fbpx

ବରକୁ ବିଦାୟ ଦେଉଛି କନ୍ୟା, ଭୋ ଭୋ ହୋଇ କାନ୍ଦୁଛି ବର: ଭିଡିଓ ହେଲା ଭାଇରାଲ

ନୂଆଦିଲ୍ଲୀ: ସାଧାରଣତଃ ସୋସିଆଲ ମିଡ଼ିଆରେ କିଛି ନା କିଛି ଭିଡ଼ିଓ ଭାଇରଲ ହେଉଛି । ଆଜିକାଲି ଲୋକ ମାନଙ୍କୁ ବିବାହ ଭିଡ଼ିଓ ଗୁଡ଼ିକ ଅଧିକ ପସନ୍ଦ ଆସୁଛି । ତେବେ ବର୍ତ୍ତମାନ ସେହି ବିବାହର ଏକ ଭିଡ଼ିଓ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ବରକୁ କନିଆ ବିଦା କରୁଛି । ଏଥିରେ ଲୋକେ କମେଣ୍ଟ ଲେଖୁଛନ୍ତି ଯେ, ନୂଆ ଯୁଗରେ ଏମିତି ହେଲାଣି? ସେଠାରେ ଅନ୍ୟ ଜଣେ ୟୁଜର୍ସ ଲେଖିଛନ୍ତି, ଘର ଜ୍ୱାଇଁଆ ବନିବାକୁ ଯାଉଛି । ଏମିତି କିଛି କମେଣ୍ଟ, ଲୋକମାନେ ଦେଇଛନ୍ତି ଏହି ଭିଡ଼ିଓରେ ।

ଭାଇରାଲ ଭିଡ଼ିଓରେ ଦେଖାଯାଉଛି ଏକ କନିଆ ବାହାଘର ପରେ ନିଜ ସ୍ୱାମୀଙ୍କୁ ବିଦାୟ ଦେଉଛି । ବର ନିଜର କିଛି ସାଙ୍ଗ ମାନଙ୍କୁ ଧରି କାନ୍ଦୁଥିବାର ଦେଖାଦେଉଛି । ଏହି ଭିଡ଼ିଓ ପଛରେ ବାବୁଲ ତୁମନେ ଜୋ ସିଖାୟା ଗୀତ ବାଜୁଛି । ଏହି ଭିଡ଼ିଓ ତଳେ କ୍ୟାପସନ ଲେଖାଯାଇଛି ‘ସାଜନ ୟୈ ଘର ଚଲି’ ।

ଏହି ଭିଡ଼ିଓରେ ହଜାର ହଜାର ଲାଇକ ଏବଂ କମେଣ୍ଟ ଦେଇଛନ୍ତି ଲୋକେ । ଜଣେ ପ୍ରଶଂସକ ଲେଖିଛନ୍ତି, ଏହି ଭିଡ଼ିଓରେ କେତେ କଷ୍ଟ ଭରି ରହିଛି, ଯାହାକୁ ଦେଖିବା ପରେ ଆଖିରୁ ପାଣି ଆସିଗଲା । ଅନ୍ୟଜଣେ ପ୍ରଶଂସକ ଲେଖିଛନ୍ତି ବିବାହ ପରି ପବିତ୍ର ସମ୍ପର୍କକୁ ଏମାନେ ପରିହାସ କରୁଛନ୍ତି । ହୈ ପ୍ରଭୁ ଅଭି ତୋ ଅବତାର ଲେ ହି ଲୋ ପରି କମେଣ୍ଟରେ ଫନି ଇମୋଜି ସେୟାର କରିଛନ୍ତି ଦର୍ଶକ । ସେହିପରି କିଏ କିଏ ଲେଖିଛନ୍ତି, କିଛି ବାକି ଥିଲା ଯାହା ଏବେ ଦେଖିବାକୁ ମିଳିଲା ।

ପ୍ରକୃତରେ ସୋସିଆଲ ମିଡ଼ିଆରେ, ଏହିଦିନ ବର କନ୍ୟାକୁ ନେଇ ଏକ ଫନି ଭିଡ଼ିଓ ସୁଟ କରାଯାଇଥିଲା । ବର୍ତ୍ତମାନ ମାର୍କେଟରେ ଏପରି ଭିଡ଼ିଓ ଟ୍ରେଣ୍ଡ କରୁଛି । ଏହି ଫନି ଭିଡ଼ିଓଟି ଲୋକ ମାନଙ୍କୁ ବହୁ ପସନ୍ଦ ଆସିଛି ।

Get real time updates directly on you device, subscribe now.