fbpx

ଆଜିଠାରୁ ଲୋକସଭା ଶୀତ ଅଧିବେଶନ, ପ୍ରସ୍ତୁତ ହେଉଛି ବିରୋଧୀ

ନୂଆଦିଲ୍ଲୀ: ରାଜ୍ୟରେ ବିଧାନସଭା ଶୀତ ଅଧିବେଶନ ଆରମ୍ଭ ହୋଇସାରିବା ବେଳେ ଆଜିଠାରୁ ଆରମ୍ଭ ହେଉଛି ପାର୍ଲାମେଣ୍ଟର ଶୀତକାଳୀନ ଅଧିବେଶନ । ଏହି ଅଧିବେଶନ ବସିବା ପୂର୍ବରୁ ଗତକାଲି ସର୍ବଦଳୀୟ ବୈଠକ ବସିଥିଲା । ସଂସଦ କାର୍ଯ୍ୟକୁ କିପରି ଭଲରେ କରାଯିବ ସେଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସବୁ ରାଜନୈତିକ ଦଳକୁ ସହଯୋଗର ହାତ ବଢାଇଥିଲେ । ଏହାଛଡା ଶୀତ ଅଧିବେଶନରେ ଆଗତ ହେବାକୁ ଥିବା ଗୁରୁତ୍ୱପୂର୍ଣ୍ଣ ବିଷୟ ଉପରେ ଆଲୋଚନା ହୋଇଛି ।

ସଂସଦ ଶୀତକାଳୀନ ଅଧିବେଶନରେ ସରକାରଙ୍କୁ ଘେରିବା ପାଇଁ ବିରୋଧୀ ଦଳ ପ୍ରସ୍ତୁତ ଅଛନ୍ତି । ଦେଶରେ ଦରଦାମ ବୃଦ୍ଧି, ସୀମା ବିବାଦୀୟ, ଦେଶର ବେରୋଜଗାରୀ ସମସ୍ୟା ପ୍ରସଙ୍ଗରେ ବିରୋଧୀ ରଣନୀତି ପ୍ରସ୍ତୁତ କରିଛନ୍ତି । ଗତକାଲି ସର୍ବଦଳୀୟ ବୈଠକରେ ସଂସଦୀୟ କାର୍ଯ୍ୟମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ବୈଠକ ସରିବା ପରେ ପ୍ରତିକ୍ରିୟା ରଖିଥିଲେ । ସରକାର ସବୁ ପ୍ରସଙ୍ଗ ଉପରେ ଆଲୋଚନା କରିବାକୁ ପ୍ରସ୍ତୁତ ଅଛନ୍ତି ବୋଲି କେନ୍ଦ୍ରସରକାର ମତ ରଖିଛନ୍ତି ।

ବିରୋଧୀଦଳଙ୍କ କିଛି ଦାବି ରହିଛି ଯାହା ଉପରେ ଖୁବ ଶିଘ୍ର ଆଲୋଚନା କରାଯିବ । ଏହି ଆଲୋଚନା ବାଚସ୍ପତି ଓ ସଭାପତିଙ୍କ ଅନୁମତି ମିଳିବା ପରେ ହେବ । କଂଗ୍ରେସ ସାଂସଦ ଅଧିର ରଞ୍ଜନ ଚୌଧୁରୀ କହିଛନ୍ତି ଯେ, ବିରୋଧୀ ଦଳଙ୍କ ନିକଟରେ ୨୪ରୁ ୨୫ଟି ପ୍ରସଙ୍ଗ ରହିଛି । ଏହି ସବୁ ପ୍ରସଙ୍ଗ ଉପରେ ଚର୍ଚ୍ଚା ପାଇଁ ପର୍ଯ୍ୟାପ୍ତ ସମୟ ନାହିଁ । ତେବେ ସଂସଦର ଶୀତକାଳିନ ଅଧିବେଶନ ଆଜିଠାରୁ ଆରମ୍ଭ ହୋଇ ୨୩ ତାରିଖରେ ଶେଷ ହେବ । ତେଣୁ ଶୀତକାଳୀନ ଅଧିବେଶନ ୧୭ ଦିନ ପରିବର୍ତ୍ତେ ଅଧିକ ଦିନ ହେବା ଦରକାର ନେଇ କଂଗ୍ରେସ ଦାବି ଜଣାଇଛନ୍ତି ।

Get real time updates directly on you device, subscribe now.