fbpx

ପାଳନ ହେବ ସବୁ ପ୍ରତିଶୃତି: ପଦ୍ମପୁର ବିଜୟ ପରେ ବିରୋଧୀଙ୍କୁ ଟାର୍ଗେଟ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ପଦ୍ମପୁର ଉପନିର୍ବାନରେ ବିଶାଳ ବିଜୟ ପରେ ପଦ୍ମପୁରବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ। ଏହା ସହିତ ନିର୍ବାଚନ ସମୟରେ ଦିଆଯାଇଥିବା ସମସ୍ତ ପ୍ରତିଶୃତିକୁ ପୁରଣ କରାଯିବ ବୋଲି କହିଛନ୍ତି । ଏହା ସହିତ ପଦ୍ମପୁର ଉପନିର୍ବାଚନ ସମୟରେ ବିରୋଧୀଙ୍କ ଆଭିମୁଖ୍ୟ ନେଇ ସମାଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ ।

ଏହା ସହିତ କଣ ପାଇଁ ସେ ପଦ୍ମପୁରକୁ ପ୍ରଚାର କରିବାକୁ ଗଲେ ଏହାର ଉତ୍‌ତର ମଧ୍ୟ ଦେଇଛନ୍ତି । ଯେଉଁପରି ଭାବେ ବାପା ହରାଇଥିବା ଝିଅକୁ ଯେପରି ଭାବେ ଅସମ୍ମାନ କରାଗଲା ତାହା ତାଙ୍କୁ ଦୁଃଖ ଦେଇଲା । ରାଜ୍ୟ ବିଜେପିର କିଛି ନେତୃମଣ୍ଡଳୀ ବର୍ଷାଙ୍କୁ ଅସମ୍ମାନ କଲେ । ଏହା ସହିତ କେନ୍ଦ୍ରମନ୍ତ୍ରୀମାନେ ଲୋକଙ୍କୁ ଭୁଆଁ ବୁଲାଇବାକୁ ଚେଷ୍ଟା କରିଥିଲେ । ଯେଉଁଥି ପାଇଁ ତାଙ୍କୁ ପଦ୍ମପୁରକୁ ପ୍ରଚାର ପାଇଁ ଯିବାକୁ ପଡ଼ିଲା ବୋଲି ସେ କହିଛନ୍ତି ।

ତେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କ୍ରେଜ୍ ପଦ୍ମପୁରରେ କାମ ଦେଲା ଏହି କଥାକୁ ଏଡ଼ାଇ ଦିଆଯାଇ ପାରିବ ନାହିଁ । କାରଣ ବିରୋଧୀଙ୍କ ଶତ ପ୍ରଚେଷ୍ଟା ସତ୍ୱେ ବିଜେଡି ଏହାର ଗଡ଼ ରକ୍ଷା କରିବାକୁ ସକ୍ଷମ ହୋଇଛି । କେବଳ ଗଡ଼ ରଖିନାହିଁ ୪୦ ହଜାରରୁ ଉର୍ଦ୍ଧ ବ୍ୟବଧାନରେ ବିଜୟ ହାସଲ କରିଛି ବିଜେଡି । ଯାହାର ପ୍ରଭାବ ଆଗାମୀ ୨୦୨୪ ନିର୍ବାଚନରେ ଦେଖିବାକୁ ମିଳିବ ବୋଲି ରାଜନୈତିକ ବିଶେଷଜ୍ଞ ମାନେ କହୁଛନ୍ତି ।

Get real time updates directly on you device, subscribe now.