fbpx

ସୋସିଆଲ ମିଡିଆ ଇନଫ୍ଲୁଏନସର ରୋହିତ ଭାଟିଙ୍କ ପରଲୋକ; କାର ଦୁର୍ଘଟଣାରେ ଗଲା ଜୀବନ

ନୂଆଦିଲ୍ଲୀ:ଆଜି ସକାଳେ ଲୋକପ୍ରିୟ ସୋସିଆଲ ମିଡିଆ ଇନଫ୍ଲୁଏନସର ରୋହିତ ଭାଟିଙ୍କ ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୨୫ ବର୍ଷ ବୟସ ହୋଇଥିଲା । ତେବେ ଏକ କାର ଦୁର୍ଘଟଣାରେ ତଙ୍କର ମୃତ୍ୟୁ ହୋଇଥିବା ଜଣା ପଡିଛି । ରୋହିତ ଭାଟି ଇନଷ୍ଟାଗ୍ରମ ଏବଂ ଫେସବୁକରେ ‘ରୋଡି ଭାଟି ‘ ନାମରେ ବେଶ ଜଣାଶୁଣା ।

ମିଳିଥିବା ସୂଚନା ଅନୁଯାୟୀ, ରୋହିତ ତାଙ୍କ ସାଙ୍ଗମାନଙ୍କ ସହତ କୌଣସି ଏକ ପାର୍ଟିରୁ ଫେରୁଥିବା ସମୟରେ ଏହି ଦୁର୍ଘଟଣା ଘଟିଛି । ଫଳରେ ରୋହତଙ୍କର ମୃତ୍ୟୁ ହୋଇଛି । ତେବେ ଏହି ଘଟଣାର ଖବର ପାଇ ନିକସ୍ଥ ପୋଲିସ ଘଟଣାସ୍ଥଳରେ ପହଞ୍ଚି ସମସ୍ତ ଗୁରୁତରଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଥିଲେ । ତେବେ ସେଠାରେ ଡାକ୍ତର ରୋହିତଙ୍କୁ ମୃତ ବୋଲି ଘୋଷଣା କରିଛନ୍ତି ।

ତେବେ ଏହି ଘଟଣାକୁ ନେଇ ପୋଲିସ କମିଶନର ସୂଚନା ଦେଇ କହିଛନ୍ତି ଯେ, ରୋହିତ ଏବଂ ତାଙ୍କର ଦୁଇ ସାଙ୍ଗ ଅତିଶ ଏବଂ ମନୋଜ ବିଳମ୍ବିତ ରାତିରେ କାରରେ ଫେରୁଥିବା ବେଳେ ଗ୍ରେଟର ନୋଏଡାର ଚହଡପୁର ଅଣ୍ଡର ପାସ ନିକଟରେ ଏକ ଗଛ ସହିତ ମୁହାଁମୁହିଁ ଧକ୍କା ହୋଇଥିଲେ । ଫଳରେ ତିନିଜଣ ଗୁରୁତର ଆହତ ହୋଇଥିଲେ । ତେବେ ସମସ୍ତଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ ରୋହିତଙ୍କର ମୃତ୍ୟୁ ହୋଇଛି । ଏଥିସହିତ ତାଙ୍କର ଦୁଇ ସାଙ୍ଗ ଏବେ ମଧ୍ୟ ଗୁରୁତର ଅଛନ୍ତି ।

ରୋହିତ ଭାଟି ଗୁଜୁରାଟର ଜଣେ ଜଣାଶୁଣା ସୋସିଆଲ ମିଡିଆ ଇନଫ୍ଲୁଏନସର ଥିଲେ । ସେ ଫେସବୁକ ଏବଂ ଇନଷ୍ଟାଗ୍ରମରେ ବିଭିନ୍ନ ପ୍ରକାର ଭିଡିଓ ପୋଷ୍ଟ କରୁଥିଲେ । ରୋହିତଙ୍କ ଇନଷ୍ଟାଗ୍ରମରେ ପାଖାପାଖି ୧ ଲକ୍ଷରୁ ଅଧିକ ଫଲୋଅର୍ସ ଅଛନ୍ତି । ତେବେ ତାଙ୍କ ମୃତ୍ୟୁ ଖବର ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଏହା ରୋହିତଙ୍କ ପ୍ରଶଂସକଙ୍କୁ ବଡ ଝଟକା ଲାଗିଛି । ତାଙ୍କ ଫ୍ୟାନ୍ସ ଏହାକୁ ଅତି ସହଜରେ ଗ୍ରହଣ କରିପାରୁ ନାହାନ୍ତି । ତେବେ ଦୁର୍ଘଟଣା ପରେ ରୋହିତଙ୍କ କାରର ଏକ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିାରେ ଭାଇରାଲ ହେଉଛି ।

Get real time updates directly on you device, subscribe now.