fbpx

(VIDEO) ସାଇକେଲ ଚଳାଇବା ସମୟରେ ପବନରେ ଉଡିଲେ ବ୍ୟକ୍ତି; ଭାଇରାଲ ହେଉଛି ଭିଡିଓ

ଦିନକୁ ଦିନ ସମାଜରେ ସୋସିଆଲ ମିଡିଆର ଚାହିଦା ବୃଦ୍ଧି ପାଇବାର ଲାଗିଛି । ଅଭିନେତା ଠାରୁ ଆରମ୍ଭ କରି ରାଜନେତା, ଏପରି କି ସାଧାରଣ ଜନତାଙ୍କ ପ୍ରର୍ଯ୍ୟନ୍ତ ସମସ୍ତେ ସୋସିଆଲ ମିଡିଆରେ ବ୍ୟସ୍ତ ରହୁଥିବା ଦେଖିବାରକୁ ମିଳୁଛି । ଏଥିସହିତ ଏହି ସୋସିଆଲ ମିଡିଆରେ ପ୍ରତ୍ୟେକ ଦିନ କିଛି ନା କିଛି ଭାଇରାଲ ହେଉଛି । ସେଥିମଧ୍ୟରୁ କିଛି ଭିଡିଓ ଲୋକଙ୍କୁ ହସର ଖୋରାକ ଯୋଗାଉଥିବା ବେଳେ କିଛି ଭିଡିଓ ଲୋକଙ୍କୁ ଆଶ୍ଟର୍ଯ୍ୟ ଚକିତ କରିଦିଏ । ତେବେ ପୂର୍ବରୁ ଏପରି ଭିଡିଓ ଅନେକ ଭାଇରାଲ ହୋଇଥିବା ବେଳେ ବର୍ତ୍ତମାନ ମଧ୍ୟ ସେହିପରି ଏକ ଭିଡିଓ ଭାଇରାଲ ହେଇଛି । ଯେଉଁଠାରେ ଜଣେ ବ୍ୟକ୍ତି ସାଇକେଲ ଚଲାଉ ଚଲାଉ ହଠାତ୍ ପବନରେ ଉଡିବାକୁ ଲାଗିଛନ୍ତି । ଯାହାର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାର ଲାଗିଛି । ତେବେ ଏହି ଭିଡିଓକୁ ଦେଖିବା ପରେ ଅନେକ ଲୋକ ଏହାକୁ ବିଶ୍ୱାସ କରିପାରୁନାହାନ୍ତି । ବର୍ତ୍ତମାନ ଆସନ୍ତୁ ଜାଣିବା ଏ ସମ୍ପର୍କରେ…

କଣ ଆପଣ କେବେ ସାଇକେଲ ଚଲାଇବା ସମୟରେ ପବନରେ ଉଡିଛନ୍ତି କି କିମ୍ବା କାହାକୁ ଏପରି ଉଡିବାର ଦେଖିଛନ୍ତି କି? ଯଦି ଆପଣ ଏପରି କିଛି ଦେଖି ନାହାନ୍ତି ,ତେବେ ଆମେ ଆଜି ଆପଣଙ୍କୁ ସେହିପରି ଏକ ଭିଡିଓ ଦେଖାଇବାକୁ ଯାଉଛୁ । ଯାହାକୁ ଦେଖିବା ପରେ ଆପଣ ମଧ୍ୟ ବିଶ୍ୱାସ କରିପାରିବେ ନାହିଁ କି ପବନରେ କିପରି ସାଇକେଲ ଉଡୁଛି । ତେବେ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଭିଡିଓରେ କିଛି ଲୋକ ଫାଲିଙ୍ଗ ସାଇକେଲ ଉପରେ କାମ କରୁଥିବା ଦେଖିବାକୁ ମିଳିଛି । ଯେଉଁଥିରେ ଜଣେ ବ୍ୟକ୍ତି ପଲିଥିନ୍ ପରି କୌଣସି ଏକ ଜିନିଷରେ ନିଜକୁ ଆବଦ୍ଧ କରିଛି । ଯାହାର ପାଇଡେଲ ମାରିବାର କିଛି ସମୟପରେ ତାହା ଉଡିବାକୁ ଲାଗୁଛି ।

ତେବେ ଉଡିଥିବା ସେହି ସାଇକେଲ ପଛରେ ବିମାନରେ ଥିବା ପଙ୍ଖା ପରି ପଙ୍ଖା ମଧ୍ୟ ରହିଛି । ଯାହା ଦର୍ଶାଉଛି ଯେ ଏହା ସାହାର୍ଯ୍ୟରେ ସାଇକେଲଟି ଉଡୁଛି । ତେବେ ଏହି ସାଇକେଲ ଉଡିବା ସମୟର ଭିଡିଓ ଟ୍ୱିଟରରେ ଭାଇରାଲ ହେଉଛି । ଯାହାକୁ @jamshed_mohamed ନାମକ ଆକାଉଣ୍ଟରୁ ସେୟାର କରାଯାଇଛି ।ଏଥିସହିତ ସେହି ଭିଡିଓ ରେ କ୍ୟାପସନ ଦିଆଯାଇ ଲେଖାହୋଇଛି , ‘ଏହି ବ୍ୟକ୍ତି ଜଣକ ସାଇକେଲ ଚଲାଇବା ସମୟରେ ଏକ ବିବାନ ଉଡାଇବାକୁ ପ୍ରୟାସ କରିଛନ୍ତି’ । ଯାହାକି ଏକ ମଲ୍ଟି ଟାକ୍ସିଙ୍ଗ କାମ । ତେବେ ଏହି ଭିଡିଓଟି ସେୟାର ହେବା ପରଠାରୁ ଏହାକୁ ଅନେକ ଲୋକେ ଲାଇକ୍ କରିଥିବା ବେଳେ ବିଭିନ୍ନ କମେଣ୍ଟ ମଧ୍ୟ ଆସୁଛି । ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଭିଡିଓକୁ ୧.୭୦ ଲକ୍ଷରୁ ଅଧିକ ଲୋକ ଦେଖି ସାରିଛନ୍ତି ।

Get real time updates directly on you device, subscribe now.