fbpx

(Video) ଗୋଟିଏ ପ୍ରେମିକ ପାଇଁ ୫ ଯୁବତୀଙ୍କ ଲଢ଼େଇ : ଲାତ –ଗୋଇଠା ସହ ଉପାଡିଦେଲେ ଚୁଟି

ଆଜିକାଲି ସୋସିଆଲ ମିଡିଆରେ ଅନେକ ଭିଡିଓ ଦେଖିବାକୁ ମିଳିଯାଉଛି, ଯେଉଁଟାରେ ପ୍ରେମିକ ବା ପ୍ରେମିକା ପାଇଁ ପୁଅ-ଝିଅ ପରସ୍ପର ମଧ୍ୟରେ ଲଢ଼େଇ ଲାଗୁଛନ୍ତି । ଏଥିପାଇଁ ହୋଇଥିବା ଲଢ଼େଇ ବହୁତ ଭୟଙ୍କର ହୋଇଥାଏ ଯାହାକୁ ଦେଖି ଲୋକଙ୍କୁ ଲୋମ ଟାଙ୍କୁରି ଯାଏ । ନିକଟରେ ବିହାରର ସୋନପୁର ମେଳାରେ ଏପରି କିଛି ଦେଖିବାକୁ ମିଳିଛି, ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ସୋସିଆଲ ମିଡିଆରେ ସାମ୍ନାକୁ ଆସିଥିବା ଭିଡିଓରେ ଜଣେ ଯୁବକଙ୍କ ପାଇଁ ୫ ଯୁବତୀ ପରସ୍ପର ସହ ଲଢ଼ୁଥିବା ଦେଖିବାକୁ ମିଳିଛି । ଏହାକୁ ଦେଖି ୟୁଜର୍ସଙ୍କ ହୋସ୍ ଉଡିଯାଇଛି । ସୂଚନା ଅନୁସାରେ, ବିହାରର ସୋନପୁର ମେଳାରେ ଜଣେ ଯୁବକ ନିଜ ପ୍ରେମିକା ସହ ବୁଲିବାକୁ ଆସିଥିଲେ । ସେଠାରେ ତାଙ୍କୁ ଅନ୍ୟ ୪ ଜଣ ପ୍ରେମିକା ଧରିପକାଇଥିଲେ ।

ଏହା ପରେ ମେଳାରେ ଯାହା ହେଲା, ତାହାକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ । ଭିଡିଓରେ ୫ ଯୁବତୀଙ୍କ ମଧ୍ୟରେ ମାରପିଟ୍ ଓ ପରସ୍ପରକୁ ଅତି ଖରାପ ଭାବରେ ମାରୁଥିବାର ଦେଖିବାକୁ ମିଳିଛି । ଗୋଟିଏ ପଟେ ଯୁବକ ଜଣକ ନିଜ ପ୍ରେମିକାଙ୍କୁ ବଞ୍ଚାଇବାକୁ ଚେଷ୍ଟା କରୁଛନ୍ତି, କିନ୍ତୁ ଯୁବତୀଙ୍କ ଭିତରେ ଚାଲିଥିବା ମାରପିଟ୍ ଥମିବାର ନାଁ ନେଉନାହିଁ ।

ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଭିଡିଓଟିକୁ ସୁବିଧା ନାମକ ଜଣେ ୟୁଜର୍ସ ନିଜ ଆକାଉଣ୍ଟରୁ ସେୟାର କରିଛନ୍ତି । ଭିଡିଓରେ ଦେଖିବାକୁ ମିଳିଛି କି, ଯୁବତୀଙ୍କ ମାରପିଟ୍ ଏତେ ଆଗକୁ ଚାଲିଯାଇଥିଲା କି, ସେମାନେ ପରସ୍ପରର ଡ୍ରେସ୍ ଚିରିବାରେ ଲାଗିଗଲେ ।

Get real time updates directly on you device, subscribe now.