fbpx

ଡିପାର୍ଟମେଣ୍ଟ ଗାଡ଼ିରୁ ଡ଼ିଜେଲ ଚୋରି କଲେ ପୋଲିସ, ଶେଷରେ ଏମିତି ପଡିଲେ ଧରା…

ମଧ୍ୟପ୍ରଦେଶ: ପୋଲିସ ଚୋରକୁ ଧରିଥାଏ ଏବଂ ଲୋକମାନଙ୍କୁ ସୁରକ୍ଷା ପ୍ରଦାନ କରିଥାଏ । କିନ୍ତୁ ପୋଲିସ ଯଦି ଚୋରି କରେ ତେବେ ଚୋରକୁ ଧରିବ କିଏ? ଆଜ୍ଞା ହଁ କଥା ଟି ବିଶ୍ୱାସ ହେଉନଥିଲେ ମଧ୍ୟ ଏହା ଏକ ସତ୍ୟ ଘଟଣା । ମଧ୍ୟପ୍ରଦେଶର ଭିଣ୍ଡ ଜିଲ୍ଲାରେ ପୋଲିସକର୍ମୀ ନିଜ ବିଭାଗର ଗାଡିରୁ ଡିଜେଲ ଚୋରି କରିଥିବା ଘଟଣା ସାମ୍ନାକୁ ଆସିଛି । ଏହି ଯାନଟି ରିଜର୍ଭ ଇନ୍ସପେକ୍ଟର କାର୍ଯ୍ୟାଳୟ ବାହାରେ ଥୁଆ ହୋଇଥିଲା । ଏଠାରେ ୬ଟି ପୋଲିସ ବାହନରୁ ୨୫୦ ଲିଟର ଡ଼ିଜେଲ ଚୋରି କରାଯାଇଛି ।ଯେତେବେଳେ ଅଧିକାରୀମାନେ ଚୋରୀ ବିଷୟରେ ଜାଣିବାକୁ ପାଇଲେ, ସର୍ବପ୍ରଥମେ ନଗର ପୋଲିସ ଷ୍ଟେସନରେ ଏଫଆଇଆର ଦିଆଯାଇଥିଲା । ଏହି ମାମଲାରେ ଏସପି ତିନି ଜଣ ପୋଲିସ କର୍ମଚାରୀଙ୍କୁ ନିଲମ୍ବିତ କରିଥିଲେ ।

ସୂଚନା ଅନୁଯାୟୀ, ନଭେମ୍ବର ୨୯ତାରିଖ ରାତିରେ, ରିଜର୍ଭ ଇନ୍ସପେକ୍ଟର କାର୍ଯ୍ୟାଳୟ ସାମ୍ନାରେ ରହିଥିବା ଗାଡି ମାନଙ୍କର ଗେଜ୍ ମାପ କରିବା ପାଇଁ ଅଟକା ଯାଇଥିଲା । ପୁଣିଥରେ ୩୦ ନଭେମ୍ବରରେ ଯେତେବେଳେ ଗାଡ଼ି ତୈଳ ମପା ଗଲା ସେତେବେଳେ କମ ଆସିଥିଲା । ସେଠାରେ ମହଜୁଦ ୬ଟି ପୋଲିସ ଗାଡିରୁ ୨୫୦ ଲିଟର ତେଲ କମ ଥିଲା ।

ଡିଜେଲ ଚୋରି ହେବା ଘଟଣା ସାମ୍ନାକୁ ଆସିବା ପରେ ସିଟି କୋତବାଲୀ ଥାନାରେ ଅଜ୍ଞାତ ଆରୋପି ମାନଙ୍କ ଅଭିଯୋଗ କରାଯାଇଥିଲା । କିନ୍ତୁ ଏହାର ଅନେକ ଜାଂଚ ହେବା ପରେ ଜଣା ପଡ଼ିଲା ଯେ, ପୋଲିସ ଲାଇନରେ ଠିଆ ହୋଇଥିବା ବାହନରେ ଡିଜେଲ ଚୋରି କରିବା ପଛରେ ବିଭାଗର କିଛି ପୋଲିସ କର୍ମଚାରୀଙ୍କ ହାତ ଅଛି । ତଦନ୍ତ ପରେ କିଛି ପୋଲିସ କର୍ମଚାରୀଙ୍କ ନାମ ସାମ୍ନାକୁ ଆସିଥିଲା । ଏହାକୁ ଜାଣି ତୁରନ୍ତ ଭିଣ୍ଡର ଏସପି ଶୈଳନ୍ଦ୍ର ସିଂହ କୁଶବାହ ସେମାନଙ୍କୁ ଚାକିରୀରୁ ବହିଷ୍କାର କରିଥିଲେ ।

Get real time updates directly on you device, subscribe now.