fbpx

‘Liger’ ଫିଲ୍ମରେ ବିଦେଶୀ ଫଣ୍ଡ: ଫସିଲେ ସାଉଥ ଅଭିନେତା ବିଜୟ, ଯାଞ୍ଚ କରିବ ED

ନୂଆଦିଲ୍ଲୀ: ସାଉଥ୍ ଫିଲ୍ମ ଇଣ୍ଡଷ୍ଟ୍ରିରୁ ଏକ ବଡ଼ ଖବର ଆସିଛି । ମନି ଲଣ୍ଡରିଂ କେସରେ ଫସିଛନ୍ତି ଅଭିନେତା ବିଜୟ ଦେବରାକୋଣ୍ଡା । ବିଜୟଙ୍କ ଅଭିନୀତ ‘ଲାଇଗର’ ଫିଲ୍ମରେ ବିଦେଶୀ ଫଣ୍ଡ ବେଆଇନ ଭାବେ ନିବେଶ ହୋଇଥିବା ଖବର ପାଇଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) । ତେଣୁ ଖୁବଶୀଘ୍ର ବିଜୟଙ୍କୁ ଜେରା କରାଯିବ । ଏନେଏ ଇଡି ପକ୍ଷରୁ ବିଜୟଙ୍କୁ ସମନ କରାଯାଇଥିବା ଜଣାପଡ଼ିଛି ।

ବିଜୟଙ୍କ ପୂର୍ବରୁ ଗତ ୧୭ ତାରିଖରେ ଫିଲ୍ମର ପ୍ରଯୋଜକ ଚାର୍ମି କୌର ଓ ନିର୍ଦ୍ଦେଶକ ପୁରୀ ଜଗନ୍ନାଧଙ୍କୁ ମଧ୍ୟ ଇଡି ପକ୍ଷରୁ ପଚରାଉଚରା କରାଯାଇଥିଲା । ବିଜୟ ବୈଦେଶିକ ବିନିୟମ ପରିଚାଳନା ଆକ୍ଟ (ଫେମା) ନିୟମ ଉଲ୍ଲଂଘନ କରିଥିବା ନେଇ ଇଡି ପକ୍ଷରୁ ନୋଟିସ୍ ଜାରି କରାଯାଇଛି । ‘ଲାଇଗର’ ଫିଲ୍ମର ନିର୍ମାଣ ଓ ପ୍ରମୋସନ ପାଇଁ କଳାଧନ ଉପଯୋଗ କରାଯାଇଥିବା ନେଇ ସୁରାକ ମିଳିଛି । ତେଣୁ ଏକ ଅଭିଯୋଗ ଆଧାରରେ ଇଡି ଏବେ ଯାଞ୍ଚ ଆରମ୍ଭ କରିଛି ।

ଧର୍ମା ପ୍ରଡକ୍ସନ ବ୍ୟାନରେ ନିର୍ମିତ ହୋଇଥିବା ଏହି ଫିଲ୍ମ ଏକ ବଡ଼ ବଜେଟର ଫିଲ୍ମ । ଫିଲ୍ମରେ ପାଖାପାଖି ୧୨୦ କୋଟି ଟଙ୍କା ବ୍ୟୟ ହୋଇଥିବା କୁହାଯାଉଛି । ମାତ୍ର ବକ୍ସ ଅଫିସରେ ଫିଲ୍ମଟି ଫେଲ୍ ମାରିଥିଲା । ଏହି ଫିଲ୍ମରୁ ମୋଟ ୬୦ କୋଟି ଅର୍ଥ କଲେକ୍ସନ କରାଯାଇଥିବା ରିପୋର୍ଟ ମିଳିଥିଲା । ଫିଲ୍ମର ପ୍ରମୋସନ ଜୋରଦାର ଭାବେ କରାଯାଇଥିଲା । ଏହାକୁ ହିନ୍ଦି, ତେଲୁଗୁ ଭାଷାରେ ରିଲିଜ୍ କରାଯାଇଥିଲା ।

Get real time updates directly on you device, subscribe now.