ଜ୍ୟେତିଷଶାସ୍ତ୍ର ଅନୁସାରେ ସବୁ ଗ୍ରହର ଚଳନ ବା ସଂଯୋଗ ୧୨ଟି ରାଶି ଉପରେ ପଡିଥାଏ । କହିବାକୁ ଗଲେ ନଭେମ୍ବର ୧୩ ତାରିଖ ଦିନ ମଙ୍ଗଳଗ୍ରହ ବୃଷ ରାଶିରେ ଚଳନ କରିଛନ୍ତି । ସେହିପରି ଶୁକ୍ରଗ୍ରହ ବିଛା ରାଶିରେ ପ୍ରବେଶ କରିଛନ୍ତି । ମଙ୍ଗଳଗ୍ରହ ଏବଂ ଶୁକ୍ରଗ୍ରହଙ୍କ ଏପରି ସ୍ଥିତି ପାଇଁ ଧନ ରାଜଯୋଗ ହୋଇଥାଏ । ଏହି ରାଜଯୋଗ ଡିସେମ୍ବର ୫ତାରିଖରେ ଶୁକ୍ରଗ୍ରହ ଧନୁରାଶିରେ ଚଳିବାକୁ ଯାଉଛନ୍ତି । ଏହାସହ ୩ଟି ରାଶିର ଲୋକମାନଙ୍କୁ ଏହା ଧନ ଲାଭ କରାଇବ ।
ବୃଷରାଶି: ଧନ ରାଜଯୋଗ ବୁଷ ରାଶିର ଲୋକମାନଙ୍କ ପାଇଁ ଅତ୍ୟନ୍ତ ଶୁଭ ଦାୟକ । ଏହାସହ ଶାହସ, ଆତ୍ମବିଶ୍ୱାସ ବଢିକି ରହିବ । ଆକର୍ଷଣ ବଢିବ, ଅର୍ଥାତ ଲୋକେ ଆପେଆପେ ଆପଣଙ୍କ ଆଡକୁ ଆକର୍ଷିତ ହେବେ । ତୁରନ୍ତ ବିବାହ ଯୋଗ ରହିଛି । ଗ୍ଲାମର, ମିଡିଆ ସହ ଯୋଡି ହୋଇଥିବା ଲୋକମାନେ ସଫଳତା ହାସଲ କରିବେ । କର୍ମକ୍ଷେତ୍ରରେ ଅତ୍ୟନ୍ତ ଶୁଭଫଳ ପାଇବେ । ଆପଣଙ୍କୁ ବହୁତ ଶୀଘ୍ର ଖୁସି ଖବର ମିଳିବାକୁ ଯାଉଛି ।
କର୍କଟ ରାଶି: କର୍କଟ ରାଶିର ଲୋକମାନଙ୍କ ପାଇଁ ଏହା ଅତ୍ୟନ୍ତ ଲାଭ ଦାୟକ । କ୍ୟାରିୟର ପାଇଁ ଏହି ସମୟ ବହୁତ ଭଲ ଅଛି । ଟଙ୍କା-ପଦ-ସମ୍ମାନ ମିଳିବ । ପ୍ରେମ ଜୀବନ ସୁଖ ରହିବ । ଯେଉଁ ଲୋକମାନଙ୍କ ବିବାହ ହୋଇନାହିଁ , ସେମାନଙ୍କ ବିବାହ ତୁରନ୍ତ ହେବାକୁ ଯାଉଛି । ବେପାର ବାଣିଜ୍ୟରେ ମଧ୍ୟ ଉନ୍ନତି ହେବ । ଏହାସହ ଅଟକି ଯାଇଥିବା କାମ ପୂରଣ ହେବ ।
ଧନୁରାଶି: ଧନ ରାଜଯୋଗ ପ୍ରବେଶ କରିବା ଦ୍ୱାରା ଧନୁରାଶିର ଲୋକମାନଙ୍କ ପାଇଁ ଏହା ଅତ୍ୟନ୍ତ ଶୁଭ ଦାୟକ । ମଙ୍ଗଳଗ୍ରହ ଏବଂ ଶୁକ୍ରଗ୍ରହ ଉଭୟେ ଧନୁରାଶିର ଲୋକମାନଙ୍କୁ ବହୁତ ଶୁଭଫଳ ପ୍ରଦାନ କରିବେ । ଜୀବନରେ ସୁଖ ସୁବିଧା ବଢିବ ସହ ଉନ୍ନତି ମିଳିବ । ଅଟକି ଯାଇଥିବା କାର୍ଯ୍ୟ ପୁରା ହେବ । ଯେଉଁ ଲୋକମାନେ ଚାକିରୀ ଖୋଜୁଛନ୍ତି ସେମାନଙ୍କ ଚାକିରୀ ହେବ । ଯେଉଁ ମାନଙ୍କ ବିବାହ ହୋଇନାହିଁ ସେମାନଙ୍କ ବିବାହ ଲଗ୍ନ ଖୋଲିବାକୁ ଯାଉଛି ।