fbpx

ପଦ୍ମପୁରକୁ ମିଳିଲା ନୂଆ ବିଧାୟକ; ଶପଥ ନେଲେ ବର୍ଷା

ପଦ୍ମପୁର: ପଦ୍ମପୁରରେ ନୂତନ ବିଧାୟିକା ଭାବରେ ବର୍ଷା ସିଂ ବରିହା ଶପଥ ପାଠ କରିଛନ୍ତି । ବାଚସ୍ପତି ବିକ୍ରମ କେଶରୀ ଆରୁଖ ତାଙ୍କୁ ଶପଥପାଠ କରାଇଛନ୍ତି । ତେବେ ପଦ ଓ ଗୋପନିୟତାର ଶପଥ ପାଠ କରିଛନ୍ତି ବିଧାୟିକା ବର୍ଷା ସିଂ ବରିହା । ଚଳିତମାସ ୮ ତାରିଖରେ ପଦ୍ମପୁରରେ ଉପନିର୍ବାଚନର ଫଳାଫଳ ପ୍ରକାଶ ପାଇଥିଲା । ଫଳରେ ସେଠାରେ ବିଜେଡି ପ୍ରାର୍ଥୀ ବର୍ଷା ବରିହା ସିଂ ବିପୁଳ ପରିମାଣରେ ଭୋଟ ପାଇ ବିଜୟୀ ହୋଇଥିଲେ । ଏହାପରେ ସେ ଆଜି ବିଧାୟିକା ଭବରେ ଶପଥପାଠ ଗ୍ରହଣ କରିଛନ୍ତି ।

ପଦ୍ମପୁରରେ ବିରୋଧୀଙ୍କୁ ଚକମା ଦେଇ ବିଜେଡି ପ୍ରାର୍ଥି ବର୍ଷା ସିଂ ବରିହା ୪୨ ହଜାର ୬୫ ଖଣ୍ଡ ଭୋଟ୍ ବ୍ୟବଧାନରେ ବିଜୟ ହାସଲ କରିଥିଲେ । ଅନ୍ୟପକ୍ଷରେ ବିଜେପି ପ୍ରାର୍ଥି ପ୍ରଦୀପ ପୂରୋହିତ ୬୮୮୮୭ ଖଣ୍ଡ ଭୋଟ୍ ପାଇ ଦ୍ୱିତୀୟ ସ୍ଥାନରେ ରହିଥିଲେ । ଗତ ଧାମନଗର ଉପନିର୍ବାଚନରେ ଶାସକ ଦଳ ପରାଜୟ ବରଣ କରିଥିବା ବେଳେ ବିଜେପି ବିଜୟୀ ଲାଭ କରିଥିଲା । ତେଣୁ ପଦ୍ମପୁରର ଉପନିର୍ବାଚନରେ କ୍ଷମତା ହାତେଇବା ଶାସକ ଦଳ ପାଇଁ ଏକ ସମ୍ମାନର ପ୍ରଶ୍ନ ହୋଇଥିଲା । ସେଥିପାଇଁ ବିଜେଡି ନେତାମାନେ ଅକ୍ଳାନ୍ତ ପରିଶ୍ରମ କରିଥିଲେ । ଏପରି ବିଜେଡି ସୁପ୍ରିମୋ ନବାନ ପଟ୍ଟନାୟକ ମଧ୍ୟ ପ୍ରଚାର ମୈଦାନକୁ ଓହ୍ଲାଇ ଦଳପାଇଁ ଭୋଟ ଭିକ୍ଷା କରିଥିଲେ । ଯାହାର ପିରଣାମ ସ୍ୱରୂପ ବର୍ଷା ସିଂ ବରିହା ପଦ୍ମପୁରରେ ବିପୁଳ ପରିମାଣରେ ଭୋଟ ପାଇ ବିଜୟୀ ହୋଇଥିଲେ ।

ପଦ୍ମପୁର ଉପନିର୍ବାଚନ ପାଇଁ ଗତ ନଭେମ୍ବର ୧୦ ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ଏହାପରେ ନଭ୍ମବର ୧୭ ତାରଖରେ ନାମାଅଙ୍କନ ପ୍ରତ ଦାଖଲର ଶେଷ ତାରିଖ ଥିବା ବେଳେ ନଭେମ୍ବର ୨୧ରେ ନାମାଅଙ୍କନ ପ୍ରତ ପ୍ରତ୍ୟାହାରର ଶେଷ ତାରିଖ ଥିଲା । ଏତିସହିତ ଚଳିତମାସ ୫ ତାରିଖରେ ବୋଟଗ୍ରହଣ ହୋଇଥିଲା । ତେବେ ବିଜେଡି ବିଧାୟକ ବିଜୟ ରଞ୍ଜନ ସିଂ ବରିହାଙ୍କ ମୃତ୍ୟୁପରେ ପଦ୍ମପୁର ବିଧାୟକ ଆସନ ଖାଲି ପଡିଥିଲା । ଫଳରେ ସେହି ପଦକୁ ହାତେଇବା ପାଇଁ ୩ ଦଳର ନେତା ଅକ୍ଳାନ୍ତ ପରିଶ୍ରମ କରିଥିଲେ । ଶେଷରେ ଶାସକ ଦଳ ବିଜେଡି ଏହି ପଦକୁ ନିଜ ନାଁରେ କରିଥିଲେ । ତେବେ ଏଥିପାଇଁ ମୁଖ୍ୟମନ୍ତ୍ରୀ ପଦ୍ମପୁରବାସୀଙ୍କୁ ଧନ୍ୟବାଦ ଜଣାଇବା ସହ ବିରୋଧୀ ଦଳର ନେତାମାନଙ୍କୁ କଡା ସମାଲୋଚନା ମଧ୍ୟ କରିଥିଲେ । ଏଥିସହିତ ନିର୍ବାଚନ ସମୟରେ ଦିଆଯାଇଥିବା ସମସ୍ତ ପ୍ରତିଶୃତିକୁ ପୁରଣ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

Get real time updates directly on you device, subscribe now.