fbpx

୨୦୨୩ରେ ରାହୁଙ୍କ ଓଲଟା ଚଳନ; ଏହି ରାଶିମାନଙ୍କ ଉପରେ ପଡିବ ପ୍ରଭାବ, ଜାଣନ୍ତୁ ଆପଣଙ୍କ ଭାଗ୍ୟ

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ପ୍ରତ୍ୟେକ ଗ୍ରହ ନକ୍ଷତ୍ର ଏକ ନିର୍ଦ୍ଧିଷ୍ଠ ସମସୟରେ ସେମାନଙ୍କ ରାଶି ଏବଂ ଗତି ପରିବର୍ତ୍ତନ କରିଥାନ୍ତି । ଫଳରେ ଏହା ପ୍ରତ୍ୟେକ ବ୍ୟକ୍ତି ଉପରେ ପ୍ରଭାବ ପକାଇଥାଏ । ତେବେ ଜ୍ୟୋତିଷ ଶାସ୍ତ୍ରରେ ମାୟାବି ଗ୍ରହ ଏବଂ ପାପି ଗ୍ରହ କୁହାଯାଉଥିବା ରାହୁ ଓ କେତୁ ମଧ୍ୟ ସେମାନଙ୍କ ସ୍ଥିତି ପରିବର୍ତ୍ତନ କରିବାକୁ ଯାଉଛନ୍ତି । ଯାହାକି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ରାହୁ ଏବଂ କେତୁ ସର୍ବଦା ବକ୍ର ଚଳନ କରୁଥିବା ବେଳେ ଦେଢ ବର୍ଷରେ ଥରେ ସେମାନେ ରାଶି ପରିବର୍ତ୍ତନ କରିଥାନ୍ତି । ଫଳରେ ଏହା ପ୍ରତ୍ୟେକ ରାଶି ଉପରେ ପ୍ରଭାବ ପକାଇଥାଏ । ତେବେ ଆଗାମୀ ୨୦୨୩ ରେ ରାହୁ ତାଙ୍କ ଗତି ଏବଂ ରାଶି ପରିବର୍ତ୍ତନ କରି ମୀନ ରାଶିରେ ପ୍ରବେସ କରିବାକୁ ଯାଉଛନ୍ତି । ଏହା ପୂର୍ବରୁ ସେ ମେଷ ରାଶିରେ ପ୍ରବେସ କରିବେ । ଫଳରେ ୨୦୨୩ ରେ ୧୨ ରାଶି ଉପରେ ଏହାର ପ୍ରଭାବ ପଡିବ । କିନ୍ତୁ ଖାସ କରି ୪ ରାଶି ଉପରେ ଏହାର ଅଧିକ ପ୍ରଭାବ ପଡିବ । ଫଳରେ ଏହି ରାଶିର ବ୍ୟକ୍ତିମାନେ ଜୀବନରେ ସଫଳତା ପାଇବା ସହ ଧନ ପ୍ରାପ୍ତିର ମଧ୍ୟ ଯୋଗ ଅଛି । ବର୍ତ୍ତମାନ ଆସନ୍ତୁ ଜାଣିବା ଏହି ଭାଗ୍ୟଶାଳୀ ରାଶିମାନଙ୍କ ବିଷୟରେ…

ମିଥୁନ: ଜ୍ୟୋତିଷ ଶାସ୍ତ୍ର ଅନୁସାରେ ରାହୁର ବକ୍ର ଚଳନ ଏବଂ ରାଶି ପରିବର୍ତ୍ତନ ମିଥୁନ ରାଶିର ବ୍ୟକ୍ତିମାନଙ୍କ ପାଇଁ ଧନ ପ୍ରାପ୍ତିର ଯୋଗ ଆଣିବ । ବେପାର ବାଣିଜ୍ୟରେ ଅନେକ ଲାଭ ମିଳିବାର ଯୋଗ ରହିଛି । ଏଥିସହିତ ଚାକିରି କରୁଥିବା ବ୍ୟକ୍ତିଙ୍କର ପ୍ରମୋସନ ହେବା ସହ ନୂତନ ଦାଇତ୍ୱ ମିଳିବ ।

କର୍କଟ: ଏହି ରାଶିର ବ୍ୟକ୍ତିମାନଙ୍କ ପାଇଁ ରାହୁର ସ୍ଥିତି ପରିବର୍ତ୍ତନ ଅନେକ ଶୁଭ ଫଳ ପ୍ରଦାନ କରିବ । କ୍ୟାରିୟରରେ ସଫଳତା ମିଳିବା ସହ ହଠାତ୍ ଧନ ପ୍ରାପ୍ତିର ଯୋଗ ଅଛି । ଏଥିସହିତ ପରିବାରରେ ସୁଖ ସମୃଦ୍ଧି ଲାଗି ରହିବ ।

ବିଚ୍ଛା: ଏହି ରାଶିର ବ୍ୟକ୍ତିମାନଙ୍କ ପାଇଁ ୨୦୨୩ ଅତ୍ୟନ୍ତ ଶୁଭ ଦାୟକ ହେବ । କାରଣ ମେଷ ରାଶିରେ ରାହୁଙ୍କ ପ୍ରବେଶ ବିଚ୍ଛା ରାଶିର ବ୍ୟକ୍ତିମାନଙ୍କ ପ୍ରଭାବ ବଢାଇବ । ଏଥିସହିତ ଅନେକ ଦିନ ଧରି ଲାଗି ରହିଥିବା ସମସ୍ୟା ମଧ୍ୟ ଦୂର ହେବ । ଏତତ୍ ବ୍ୟତୀତ ଧନ ପ୍ରାପ୍ତିର ଯୋଗ ରହିଛି ।

କୁମ୍ଭ: କୁମ୍ଭ ରାଶିର ବ୍ୟକ୍ତିମାନଙ୍କ ପାଇଁ ରାହୁଙ୍କ ସ୍ଥିତି ପରିବର୍ତ୍ତନ ଜୀବନରେ ଅନେକ ସଫଳତା ପ୍ରଦାନ କରିବ । ଅନେକ ଦିନରୁ କରିବାକୁ ଚାହୁଁଥିବା କାର୍ଯ୍ୟ ସଫଳ ହେବ । ଏତତ୍ ବ୍ୟତୀତ ପରିବାରରେ ସୁଖ ଶାନ୍ତି ଲାଗି ରହିବ ।

Get real time updates directly on you device, subscribe now.