fbpx

କେଉଁ ଚାଉଳ ଖାଇବା ଦ୍ୱାରା ରହିବ ଆପଣଙ୍କ ସ୍ୱାସ୍ଥ୍ୟ ଏକଦମ ସଠିକ, ଜାଣନ୍ତୁ ଏହି ଚାଉଳ ବିଷୟରେ ଯେଉଁଥିରେ ଭରି ରହିଛି ପ୍ରୋଟିନ

ଭୁବନେଶ୍ୱର:ଶରୀର ପ୍ରତି ଧ୍ୟାନ ରଖିବାକୁ ହେଲେ ଆମକୁ ଉତ୍ତମ ଖାଦ୍ୟ ଗ୍ରହଣ କରିବାକୁ ହୋଇଥାଏ । କିନ୍ତୁ ବର୍ତ୍ତମାନ ସମୟରେ ବହୁ ରୋଗରେ ଲୋକମାନେ ଆକ୍ରାନ୍ତ ହେଉଛନ୍ତି । ସେଥିପାଇଁ ନିଜର ଦେହ ଯତ୍ନ ରଖିବା ତାଙ୍କ ପାଇଁ ବହୁତ ଆବଶ୍ୟକ ଅଟେ । ଡାଇବେଟିସ ରୋଗୀ ମାନଙ୍କୁ ଏହା ପାଇଁ ଅଧିକ ସଚେତନ ରହିବା ଆବଶ୍ୟକ । ଆପଣ ଜାଣିଥିବେ ଡାଇବେଟିସ ରୋଗୀ ମାନଙ୍କୁ ମଧ୍ୟ ବହୁତ ଜିନିଷ ଖାଇବାକୁ ବାରଣ କରାଯାଇଥାଏ । ଏହା ଭିତରେ ମୁଖ୍ୟ ହେଉଛି ଭାତ । କେଉଁ ଚାଉଳ ଡାଇବେଟିସ ରୋଗୀ ମାନଙ୍କ ପକ୍ଷରେ ଲାଭଦାୟକ ହୋଇଥାଏ ତାହାକୁ ନେଇ ମଧ୍ୟ ଅନେକ କଥା ଶୁଣିବାକୁ ମିଳେ ।

ତେବେ ଦେଖିବାକୁ ଗଲେ ଆପଣ ବ୍ରାଉନ ରାଇସ ଆଉ ୱାଇଟ ରାଇସ ବିଷୟରେ ବହୁତ ଶୁଣିଥିବେ କିନ୍ତୁ ରେଡ ରାଇସ ବିଷୟରେ ଖୁବ କମ ଶୁଣିଥିବେ ।
-ଏହି ଚାଉଳର ଅନେକ ଭଲ ଗୁଣ ରହିଛି । ଏହା ଶରୀର ପାଇଁ ବହୁତ ଅଧିକ ଭଲ ହୋଇଥିବା ବେଳେ ଏହା ଶରୀରରେ ବ୍ଲଡ ସୁଗାର ସ୍ଥିର ରଖିବାରେ ସାହାର୍ଯ୍ୟ କରିଥାଏ ।
-କେବଳ ଏତିକି ନୁହେଁ କୋଲେଷ୍ଟ୍ରୋଲ ଲେବଲ ମଧ୍ୟ ସ୍ଥିର ରଖିବାରେ ଏହା ସହାୟକ ହୋଇଥାଏ ।ଯାହା ମୁଖ୍ୟତଃ ମହୁମେହ ରୋଗୀ ମାନଙ୍କ ପାଇଁ ବେଶ ଜରୁରୀ ହୋଇଥାଏ ।
-ସମୟ ବୃଦ୍ଧି ପାଇବା ସହ ବର୍ତ୍ତମାନ ଯେଉଁ ରୋଗ ବୃଦ୍ଧି ପାଉଛି ତାହା ହେଉଛି ଆଣ୍ଠୁ ଗଣ୍ଠି ରେ ସମସ୍ୟା । ବହୁ ଲୋକ ଏହି ରୋଗରେ ଆକ୍ରାନ୍ତ । ତେବେ ଏହି ଲାଲ ଚାଉଳ ଯଦି ଆପଣ ସେବନ କରୁଛନ୍ତି ତେବେ ଏହା ଆପଣଙ୍କ ଶରୀରକୁ ଶକ୍ତି ଯୋଗାଇଥାଏ । ଏହା ଦ୍ୱାର ବୋନ ସମସ୍ୟାଦୂର ହୋଇଥାଏ ।
– ଏହି ଲାଲ ଚାଉଳରେ ଫାଇବର ମଧ୍ୟ ଭରପୁର ହୋଇ ରହିଛି । ଯାହା ପାଇଁ ଯଦି ଆପଣ ଏହାକୁ ଖାଉଛନ୍ତି ତେବେ ଅଧିକ ସମୟ ପର୍ଯ୍ୟନ୍ତ ଆପଣଙ୍କୁ ଭୋକ ଲାଗି ନଥାଏ ।ଏହା ଆପଣଙ୍କ ପେଟକୁ ଅଧିକ ସମୟ ପର୍ଯ୍ୟନ୍ତ ପୂର୍ଣ୍ଣ ରଖିଥାଏ ।
-ଯଦି ଆମେ ଏହି ଲାଲ ଚାଉଳକୁ ଦେଖିବା ଏଥିରେ ମ୍ୟାଗ୍ନେସିୟମ ପରିମାଣ ମଧ୍ୟ ଖୁବ ଭଲ ରହିଥାଏ ।ତେଣୁ ଯଦି ଆପଣ ଡାଏଟ କରୁଛନ୍ତି ତେବେ ଏହାକୁ ମଧ୍ୟ ଆପଣ ଡାଏଟ ପ୍ଲାନରେ ସାମିଲ କରିପାରିବେ । ସେଥିପାଇଁ ଶ୍ୱାସ ରୋଗୀ ମାନଙ୍କୁ ଏହା ଖାଇବାକୁ ଦେବାକୁ ପରାମର୍ଶ ଦିଆଯାଇଥାଏ ।
– ଯେଉଁ ମାନଙ୍କ ପାଚକତନ୍ତ୍ରରେ ସମସ୍ୟା ରହିଛି ସେମାନଙ୍କ ପାଇଁ ଲାଲ ଚାଉଳ ବହୁତ ହିଁ ଅଧିକ ଉପକାରୀତା ପ୍ରଦାନ କରିଥାଏ । କାରଣ ଏହା ଆପଣଙ୍କୁ ଶୀଘ୍ର ହଜମ ହୋଇଯାଏ ଆଉ ଏହା ଦ୍ୱାରା ଆପଣଙ୍କର ବଦହଜମି,ଗ୍ୟାସ ଆଦି ପାଚକ ସମସ୍ୟା ଅତି ସହଜରେ ଦୁର ହୋଇଥାଏ ।

Get real time updates directly on you device, subscribe now.