fbpx

ଶୁକ୍ରଦୋୟ କାରଣରୁ ବଦଳିବ ଏହିସବୁ ରାଶିର ଭାଗ୍ୟ; ହେବ ଧନ ବର୍ଷା ମିଳିବ ଅପାର ସୁଖ, ଜାଣନ୍ତୁ ଆପଣଙ୍କ ରାଶି ଅଛି କି ସାମିଲ

ଜ୍ୟୋତିଷ ଶାସ୍ତ୍ରରେ ପ୍ରତ୍ୟେକ ଗ୍ରହ ନକ୍ଷେତ୍ରଙ୍କର କିଛି ନା କିଛି ମହତ୍ତ୍ୱ ଏବଂ ଗୁରୁତ୍ୱ ରହିଛି । ଫଳରେ ସେମାନଙ୍କ ରାଶି ଏବଂ ସ୍ଥିତି ପରିବର୍ତ୍ତନ ପ୍ରତ୍ୟେକ ବ୍ୟକ୍ତି ଉପରେ କିଛି ନା କିଛି ପ୍ରଭାବ ପକାଉଛି । ଯେଉଁ କାରଣରୁ କାହାକୁ ଶୁଭ ଫଳ ପ୍ରାପ୍ତି ହେଉଛି ତ ଆଉ କିଏ ବିଭିନ୍ନ ସମସ୍ୟା ଦେଇ ଗତି କରୁଛି । ତେବେ ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଶୁକ୍ରତାରା ହେଉଛନ୍ତି ଶୁଭ କାର୍ଯ୍ୟର ପ୍ରତିକ । ଏହା ଉଦୟ ହେଲେ ଶୁଭ କାର୍ଯ୍ୟ ଆରମ୍ଭ ହୋଇଥାଏ । ତେବେ ୨ ଅକ୍ଟୋବର ୨୦୨୨ ରୁ ଶୁକ୍ର ତାରା ଅସ୍ତ ହୋଇଥିବା ବେଳେ ୨୦ ନଭେମ୍ବରରୁ ଏହା ଉଦୟ ହୋଇଛନ୍ତି । ଫଳରେ ଶୁଭକାର୍ଯ୍ୟ ମଧ୍ୟ ଆରମ୍ଭ ହୋଇଛି । ଏତତ୍ ବ୍ୟତୀତ ଏହି ଶୁକ୍ରଦୋୟ ୩ ରାଶି ଉପରେ ମଧ୍ୟ ତାର ପ୍ରଭାବ ପକାଇବ । ଯାହାଫଳରେ ସେମାନେ ତାଙ୍କ ଜୀବନରେ ଅନେକ ସଫଳତା ପାଇବା ସହ ସୁଖ ସମୃଦ୍ଧି ମଧ୍ୟ ବୃଦ୍ଧି ହେବ । ବର୍ତ୍ତମାନ ଆସନ୍ତୁ ଜାଣିବା ଏହି ଭାଗ୍ୟଶାଳୀ ରାଶିମାନଙ୍କ ବିଷୟରେ…

ବିଚ୍ଛା: ଶୁକ୍ର ଗ୍ରହର ଉଦୟ ବିଚ୍ଛା ରାଶିର ବ୍ୟକ୍ତିମାନଙ୍କ ପାଇଁ ଅନେକ ଶୁଭ ଫଳ ପ୍ରଦାନ କରିବ । ଯାହାଫଳରେ ଏହି ରାଶିର ବ୍ୟକ୍ତିମାନେ ଜୀବନରେ ଅନେକ ସଫଳତା ପାଇବା ସହ ଧନ ପ୍ରପ୍ତିର ମଧ୍ୟ ଯୋଗ ରହିଛି । ଏଥିସିହତ ଚାକିରି କରୁଥିବା ବ୍ୟକ୍ତି ମାନଙ୍କର ପ୍ରମୋଶନ ହେବା ସହ ଦରମା ବୃଦ୍ଧିର ମଧ୍ୟ ସୁଯୋଗ ରହିଛି ।

କୁମ୍ଭ: ଶୁକ୍ରତାରା ଉଦୟ କୁମ୍ଭ ରାଶିର ବ୍ୟକ୍ତିମାନଙ୍କ ଭାଗ୍ୟ ପରିବର୍ତ୍ତନ କରିବାରେ ସାହା କରିବ । ଶୁକ୍ର ତାରା ଅସ୍ତ କାରଣରୁ ଯେଉଁ ସମସ୍ୟା ଲାଗି ରହିଥିଲା ତାହା ସମାଧାନ ହେବ । ଏଥିସହିତ ଏହି ରାଶିର ବ୍ୟକ୍ତିମାନଙ୍କ ଜୀବନରେ ସୁଖ ସମୃଦ୍ଧି ଲାଗି ରହିବ । ବେପାର ବାଣିଜ୍ୟ କରୁଥିବା ବ୍ୟକ୍ତିମାନଙ୍କ ପାଇଁ ଶୁକ୍ର ତାରା ଉଦୟ ଅନେକ ଲାଭ ଦେବ ।

ମୀନ: ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଶୁକ୍ର ତାରା ଉଦୟ ମୀନ ରାଶିର ବ୍ୟକ୍ତିମାନଙ୍କ ପାଇଁ ଅନେକ ଶୁଭ ଫଳ ପ୍ରଦାନ କରିବ । ପ୍ରତ୍ୟେକ କାର୍ଯ୍ୟରେ ସଫଳତା ମିଳିବା ସହ ପାଠପଢା ଏବଂ କ୍ୟାରିୟରରେ ମଧ୍ୟ ଅନେକ ସୁବର୍ଣ୍ଣ ସୁଯୋଗ ମିଳିବ । ଏଥିସହିତ ଏହି ରାଶିର ବ୍ୟକ୍ତିମାନଙ୍କ ପାଇଁ ଧନ ପ୍ରପ୍ତିର ଯୋଗ ରହିଛି ।

Get real time updates directly on you device, subscribe now.