fbpx

ଭୋଟ ଦରକାର ତ ଦାବି ପୂରଣ କର ; ରାଜନେତାଙ୍କୁ ଗାଁ ରେ ପ୍ରବେଶ ମନା

ନିର୍ବାଚନୀ ପ୍ରଚାର ପାଇଁ ଦୁଲୁକୁଛି ସାରା ଗୁଜରାଟ । ଭୋଟ ପାଇଁ ରାଲି ଠାରୁ ଆରମ୍ଭ କରି ରୋଡ ସୋ କରି ନେତା ମାନେ ଲୋକମାନଙ୍କୁ ବହୁ ପ୍ରକାରର ପ୍ରଲୋଭନ ଦେଖାଉଛନ୍ତି । ଗୁଜରାଟ ବିଧାନସଭାର ପ୍ରଥମ ଚରଣ ନିର୍ବାଚନ ପାଇଁ ମାତ୍ର ହାତରେ ଆଉ ୫ଟି ଦିନ ରହିଛି । ସେଥିପାଇଁ ରାଜନେତା ମାନେ ତାଙ୍କର ଦିନ ରାତିକୁ ଏକ କରି ପ୍ରଚାର ପ୍ରସାରରେ ଲାଗି ପଡିଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀଙ୍କ ଠାରୁ ଆରମ୍ଭ କରି କଂଗ୍ରେସ ନେତା ରାହୁଲ ଗାନ୍ଧୀ ଭାରତ ଯୋଡୋ ଯାତ୍ରାକୁ ସ୍ଥଗିତ କରି ନିର୍ବାଚନୀ ପ୍ରଚାରରେ ଲାଗିପଡିଛନ୍ତି । ଏହା ସହିତ ଆପ ନେତା ଅରବିନ୍ଦ କେଜ୍ରିୱାଲ ମଧ୍ୟ ଜୋର ସୋର ରୋଡ ସୋ କରୁଛନ୍ତି । କେବଳ ଏତିକି ନୁହେଁ ସବୁ ଦଳ ପ୍ରତିଶୃତି ଉପରେ ପ୍ରତିଶୃତି ବାଣ୍ଟି ଚାଲିଛନ୍ତି । କିନ୍ତୁ ଏବେ କଥା ଉଠୁଛି କ୍ଷମତାକୁ ଆସିବାକୁ ରାଜନୈତିକ ଦଳ ଯେଉଁ ଭଳି ଭାବରେ ପ୍ରତିଲୋଭ ଦେଖାଉଛନ୍ତି ସେହି ସବୁ କୁ ଖାତିର ନ କରି କିଛି ଗ୍ରାମ ଭୋଟ ବର୍ଜନ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ଯାହା ବର୍ତ୍ତମାନ ସମୟରେ ଚର୍ଚ୍ଚାର ବିଷୟ ପାଲିଟିଛି ।

କେବଳ ଏତିକି ନୁହେଁ ବରଂ ଏହି ଗ୍ରାମର ଲୋକ ରାଜନେତା ମାନଙ୍କୁ ନିଜ ଗ୍ରାମ ଭିତରକୁ ପଶିବାକୁୂ ଦେଉ ନାହାନ୍ତି ।  ସେମାନେ ୨୦୨୨ ଭୋଟ ବର୍ଜନ କରିବାକୁ ସ୍ଥିର କରିଛନ୍ତି । ସୂଚନାମୁତାବକ ଗୁଜରାଟର ଅରାବଲି ଜିଲ୍ଳା ମୁମ୍ବାଡା ଗାଁ ଅଛି ଯେଉଁଠିକାର ଅଧିବାସୀ ମାନେ ତାଙ୍କର ଭୋଟ ନଦେବାକୁ ସ୍ଥିର କରିଛନ୍ତି । ତାଙ୍କର କହିବା ଅନୁସାରେ ଯେ ପର୍ଯ୍ୟନ୍ତ ଗ୍ରାମକୁ ରାସ୍ତା ନାହିଁ କେହି ଭୋଟ ଦେବେ ନାହିଁ ।ଏଠାକାର ଲୋକ ନୋ ରୋଡ଼ ନୋ ଭୋଟ ପ୍ଳାଏ କାର୍ଡ ଲଗାଇ ରାଜନେତା ମାନଙ୍କୁ ଗାଁ ଭିତରକୁ ପ୍ରବେଶର ନିଷେଧ କରିଛନ୍ତି ।

ଏହି ଛୋଟ ଗ୍ରାମରେ ୨ଶହ ଲୋକ ବସବାସ କରନ୍ତି । ଏଠାରେ ଗୋଟିଏ ପ୍ରାଇମେରୀ ବିଦ୍ୟାଳୟ ଅଛି କିନ୍ତୁ ଏଠାକୁ ଯିବା ପାଇଁ ପକ୍କା ସଡକ ଟିଏ ନାହିଁ । ରାସ୍ତରେ ବଡ ବଡ ଗାତ ହୋଇଛି । ଏହି ସଡକ ପଥ ଦେଇ ରୋଗୀମାନଙ୍କୁ ନେବା ଆଣିବାରେ ବହୁ ଅସୁବିଧା ହେଉଛି । ଏଠାରେ ରୋଗୀ ମାନଙ୍କୁ ବୋହି କରି ନୋବକୁ ପଡିଥାଏ କାରଣ ଏଠାରେ ଆମ୍ବୁଲାନ୍ସ ପହଞ୍ଚିବା ଅସମ୍ଭବ । ଆଉ ବର୍ଷାସମୟ ନ କହିବା ଭଲ । ବର୍ଷା ଋତୁ ହେଲେ ଏଠାକୁ ଯୋଗାଯୋଗ ସମ୍ପୁର୍ଣ୍ଣ ଭାବେ ବିଚ୍ଛିନ୍ନ ହୋଇଯାଏ ।

ଦେଖିବାକୁ ଗଲେ ଏହି ଭଳି ଅନେକ ଗ୍ରାମ ଅଛି ଯେଉଁମାନେ ତାଙ୍କର ଅସୁବିଧାକୁ ଦେଖି ଭୋଟ ବର୍ଜ୍ଜନ କରିବାକୁ ନିଷ୍ପତ୍ତି ନେଇଛନ୍ତି । କାରଣ ଏହି ଭଳି ଅନେକ ସମସ୍ୟା ଭିତରେ ଆଜି ପର୍ଯ୍ୟନ୍ତ ଲୋକ ବସବାସ କରୁଛନ୍ତି । ଆଉ ସ୍ୱାଧୀନତାର ସ୍ୱାଦ ଚାଖିବା ତ ଦୁର କଥା ଏମାନେ ସରକାରଙ୍କ ଲାଭମାନ ଯୋଜନା ବିଷୟରେ ମଧ୍ୟ ଶୁଣି ନଥିବେ । ଏଭଳି ଗ୍ରାମର ସମସ୍ୟାର ଦୂରୀକରଣ ନକରି କେବଳ ନିର୍ବାଚନ ସମୟରେ ଭୋଟ ପାଇଁ ପ୍ରଚାର କରିଲେ ଏହି ବାସିନ୍ଦାଙ୍କର କଣ ଅବା ଲାଭ ହେବ । ତେଣୁ ସବୁ ଦୃଷ୍ଟିକୁ ଦେଖି ସେମାନେ ଏହି ସାଧାରଣ ଦାବୀ ରଖିଛନ୍ତି । ଯଦି ଦାବୀ ପୁରଣ ହେଲା ତେବେ ସେ ଭୋଟ ଦେବା କଥା ଚିନ୍ତା କରିବେ ବୋଲି କହିଛନ୍ତି ।

Get real time updates directly on you device, subscribe now.