Western Coalfields Limited ପକ୍ଷରୁ ବାହାରିଲା ୯୦୦ଟି ପଦବୀ: ଆରମ୍ଭ ହେଲା ଅନଲାଇନ୍ ଆବେଦନ ପ୍ରକ୍ରିୟା

ଚାକିରି ଖୋଜୁଥିବା ଯୁବକ, ଯୁବତୀଙ୍କ ପାଇଁ ଏକ ଭଲ ନିଯୁକ୍ତି ସୁଯୋଗ ଆସିଛି । ୱେଷ୍ଟର୍ଣ୍ଣ କୋଲ ଫିଲ୍ଡସ ଲିମିଟେଡ୍ ପକ୍ଷରୁ ଅନେକ ପଦବୀ ପାଇଁ ବିଜ୍ଞାପନ ବାହାରିଛି । ମୋଟ ୯୦୦ଟି ପଦବୀ ଖାଲିଥିବା ବେଳେ ପ୍ରାର୍ଥୀମାନେ ଅନଲାଇନ୍ ମୋଡ଼ରେ ଆବେଦନ କରିବାକୁ ପଡ଼ିବ । ଇଚ୍ଛୁକ ପ୍ରାର୍ଥୀମାନେ ତଳେ ଦିଆଯାଇଥିବା ନୋଟିଫିକେସନ ଲିଙ୍କକୁ ଯାଇ ନିଯୁକ୍ତି ସମ୍ପର୍କିତ ସବିଶେଷ ତଥ୍ୟ ପାଇ ପାରିବେ ।

ନଭେମ୍ବର ମାସ ୭ ତାରିଖରୁ ଅନଲାଇନ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇ ଆସନ୍ତା ୨୨ ତାରିଖ ସନ୍ଧ୍ୟା ୫ଟା ସମୟରେ ସମାପ୍ତ ହେବ । ପ୍ରାର୍ଥୀ ଦଶମ / ଦ୍ୱାଦଶ, ଆଇଟିଆଇ (ପ୍ରାସଙ୍ଗିକ ଟ୍ରେଡ) ପାସ୍ କରିଥିବା ଆବଶ୍ୟକ । କୃତକାର୍ଯ୍ୟ ହେବା ପରେ ପ୍ରାର୍ଥୀଙ୍କୁ ଆଇଟିଆଇ ଟ୍ରେଡ ଆପ୍ରେଣ୍ଟାଇସ୍ ଓ ସିକ୍ୟୁରିଟି ଗାର୍ଡ ଭାବେ ନିଯୁକ୍ତି ଦିଆଯିବ ।

ଅନଲାଇନ ଆବେଦନ ଲିଙ୍କ: https://www.apprenticeshipindia.gov.in/

ନୋଟିଫିକେସନ ଲିଙ୍କ: https://img.freejobalert.com/uploads/2022/11/Notification-Apprentice-and-Security-Guard-Posts.pdf

ଅଫିସିଆଲ ୱେବସାଇଟ୍ ଲିଙ୍କ: http://www.westerncoal.in/index1.php