fbpx

ଅଳିଆରୁ ମିଳିଥିବା ଜିନ୍ସକୁ ନେଇ ପାଗଳ ହେଲେ ଲୋକ: ୯୪ ଲକ୍ଷରେ ହେଲା ବିକ୍ରି !

ନୂଆଦିଲ୍ଲୀ: ଏକ ଜାହାଜର ଧ୍ୱଂସାବଶେଷରୁ ମିଳିଥିବା ଜିନ୍ସ ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଧ୍ୱଂସାବଶେଷରୁ ମିଳିଥିବା ଜିନ୍ସକୁ ନେଇ ଲୋକଙ୍କ ମଧ୍ୟରେ ପାଗଳାମୀ ଦେଖିବାକୁ ମିଳିଛି । ଏପରିକି ଏହାକୁ ନେବା ପାଇଁ ନିଲାମ ଡକାଯାଇଥିଲା, ଯେଉଁଠାରେ ଏହା ପ୍ରାୟ ୯୪ ଲକ୍ଷ ଟଙ୍କାରେ ବିକ୍ରି ହୋଇଛି । ନିଲାମର ଅଧିକାରୀମାନେ କହିଛନ୍ତି ଯେ, ଏହା ଦୁନିଆର ସବୁଠାରୁ ପୁରୁଣା ଜିନ୍ସ ।

ମିଳିଥିବା ସୂଚନା ଅନୁସାରେ, ଏକ ଜାହାଜ ୧୮୫୭ ମସିହାରେ ବୁଡ଼ିଯାଇଥିଲା । ଏହି ଜାହାଜର ଅଳିଆରୁ ଏହି ଜିନ୍ସଟି ଆମେରିକାର ନର୍ଥ କ୍ୟାରୋଲିନାରୁ ମିଳିଛି । ୫ଟି ବଟନ୍ ଥିବା ଏହି ଧଳା ପ୍ୟାଣ୍ଟକୁ ନେଇ ଏକ ସନ୍ଦେହ ମଧ୍ୟ ରହିଛି କି, ଏହାକୁ କେଉଁ କମ୍ପାନୀ ତିଆରି କରିଛି ?

ଜିନ୍ସକୁ ଲେଭି ଷ୍ଟ୍ରସ୍ କମ୍ପାନୀ ତିଆରି କରିଥିବା କିଛି ଲୋକ କହିଛନ୍ତି । କିନ୍ତୁ ଅଧିକାରୀ ସ୍ତରରେ ଲେଭି ଷ୍ଟ୍ରସ୍ ଆଡ୍ କମ୍ପାନୀର ପ୍ରଥମ ଜିନ୍ସ ୧୮୭୩ରେ ତିଆରି ହୋଇଥିଲା । କିନ୍ତୁ ଏହି ଜିନ୍ସ ତା’ଠାରୁ ୧୬ ବର୍ଷ ପୁରୁଣା ବୋଲି କୁହାଯାଇଛି ।

କିନ୍ତୁ ସନ୍ଦେହ ଭିତରେ ପକ୍କା ହୋଇଛି କି, ଏହି ଜିନ୍ସକୁ ୧୨ ସେପ୍ଟେମ୍ବର ୧୮୫୭ ପୂର୍ବରୁ ତିଆରି କରାଯାଇଥିଲା । କାହିଁକି ନା ଏହି ଜାହାଜଟି ଏକ ଝଡ଼ ଯୋଗୁଁ ୧୨ ସେପ୍ଟେମ୍ବର ୧୮୫୭ରେ ବୁଡ଼ିଯାଇଥିଲା ।

Get real time updates directly on you device, subscribe now.