fbpx

ଭୋଟ ଦେଉଛନ୍ତି ପଦ୍ମପୁରବାସୀ:୯ଟା ଭିତରେ ୮.୫ ପ୍ରତିଶତ ମତଦାନ

ପଦ୍ମପୁର: ପଦ୍ମପୁର ଉପନିର୍ବାଚନ ପାଇଁ ମତଦାନ ଆରମ୍ଭ ହୋଇସାରିଛି । ଆଜି ସକାଳ ୭ଟାରୁ ଆରମ୍ଭ ହୋଇସାରିଛି ଭୋଟିଂ ପ୍ରକ୍ରିୟା । ନିର୍ବାଚନରେ ୧୦ଜଣଙ୍କ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ୩ଟି ବ୍ଲକର ମୋଟ ୨ଲକ୍ଷ ୬୯ ହଜାରରୁ ଅଧିକ ମତଦାତା ।ବର୍ତ୍ତମାନ ମିଳିଥିବା ସୂଚନା ଅନୁସାରେ ୯ଟା ଭିତରେ ୮.୫ ପ୍ରତିଶତ ମତଦାନ ହୋଇଛି । ନିର୍ବାଚନ କମିଶନର ଏନେଇ ସୂଚନା ଦେଇଛନ୍ତି ।

ବିଜେଡି, ବିଜେପି ଓ କଂଗ୍ରେସ ପରି ତ୍ରୀକୋଣୀୟ ଭୋଟିଂ ଚାଲିବ ଆଜି ପଦ୍ମପୁରରେ । ଭୋଟଗ୍ରହଣରେ ଶାନ୍ତି ଶୃଙ୍ଖଳା ବଜାୟ ରଖିବା ପାଇଁ ପ୍ରଶାସନ ତରଫରୁ ବ୍ୟବସ୍ଥା କରାଯାଇଛି ।

ଭୋଟିଂ ଗ୍ରହଣ ୭ଟାରୁ ଆରମ୍ଭ ହୋଇଥିବା ବେଳେ ଶେଷ ହେବ ଅପରାହ୍ନ ୪ଟାରେ । ସୁରକ୍ଷାକୁ ଆଖିଆଗରେ ରଖି ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ତେବେ ପଦ୍ମପୁର ନିର୍ବାଚନମଣ୍ଡଳୀରେ ୩୧୯ଟି ବୁଥ୍ କରାଯାଇଛି । ଏଥିରେ ୧,୩୦,୩୩୧ ଜଣ ପୁରୁଷ, ୧,୨୮,୯୮୧ ଜଣ ମହିଳା ଏବଂ ୧୪ଜଣ ତୃତୀୟ ଲିଙ୍ଗୀ ଭୋଟ ଦେବେ । ସେଥିପାଇଁ ବୁଥ ଗୁଡ଼ିକରେ ସିସିଟିଭି କ୍ୟାମେରା ବ୍ୟବହାର ସହ ବୁଥ୍ ସହ ମାଇକ୍ରୋ ଅବଜରଭର ରହିଛନ୍ତି ।

ତେବେ ୩୧୯ଟି ବୁଥରୁ ମାଓ ଅଧ୍ୟୁଷିତ ଅଂଚଳରେ ୪୬ଟି ବୁଥ ରହିଛି । ଏହାସହ ୧୫୨ଟି ସମ୍ବେଦନଶୀଳ ଓ କ୍ରିଟିକାଲ ବୁଥ ରହିଛି । ୩୧୯ଟି ବୁଥ ପାଇଁ ୧୨୭୬ ଜଣ ପୋଲିଂ ଅଧିକାରୀ ଏବଂ ୧୨୮ଜଣ ରିଜର୍ଭ ପୋଲିଂ ଅଧିକାରୀଙ୍କୁ ନିଯୁକ୍ତ କରାଯାଇଛି । ସେହିପରି ୩୮ଜଣ ପିଲିସ ଅଧୀକାରୀ, ୩୪ ସେକ୍ସନ ସିଆରପିଏଫ, ୩୧୯ ସୁରକ୍ଷା କର୍ମୀ ଏବଂ ୧୨୩ଜଣ ହୋମଗାର୍ଡ ସୁରକ୍ଷା ଦାୟିତ୍ୱରେ ଅଛନ୍ତି । ୩ଟି ବ୍ଲକରେ ୨ଟି ଲେଖାଁଏ ପିଙ୍କ ବୁଥ ଓ ୫ଟି ଆଦର୍ଶ ମତଦାନ କେନ୍ଦ୍ର କରାଯାଇଛି ।

 

Get real time updates directly on you device, subscribe now.