fbpx

ଏହି ଭାରତୀୟ କମ୍ପାନିରେ ହାହାକାର, ବଡ ସଂଖ୍ୟାରେ କର୍ମଚାରୀଙ୍କୁ କରାଯାଉଛି ଛଟେଇ, କାରଣ କଣ ?

ଭୁବନେଶ୍ଵର: ସମଗ୍ର ଦୁନିଆରେ ମାନ୍ଦାବସ୍ଥାର ଭୟ ଘାରିବାରେ ଲାଗିଲାଣି। ଫଳରେ ଅନେକ ବଡ ବଡ କମ୍ପାନିରେ ଚାଲିଛି କର୍ମଚାରୀଙ୍କ ଛଟେଇ। ସେ ଟ୍ଵିଟର ହେଉ କି ଇନଫୋସିସ୍ ବା ମେଟା ହେଉ ସବୁଠି କର୍ମଚାରୀଙ୍କୁ ଚାକିରିରୁ ବିଦା କରାଯାଉଛି। କାରଣ କମ୍ପାନି ସଂପ୍ରତି କ୍ଷତିରେ ଚାଲିଛି। ବାଇଜୁସ୍ ପରେ ଭାରତୀୟ ଆଡଟେକ୍ ଷ୍ଟାର୍ଟଅପ୍ ଅନଏକାଡେମୀରେ ମଧ୍ୟ ଛଟେଇ ଜାରି ରହିଛି। ଗୋଟିଏ ବର୍ଷରେ ଦୁଇ ଥର କର୍ମଚାରୀଙ୍କ ଛଟେଇ କରାଯାଇଛି। ଦ୍ଵିତୀୟ ଥରରେ କମ୍ପାନି ୩୫୦ କର୍ମଚାରୀଙ୍କୁ ବାହାରର ରାସ୍ତା ଦେଖାଇଛି। ଅନଏକାଡେମୀର ସହ ପ୍ରତିଷ୍ଠାତା ତଥା ସିଇଓ ଗୌରବ ମୁଞ୍ଜାଲାଙ୍କ ମୁତାବକ, ଅନଏକାଡେମୀ ଚଳିତ ବର୍ଷ ଦ୍ଵିତୀୟ ଥର କର୍ମଚାରୀଙ୍କ ସଂଖ୍ୟା ହ୍ରାସ କରିବାକୁ ନିଷ୍ପତ୍ତି ନେଇଛି। ଏହି ଆଧାରରେ କମ୍ପାନି ୧୦ ପ୍ରତିଶତ ଅର୍ଥାତ ୩୫୦ କର୍ମଚରୀଙ୍କୁ ପିଙ୍କ ଲେଟର ଦେଇ ସାରିଛି।

କମ୍ପାନିକୁ କାରବାରରେ ଲଗାତାର କ୍ଷତି ସହିବାକୁ ପଡୁଛି। ଏଥିପାଇଁ କମ୍ପାନି ଖର୍ଚ୍ଚକାଟ କରିବାକୁ ନିଷ୍ପତ୍ତି ନେଇଛି। ସିଇଓ ଗୌରବ ମୁଞ୍ଜାଲା କହିଛନ୍ତି, ମୋତେ ଏହା ଜଣାଇବାରେ ଦୁଃଖ ଲାଗୁଛି ଯେ, ଆମେ ନିଜର କିଛି ବହୁତ ପ୍ରଭାବଶାଳୀ ଅନଏକାଡେମୀ କର୍ମଚାରୀଙ୍କୁ ବିଦାୟ ଦେବାକୁ ପଡୁଛି। ଏଥିରେ ପୂରା କମ୍ପାନିରେ ୧୦ ପ୍ରତିଶତ କର୍ମଚାରୀ ପ୍ରଭାବିତ ହେବେ।

କାହିଁକି କଢା ଯାଉଛି କର୍ମଚାରୀ ?

ଗୌରବ ମୁଞ୍ଜାଲା ନିଜର କର୍ମଚାରୀଙ୍କୁ କ୍ଷମା ମାଗି କହିଛନ୍ତି, ମୁଁ ଆପଣ ସମସ୍ତଙ୍କୁ କ୍ଷମା ମାଗୁଛି। ମୁଁ ପ୍ରଥମରୁ କହିଥିଲି ପୁନର୍ବାର ଛଟେଇର ସ୍ଥିତି ଆଣିବାକୁ ଦେବୁନି। ମାତ୍ର ଯେବେଠୁ ପାଠପଢା ଅଫଲାଇନ ଆରମ୍ଭ ହୋଇ ଯାଇଛି ଆମର ପାଣ୍ଠି ହ୍ରାସ ଘଟି ଚାଲିଛି। ଛଟେଇ ହେଉଥିବା କର୍ମଚାରୀଙ୍କୁ ନୋଟିସ୍ ପିରିୟଡର ଦରମା ବ୍ୟତୀତ ଦୁଇ ମାସର ଅତିରିକ୍ତ ବେତନ ମଧ୍ୟ ଦିଆଯିବ। କେବଳ ଏତିକି ନୁହେଁ ଆଗାମୀ ଗୋଟିଏ ବର୍ଷ ପର୍ଯ୍ୟନ୍ତ ମେଡିକାଲ ବୀମା, ନିଯୁକ୍ତି ଏବଂ କ୍ୟାରିୟରର ଆଗକୁ ନେବା ପରି ଅନେକ ସୁବିଧା ଦିଆଯିବ ବୋଲି ଗୌରବ ମୁଞ୍ଜାଲା କହିଛନ୍ତି।

Get real time updates directly on you device, subscribe now.