fbpx

ପଦ୍ମପୁର ଉପନିର୍ବାଚନ:ମାଷ୍ଟରକାର୍ଡ ଖେଳିଲା ବିଜେଡି , ବିଜୟ ବରିହାଙ୍କ ବଡ ଝିଅ ବର୍ଷାଙ୍କୁ କଲା ପ୍ରାର୍ଥୀ

ଭୁବନେଶ୍ୱର: ପଦ୍ମପୁର ଉପନିର୍ବାଚନ ପାଇଁ ବିଜେପି ଆଉ କଂଗ୍ରେସ ତାଙ୍କର ଟାଣୁଆ ନେତାଙ୍କୁ ମଇଦାନକୁ ଛାଡିଛି । ସେପଟେ ବିଜେଡି ତାର ପ୍ରାର୍ଥୀ ନାମ ଘୋଷଣା କରିଛି। ଉପନିର୍ବାଚନରେ ବିଜୟ ବରିହାଙ୍କ ପରିବାର ସଦସ୍ୟଙ୍କୁ ଟିକେଟ ଦେବା ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ବିଜୟ ବରିହାଙ୍କ ବଡ ଝିଅ ବର୍ଷା ବରିହାଙ୍କୁ ପ୍ରାର୍ଥୀ ।

ତେବେ ଏହା ସହିତ ଶ୍ରୀଯୁକ୍ତ ବରିହାଙ୍କ ସ୍ତ୍ରୀ ତିଳୋତ୍ତମା ସିଂବରିହା, ରାଜୁ ଘିବେଲ,ମାଧବୀ ସିଂ ବରିହାଙ୍କ ନାମ ମଧ୍ୟ ଖୁବ ଚର୍ଚ୍ଚା ହେଉଥିଲା । କିନ୍ତୁ ବିଜେଡି ବର୍ଷା ବରିହା ଙ୍କୁ ପ୍ରାର୍ଥୀ କରିଛି । ଧାମନଗରରେ ଯେଉଁ ପରାଜୟ ଦେଖିଥିଲା  ବର୍ତ୍ତମାନ ତାହାକୁ ସଜାଡିବା ପାଇଁ ଆପ୍ରାଣ ଉଦ୍ୟମ ଚଳାଇବ ବୋଲି ସୁତ୍ରରୁ ପ୍ରକାଶ ପାଉଥିବା ବେଳେ ମାଷ୍ଟର କାର୍ଡ ଖେଳିଛି ବିଜେଡି ।

Get real time updates directly on you device, subscribe now.