fbpx

ଶୀତଦିନେ ଏପରି ନେଇପାରିବେ ତ୍ୱଚାର ଯତ୍ନ, ମୁଲାୟମ ସହ ଗ୍ଲୋ କରିବ ସ୍କିନ

ଆମେ ସାଧାରଣତଃ ଖରା ,ବର୍ଷା ଶୀତ ସବୁ ସମୟରେ ସୁନ୍ଦର ଦେଖାଯିବା ପାଇଁ ଚାହୁଁ । ଆମ ତ୍ୱଚା ସବୁବେଳେ ଗ୍ଲୋ କରୁ ବୋଲି ଆମେ କେତେ ପ୍ରକାର ଯତ୍ନ ମଧ୍ୟ ନେଉ । ତେବେ ସ୍କିନ ଟୋନ ଯାହା ହେଉ ନା କାହିଁକି, ତାହା ସବୁବେଳେ ନରମ ଏବଂ ଚମକୁଥିବା ଦରକାର । ଯେଉଁମାନେ ନିଜ ତ୍ୱଚାର ଯତ୍ନ ନିଅନ୍ତି ସେମାନଙ୍କ ମୁହଁ ମେକଅପ ହେଉ କି ବିନା ମେକଅପ ସେମାନଙ୍କ ତ୍ୱଚା ସୁନ୍ଦର ଦେଖାଯାଇଥାଏ । ବର୍ତ୍ତମାନର ସମୟ ଚାଲିଛି ଶୀତ ଦିନ ତେଣୁ କିପରି ୱିଣ୍ଟର ସ୍କିନ କେୟାର କରି ନିଜ ତ୍ୱଚାର ଯତ୍ନ ନେବେ ଚାଲନ୍ତୁ ଜାଣିବା ।

-ମୁହଁକୁ ସଫା କରିବା ପାଇଁ ମଶ୍ଚରାଇଜିଂ କ୍ଲିଂଜର ବ୍ୟବହାର କରନ୍ତୁ । ଏହା ସ୍କିନକୁ ସଫା କରିବା ସହ ଡ୍ରାଏନେସରୁ ରକ୍ଷା କରିଥାଏ । ଏହାସହ କ୍ଲିଜିଂ କରିବା ଦ୍ୱାରା ମୃତ ସ୍କିନ ଗୁଡିକ ସଫା ହୋଇଯାଏ ଏବଂ ମୁହଁ ଟାଣିହେବା, ଫାଟିବା ଆଦିରୁ ମଧ୍ୟ ରକ୍ଷା କରିଥାଏ ।

-ଶୀତଦିନେ ଚେହେରା ଶୁଷ୍କ ନ ଦେଖାଯିବା ପାଇଁ ଭଲ ହାଇଡ୍ରେସନର ଆବଶ୍ୟକ ହୋଇଥାଏ । ତେଣୁ ଦିନକୁ କେବଳ ଗୋଟେ ଥର ମଶ୍ଚରାଇଜର ଲଗାଗଲେ କାମ ଚଳିବନି, ଏହାକୁ ୨-୩ଥର ଲଗାନ୍ତୁ । ତେବେ ଧ୍ୟାନ ଦିଅନ୍ତୁ ଯଦି ଆପଣଙ୍କ ସ୍କିନ ତେଲିଆ ଅଛି ତେବେ ସ୍କିନ ପାଇଁ ହାଇଡ୍ରେସନ ଦରକାର ନାହିଁ । ସେଥିପାଇଁ ମୁହଁ ଧୋଇବାପରେ ଥରେ ଏବଂ ଅଳ୍ପ ମଶ୍ଚରାଇଜର ଲଗାନ୍ତୁ ।

-ଶୀତଦିନେ ଅଳ୍ପ ଖରା ହେଉ କି ଅଧିକ ଖରା, ଆପଣ ସନସ୍କ୍ରିନ ଲଗାଇବା ନିହାତି ଆବଶ୍ୟକ । କାରଣ ଶୀତଦିନେ ୟୁଭିଏ ଲେବୁଲ ଅଧିକ ରହିଥାଏ ଯାହା ସ୍କିନ ପାଇଁ ଅଧିକ କ୍ଷତିକାରକ ।

-ସପ୍ତାହକୁ ବା ପ୍ରତି ୧୫ ଦିନରେ ଥରେ ଫେସ ପ୍ୟାକ ଲଗାଇବା ନିହାତି ଆବଶ୍ୟକ । ଏହାକୁ ଲଗାଇଲେ ଏହା ସ୍କିନକୁ ଅଧିକ ପୋଷଣ ଦେଇଥାଏ । ଘରେ ଦହି ,ମହୁ, ହଳଦୀ, ବେସନର ଏକ ଫେସ ପ୍ୟାକ ଲଗାନ୍ତୁ ।

ଏହାସହ ଓଠର ଯତ୍ନ ନିଅନ୍ତୁ

ଓଠ ମୁହଁର ଏକ ବିଶେଷ ଅଂଶ ଏବଂ ଏହାର ଯତ୍ନ ନେବା ନିହାତି ଆବଶ୍ୟକ । ଓଠ ସବୁଠାରୁ ନରମ ହୋଇଥିବାରୁ ଶୀତ ଦିନେ ଓଠ ଶୁଖିଲା ସହ ଫାଟି ଯାଏ । ସପ୍ତାହକୁ ଗୋଟେ ଥର ସ୍କ୍ରବ କରନ୍ତୁ, ଏହାସହ ଲିପ ବାମ ସବୁବେଳେ ଲଗାନ୍ତୁ । ଲିପସ୍କ୍ରବ ପାଇଁ ଚିନି ଏବଂ ମହୁକୁ ବ୍ୟବହାର କରନ୍ତୁ ।

Get real time updates directly on you device, subscribe now.