fbpx

ବିନା ହେଲମେଟରେ କରୁଥିଲେ ଯାତ୍ରା, ଧରା ପଡିବାରୁ କନେଷ୍ଟବଳ ହାତରୁ ଛଡାଇ ନେଲେ ଚାଲାଣ ମେସିନ

ଜୋଦପୁର: ବିନା ହେଲମେଟରେ ଯଦି ଆପଣ କେଉଁଠାକୁ ଯାଉଛନ୍ତି ତେବେ ଆପଣଙ୍କର ଚାଲାଣ କଟିବା ସୁନିଶ୍ଚିତ । ଆଉ ଏହି ନିୟମ ସରକାର ଲୋକମାନଙ୍କ ହିତ ପାଇଁ କରିଛନ୍ତି । କିନ୍ତୁ ବର୍ତ୍ତମାନ ସମାଜରେ ବହୁ ଲୋକ ଅଛନ୍ତି ଯେଉଁମାନେ ଏହାକୁ ସଠିକ ଭାବରେ ପାଳନ କରିବା ତ ଦୂର କଥା ଏହା ଅବମାନନା କରିବାରୁ ମଧ୍ୟ ନୂଆ ନୂଆ ଟେକନିକ ଆପଣାଉଛନ୍ତି । ରାଜସ୍ଥାନ ର ଜୋଦପୁର ରେ ଜଣେ ଟ୍ରାଫିକ ପୋଲିସ ବିନା ହେଲମେଟ ଜଣେ ବାଇକ ଚାଳକଙ୍କୁ ଅଟକାଇଲେ ଆଉ ଏହାପରେ ସେ ଯାହା କରିଲେ ଆପଣ ଶୁଣିଲେ ଆଶ୍ଚର୍ଯ୍ୟ ହେବେ ।

ମିଳିଥିବା ସୂଚନା ଅନୁସାରେ ଯୁବକ ଜଣକୁ ହେଡ କନେଷ୍ଟବଳ ଅଟକାଇ ତାଙ୍କର ଚାଲାଣ କାଟିବାକୁ ଲାଗିଲେ । ଆଉ ଠିକ ଏହି ସମୟରେ ସେ ପୋଲିସ ଠାରୁ ଚାଲାଣ ମେସିନ ଛଡାଇ ନେଇ ପଳାଇଲେ । ତାଙ୍କୁ କାବୁ କରିବାକୁ ଯାଇ ତାଙ୍କ ପଛରେ ହେଡ କନେଷ୍ଟବଳ ଦୌଡିଲେ ମାତ୍ର ତାଙ୍କୁ ଧରିବାକୁ ଯାଇ ନିଜେ ରାସ୍ତାରେ ପଡିଗଲେ । ଏହାପରେ ତାଙ୍କୁ ମେଡିକାଲ ରେ ଭର୍ତ୍ତି କରାଗଲା । ଏହି ସମ୍ପୁର୍ଣ୍ଣ ଘଟଣା ସିସିଟିଭିରେ ରେକର୍ଡ ହୋଇଛି ।

ଗୋଟିଏ ପୋଲିସ ଟିମ ସିସିଟିଭି ଆଧାରରେ ସେହି ଯୁବକ ଜଣଙ୍କ ତଥ୍ୟ ବାହାର କରି ତାଙ୍କ ନାମରେ ଏଫଆଇଆର ରୁଜୁ କରି ମାମଲାର ତଦନ୍ତ ଆରମ୍ଭ କରିଛନ୍ତି । ଏବଂ ବହୁ ଶୀଘ୍ର ତାଙ୍କୁ ଗିରଫ କରାଯିବ ବୋଲି ସୂଚନା ଦିଆଯାଇଛି ।

Get real time updates directly on you device, subscribe now.