fbpx

ବିଶ୍ୱକପର ମହାରେକର୍ଡର ଖୁବ ନିକଟରେ ରୋହିତ: ପାଇବେ କି ଏକ ନୂଆ ଉପଲବ୍ଧି?

ନୂଆଦିଲ୍ଲୀ: ଚଳିତ ବିଶ୍ୱକପରେ ବ୍ୟାଟ୍ ସହ ସଂଘର୍ଷ କରୁଛନ୍ତି ଟିମ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମା । ସୁପର-୧୨ରେ କେବଳ ନେଦରଲାଣ୍ଡକୁ ବାଦ ଦେଲେ ଅନ୍ୟ କୌଣସି ମ୍ୟାଚରେ ବଡ ପାଳି ଖେଳିବାରେ ସେ ବିଫଳ ହୋଇଛନ୍ତି । ଏହାପରେ ମଧ୍ୟ ସେ ଏକ ବିଶ୍ୱରେକର୍ଡର ଖୁବ ନିକଟତର ହୋଇଛନ୍ତି । ତେବେଏହି ବିଶ୍ୱରେକର୍ଡକୁ ଆସନ୍ତା ଇଂଲଣ୍ଡ ବିପକ୍ଷ ସେମି ଫାଇନାଲ ମ୍ୟାଚରେ ସେ ନିଜ ନାମରେ କରିପାରନ୍ତି ବୋଲି ଫ୍ୟାନ୍ସମାନେ ଆଶା ରଖିଛନ୍ତି । ତେବେ ଏହି ରେକର୍ଡ ଏବେ ପର୍ଯ୍ୟନ୍ତ କେବଳ ଜଣେ ଖେଳାଳି ହିଁ ପହଞ୍ଚି ପାରିଛନ୍ତି ।

୧୫ ବର୍ଷ ପରେ ପୁଣିଥରେ ଟି-୨୦ ବିଶ୍ୱକପକୁ ଉଠାଇବାର ଖୁବ ପାଖରେ ପହଞ୍ଚିଛି ଟିମ ଇଣ୍ଡିଆ । ତେବେ ଚଳିତବର୍ଷ ଦଳର ମଙ୍ଗ ସମ୍ଭାଳିଛନ୍ତି ହିଟମ୍ୟାନ ରୋହିତ ଶର୍ମା । ଗତ ୨୦୦୭ ମସିହାରେ କ୍ୟାପଟେନ କୁଲ ମାହିଙ୍କ ନେତୃତ୍ୱରେ ଭାରତ ଏହି ଟ୍ରଫି ଉପରେ କବଜା କରିଥିଲା । ଏବେ ଏହି ଉପଲବ୍ଧିରୁ ମାତ୍ର ୨ ପାଦ ଦୂରରେ ରହିଛି ମେନ ଇନ ବ୍ଲୁ । ଏବେ ଇଂଲଣ୍ଡକୁ ମାତ୍ ଦେଇ ଫାଇନାଲ ଟିକେଟ ପାଇବା ପାଇଁ ହେଲେ ରୋହିତଙ୍କ ବ୍ୟାଟ ଚାଲିବା ଦଳ ପାଇଁ ଖୁବ ଜରୁରୀ । ଏହା ସହିତ ରୋହିତଙ୍କ ନିକଟରେ ସିକ୍ସର କିଙ୍ଗ ହେବାର ସୁଯୋଗ ମଧ୍ୟ ରହିଛି । ଛକା ମାରିବାରେ ରୋହିତ ଅନ୍ୟ ଖେଳାଳିମାନଙ୍କ ଅପେକ୍ଷା ଖୁବ ଆଗରେ ରହିଛନ୍ତି ।

ଇଣ୍ଟରନେସନାଲ କ୍ରିକେଟରେ ରୋହିତ ଶର୍ମା ବର୍ତ୍ତମାନ ସୁଦ୍ଧା ତିନୋଟି ଯାକ ଫର୍ମାଟରେ ମୋଟ ୪୯୬ ଛକା ମାରି ସାରିଛନ୍ତି । ଆଉ ମାତ୍ର ୪ଟି ଛକା ଲଗାଇଲେ ସେ ନିଜର ୫୦୦ ଛକା ପୂରଣ କରିବେ । ଏହାସହିତ ଏମିତି କାରନାମା କରିବାରେ ସେ ବିଶ୍ୱର ଦ୍ୱିତୀୟ ଖେଳାଳି ପାଲଟିଯିବେ । ତେବେ ୱେଷ୍ଟଇଣ୍ଡିଜର ପୂର୍ବତନ ଖେଳାଳି କ୍ରିସ ଗେଲ୍(୫୫୩) ଏବେ ପର୍ଯ୍ୟନ୍ତ ଏହି ତାଲିକାରେ ଏକମାତ୍ର ଖେଳାଳି ଭାବେ ସ୍ଥାନ ପାଇଛନ୍ତି । ତାଙ୍କ ପରେ ରୋହିତ ଏହି ରେକର୍ଡକୁ ନିଜ ନାମରେ କରିପାରନ୍ତି ।

Get real time updates directly on you device, subscribe now.