fbpx

ରିସର୍ଚ୍ଚରୁ ବଡ ଖୁଲାସା: ସ୍ମାର୍ଟଫୋନ କାରଣରୁ ଖରାପ ହେଉଛି ୮୮ ପ୍ରତିଶତ ଲୋକଙ୍କ ବୈବାହିକ ସମ୍ପର୍କ

ନୂଆଦିଲ୍ଲୀ: ଆଜିକାଲି ଟେକନୋଲୋଜି ଏବଂ ସ୍ମାର୍ଟ ଫୋନ ପ୍ରତ୍ୟେକ ବ୍ୟକ୍ତି ଜୀବର ଏକ ଅଶଂ ପାଲଟି ଯାଇଛି । ଯାହାର ଅନେକ ଖରାପ ପ୍ରଭାବ ବର୍ତ୍ତମାନ ସାମ୍ନାକୁ ଆସିଛି । ଫଳରେ ଅନେକ ସମ୍ପର୍କ ଖାସ କରି ବୈବାହିକ ସମ୍ପର୍କ ଏହି ସ୍ମାର୍ଟ ଫୋନ କାରଣରୁ ଖରାପ ହେଉଛି । ତେବେ ଏନେଇ ସ୍ମାର୍ଟ ଡିଭାଇସ୍ ନିର୍ମାତା ଭିଭୋ (ଭିଭୋ ଇଣ୍ଡିଆ) ଙ୍କ ଦ୍ୱାରା ହୋଇଥିବା ଏକ ଅଧ୍ୟୟନରେ ଏହା ପ୍ରକାଶ ପାଇଛି । ତେବେ ସ୍ମାର୍ଟଫୋନର ଅତ୍ୟଧିକ ବ୍ୟବହାର କାରଣରୁ ଭାରତରେ ବୈବାହିକ ସମ୍ପର୍କ ବିଗିଡି ଯାଉଛି। ଦିଲ୍ଲୀ, ମୁମ୍ବାଇ, କୋଲକାତା, ଚେନ୍ନାଇ, ହାଇଦ୍ରାବାଦ, ବାଙ୍ଗାଲୋର, ଅହମ୍ମଦାବାଦ ଏବଂ ପୁଣେରେ ୧୦୦୦ ସ୍ମାର୍ଟଫୋନ୍ ବ୍ୟବହାରକାରୀଙ୍କ ସର୍ଭେ ଆଧାରରେ ଏହି ଅଧ୍ୟୟନ କରାଯାଇଛି ।

ମିଳିଥିବା ରିପୋର୍ଟ ଅନୁଯାୟୀ, ସାଇବର ମେଡିଆ ରିସର୍ଚ୍ଚର ସହଯୋଗରେ ଭିଭୋ ଇଣ୍ଡିଆ ଦ୍ୱାରା ଏକ ‘ସୁଇଚ୍ ଅଫ୍’ ଅଧ୍ୟୟନ କରାଯାଇଥିଲା । ଯାହାର ବିଷୟ ଥିଲା ‘ସ୍ମାର୍ଟଫୋନ୍ ଏବଂ ମାନବ ସମ୍ପର୍କ ଉପରେ ଏହାର ପ୍ରଭାବ ୨୦୨୨’। ତେବେ ଏହି ଗବେଷଣାରୁ ଏହା ଜଣାପଡିଛି ଯେ ଭାରତରେ ୬୭ ପ୍ରତିଶତ ଲୋକ ସ୍ୱାମୀ କିମ୍ବା ସ୍ତ୍ରୀ ପରସ୍ପର ସହିତ ସମୟ ବିତାଉଥିଲେ ମଧ୍ୟ ଫୋନରେ ଅଧିକ ସମୟ ବିତାଇଥାନ୍ତି । ଏଥିସହିତ ୮୯ ପ୍ରତିଶତ ଲୋକ ନିଜ ଜୀବନସାଥୀଙ୍କ ସହ ଆରାମରେ କଥାବାର୍ତ୍ତା କରିବାରେ କମ୍ ସମୟ ଅତିବାହିତ କରନ୍ତି ।

ଅଧ୍ୟୟନରୁ ଏହା ମଧ୍ୟ ଜଣାପଡିଛି ଯେ ୮୮ ପ୍ରତିଶତ ଲୋକଙ୍କ ବୈବବାହିକ ଜୀବନ ଏହି ସ୍ମାର୍ଟଫୋନର ବ୍ୟବହାର କିମ୍ବା ହସ୍ତକ୍ଷେପ କାରଣରୁ ଖରାପ ହେଉଛି । କାରଣ ସ୍ମାର୍ଟଫୋନ ବ୍ୟବହାର କାରଣରୁ ଉଭୟ ପରସ୍ପରକୁ ସମୟ ଦେଇ ପାରନ୍ତି ନାହିଁ ଏଥିସହିତ ଅଧିକ ସମୟ ଫୋନରେ ଅତିବାହିତ କରନ୍ତି । ଫଳରେ ଏହା ସମ୍ପର୍କ ଉପରେ ଖରାପ ପ୍ରଭାବ ପକାଇଥାଏ ।

ତେବେ ଅଧ୍ୟୟନରେ ଏହା ମଧ୍ୟ ପ୍ରକାଶ ପାଇଛି ଯେ, ଉଭୟ ସ୍ୱାମୀ ଏବଂ ସ୍ତ୍ରୀ ପ୍ରତ୍ୟେକ ଦିନ ସ୍ମାର୍ଟଫୋନରେ ହାରାହାରି ୪.୭ ଘଣ୍ଟା ବିତାଇଥାନ୍ତି । ଏହା ବ୍ୟତୀତ ୭୩ ପ୍ରତିଶତ ଲୋକ ମଧ୍ୟ ଏହାକୁ ସ୍ୱୀକାର କରିଛନ୍ତି ଯେ ସ୍ୱାମୀ କିମ୍ବା ସ୍ତ୍ରୀଙ୍କ ସହ ସମୟ ବିତାଇବା ପରିବର୍ତ୍ତେ ସେମାନେ ଫୋନରେ ଅଧିକ ସମୟ ବିତାଉଛନ୍ତି । ଯାହାଫଳରେ ପ୍ରାୟ ୭୦ ପ୍ରତିଶତ ଲୋକେ ଏହି ଘଟଣାକୁ ନେଇ ରାଗି ଯାଆନ୍ତି । ଯେଉଁକାରଣରୁ ସେମାନଙ୍କ ସମ୍ପର୍କରେ ଫାଟ ସୃଷ୍ଟି ହୋଇଥାଏ ।

ଅଧ୍ୟୟନରୁ ଏହା ଜାଣିବାକୁ ମିଳିଛି ଯେ ପ୍ରତ୍ୟେକ ସ୍ମାର୍ଟଫୋନ୍ ବ୍ୟବହାରକାରୀଙ୍କର ପ୍ରତିଦିନ ପ୍ରାୟ ଦେଢ ଘଣ୍ଟା ଖାଲି ସମୟ ଅଛି । ଯେଉଣ ସମୟରେ ସେମାନଙ୍କ ମଧ୍ୟରୁ ଅଧିକାଂଶ ଲୋକେ ପରିବାର ସହିତ ସେମାନଙ୍କର ଖାଲି ସମୟ ବିତାଇବାକୁ ପସନ୍ଦ କରନ୍ତି । କିନ୍ତୁ ପ୍ରାୟ୮୯ ପ୍ରତିଶତ ଲୋକେ ଖାଲି ସମୟ ପାଇଲେ ସ୍ମାର୍ଟଫୋନ ବ୍ୟବହାର କରିଥାନ୍ତି ।

Get real time updates directly on you device, subscribe now.