳେ ଓଡିଶାର କୋଣାର୍କ ମନ୍ଦିର ଏମାନଙ୍କ ମଧ୍ୟରେ ପ୍ରଥମ ହୋଇଥାଏ । କିନ୍ତୁ ବିହାରର ଏହି ସୂର୍ଯ୍ୟ ମନ୍ଦିରରେ ଭରି ରହିଛି ବିଶ୍ୱାସ । ଛଟ୍ ମହାପର୍ବରେ ମନ୍ଦିରରେ ରାଜ୍ୟ ତଥା ରାଜ୍ୟ ବାହାରୁ ଲକ୍ଷ ଲକ୍ଷ ଲୋକଙ୍କ ଭିଡ ଜମିଥାଏ । ଔରଙ୍ଗାବାଦ ଜିଲ୍ଲାରେ ଅବସ୍ଥିତ ଏହି ମନ୍ଦିରକୁ ଭଗବାନ ବିଶ୍ୱକର୍ମା ନିଜେ ଗୋଟିଏ ରାତିରେ ନିର୍ମାଣ କରିଥିଲେ । ତେବେ ଏହା ହେଉଛି ଦେଶର ପ୍ରଥମ ମନ୍ଦିର ଯାହାର ଦ୍ୱାର ପଶ୍ଚିମ ଦିଗରେ ରହିଛି । ଭଗବାନ ସୂର୍ଯ୍ୟ ଏଠାରେ ସାତୋଟି ଘୋଡା ସହ ବସିଥିବାର ଦେଖିବାକୁ ମିଳିଥାଏ । ଏହି ମନ୍ଦିରରେ ସୂର୍ଯ୍ୟଙ୍କର ତିନୋଟି ରୂପ ରହିଛି । ଉଦୟାଚଲ- ପ୍ରଭାତ ସୂର୍ଯ୍ୟ, ମଧ୍ୟାଚଲ- ମଧ୍ୟମ ସୂର୍ଯ୍ୟ ଏବଂ ଅସ୍ତାଚଲ-ଅସ୍ତ ସୂର୍ଯ୍ୟ ଭାବରେ ତିନୋଟି ପ୍ରତିମୂର୍ତ୍ତି ସ୍ଥାପନ କରାଯାଇଛି ।

Airport Passenger-Info Layout | AIRPORTS AUTHORITY OF INDIA

ଏହି ପ୍ରାଚୀନ ମନ୍ଦିରର ଉଚ୍ଚତା ୧୦୦ ଫୁଟ ହୋଇଥିବା ବେଳେ ଏହା ପ୍ରାୟ ଦେଢ ଲକ୍ଷ ବର୍ଷ ପୂର୍ବେ ସ୍ତାପିତ ହୋଇଥିବା ଧାର୍ମିକ ବିଶ୍ୱାସ ରହିଛି । ଏହି ମନ୍ଦିରର ଆଉ ଏକ ବିଶେଷତ୍ୱ ହେଉଛି ଏହାର ନିର୍ମାଣରେ କୌଣସି ମାଟି ବ୍ୟବହାର କରାଯାଇ ନାହିଁ । ତେବେ ଗୋଟିଏ ରାତି ମଧ୍ୟରେ ଏହି ମନ୍ଦିର କିପରି ନିର୍ମାଣ ହୋଇପାରିଲା ବୋଲି ଏକ ରହସ୍ୟ ଏବେ ବି ରହସ୍ୟ ହୋଇ ରହିଛି । ଔରଙ୍ଗାବାଦରୁ ପ୍ରାୟ ୧୮ କିଲୋମିଟର ଦୂରରେ ଅବସ୍ଥିତ ଏହି ପୁରୁଣା ସୂର୍ଯ୍ୟ ମନ୍ଦିର । ତେବେ ମନ୍ଦିର ବାହାରେ ଏକ ଶିଳାଲେଖାରେ ବ୍ରାହ୍ମୀ ସ୍କ୍ରିପ୍ଟରେ ଶ୍ଳୋକ ଲେଖା ହୋଇ ରହିଛି । ଏାକୁ ଦେଖିଲେ ମନ୍ଦିର ପ୍ରାୟ ୧ ଲକ୍ଷ ୫୦ ହଜାର ୧୯ ବର୍ଷ ପୁରୁଣା ବୋଲି ଜଣାଯାଇଛି । ତେଣୁଏହି ମନ୍ଦିରକୁ ସ୍ୱୟଂ ଭଗବାନ ବିଶ୍ୱକର୍ମା ହିଁ ପ୍ରସ୍ତୁତ କରିଥିବା ବିଶ୍ୱାସ କରାଯାଏ ।

Get real time updates directly on you device, subscribe now.