fbpx

ଖୁବଶୀଘ୍ର ପୂରଣ ହେବ ଆଦର୍ଶ ବିଦ୍ୟାଳୟରେ ଶିକ୍ଷକ ପଦ;୧୧୭୮ ପଦ ପୂରଣ ପାଇଁ ପ୍ରକ୍ରିୟା ଆରମ୍ଭ

ଭୁବନେଶ୍ୱର: ଖୁବ ଶୀଘ୍ର ରାଜ୍ୟରେ ଖାଲି ବିଭିନ୍ନ ଆଦର୍ଶ ବିଦ୍ୟାଳୟଗୁଡ଼ିକରେ ସମସ୍ତ ଶିକ୍ଷକ ପଦ ପୂରଣ ହେବ। ୧୧୭୮ ପଦ ପୂରଣ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଥିବାବେଳେ ଖୁବ ଶୀଘ୍ର ଏହାର ବିଜ୍ଞପ୍ତି ପ୍ରକାଶ ପାଇବ। ଏବଂ ‘ଏଡସିଲ୍‍ ଇଣ୍ଡିଆ’ ଦ୍ୱାରା ଚୟନ ପ୍ରକ୍ରିୟା ତ୍ୱରାନ୍ୱିତ ହେବ। ସରକାରୀ ସ୍ତରରେ ଏନେଇ ଅନୁମୋଦନ ମିଳିଥିବାବେଳେ ଚଳିତ ପର୍ଯ୍ୟାୟରେ ଖାଲିଥିବା ସମସ୍ତ ଶିକ୍ଷକ ପଦ ପୂରଣ ପାଇଁ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଂଗଠନ(ଓଏଭିଏସ୍‍) ପଦକ୍ଷେପ ଗ୍ରହଣ କରିଛି।

ତେବେ ୧୭୮ଟି ପଦ ମଧ୍ୟରୁ ୪୯୯ଟି ପଦ ଅନୁସୂଚିତ ଜନଜାତି, ୨୧୧ଟି ଅନୁସୂଚିତ ଜାତି, ୧୦୪ଟି ଏସଇବିସି ଏବଂ ୩୬୪ଟି ସାଧାରଣ ବର୍ଗଙ୍କ ପାଇଁ ଉଦ୍ଦିଷ୍ଟ ରହିବ। ପଦ ସଂରକ୍ଷିତ ପାଇଁ ଅନୁସୂଚିତ ଜାତି ଓ ଜନଜାତି ବିଭାଗ ସ୍ତରରେ ଅନୁମୋଦନ ମିଳିଥିବାବେଳେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ (ଏସଏସପିଡି)ର ଅନୁମତି ବାକି ରହିଛି। ୧୧୭୮ ପଦ ମଧ୍ୟରୁ ବିଭିନ୍ନ ବର୍ଗ ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହେଇଛି।
ତେବେ ଏଥିରେ ଅଧ୍ୟକ୍ଷଙ୍କ ପାଇଁ ଶହେଟି ପଦ ରହିଛି । ପିଜିଟି(ପୋଷ୍ଟ ଗ୍ରାଜୁଏଟ ଶିକ୍ଷକ) ବର୍ଗର୫୧ଟି ଇଂରାଜୀ ପଦ, ୬୨ଟି ଫିଜିକ୍ସ, ୪୧ଟି ବାୟୋଲଜି, ୨୫ଟି ବାଣିଜ୍ୟ,୧୧ଟି ଅର୍ଥନୀତି ଏବଂ ୬୧ ଲେଖାଏଁ କେମେଷ୍ଟ୍ରି ଓ ଗଣିତ ଶିକ୍ଷକ ନିଯୁକ୍ତି ପାଇବେ।

ସେହିପରି ଟିଜିଟି(ଟ୍ରେଣ୍ଡ୍‍ ଗ୍ରାଜୁଏଟ ଶିକ୍ଷକ) ବର୍ଗରେ ୧୬୩ଟି ଇଂରାଜୀ, ୩୩ଟି ବିଜ୍ଞାନ, ୧୦୮ଟି ଗଣିତ, ୮୧ଟି ସାମାଜିକ ବିଜ୍ଞାନ ଓ ଓଡ଼ିଆର ୮ଟି ଶିକ୍ଷକ ପଦ ପାଇଁ ଚୟନ ପ୍ରକ୍ରିୟା ଅନୁଷ୍ଠିତ ହେବ। ୨୦୫ଟି ପଦରେ କଳା ଶିକ୍ଷକ ନିଯୁକ୍ତି ପାଇବାକୁ ଥିବାବେଳେ ୭୯ ଜଣ କମ୍ପ୍ୟୁଟର ଶିକ୍ଷକ ଓ ୮୯ ଜଣ ଖେଳ ଶିକ୍ଷକ(ପିଇଟି) ନିଯୁକ୍ତି ପାଇବେ। ଏହା ପାଇଁ ଯୋଗ୍ୟ ପ୍ରାର୍ଥୀ ମାନେ ଅନଲାଇନ ଯୋଗେ ଆବେଦନ କରି ପାରିବେ। ଦକ୍ଷତା ପରୀକ୍ଷା ଅନୁଷ୍ଠିତ ହେବା ପରେ ନିଯୁକ୍ତି ସଂକ୍ରାନ୍ତୀୟ ସବିଶେଷ ତଥ୍ୟ ଓଏଭିଏସ୍‍ର ୱେବ୍‍ସାଇଟରେ ଉପଲବ୍ଧ ହେବ।

Get real time updates directly on you device, subscribe now.