fbpx

ଗୋବିନ୍ଦ ସାହୁ ଆତ୍ମହତ୍ୟା ମାମଲା: ଜେଲର ସିସିଟିଭି ଫୁଟେଜ ମାଗିଲା କ୍ରାଇମବ୍ରାଞ୍ଚ

ଭୁବନେଶ୍ୱର:ଗୋବିନ୍ଦ ସାହୁ ଆତ୍ମହତ୍ୟା ମାମଲାରେ ସିସିଟିଭି ଫୁଟେଜ ମାଗିଲା କ୍ରାଇମବ୍ରାଞ୍ଚ । ଜେଲ କର୍ତ୍ତୃପକ୍ଷଙ୍କୁ ସିସିଟିଭି ଫୁଟେଜ ମାଗିଲା କ୍ରାଇମବ୍ରାଞ୍ଚ । ସାଇଁଟିଫିକ ଟିମ ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ ଜବତ କରିବା ପରେ ଜେଲରୁ ସିସିଟିଭି ଫୁଟେଜ ମଗାଯାଇଛି । ତଦନ୍ତର ଅଗ୍ରଗତି ପାଇଁ ଏହି ଫୁଟେଜ ମଗାଯାଇଛି । ଜେଲରେ ଲାଗିଥିବା ୧୬ଟି ସିସିଟିଭି ଫୁଟେଜ ମଗାଯାଇଛି ।

ସେପଟେ ଗୋବିନ୍ଦ ସାହୁ ଆତ୍ମହତ୍ୟାକୁ ନେଇ ରାଜନୀତି ବଢ଼ିବାରେ ଲାଗିଛି । ତାଙ୍କ ପତ୍ନୀ ହତ୍ୟା ଅଭିଯୋଗ ଆଣିବା ପରେ ଏହି ମାମଲା ଅଧିକ ତଦନ୍ତ ଆରମ୍ଭ ହୋଇଛି । ତେବେ ସିସିଟିଭି ଫୁଟେଜରୁ କିଛି ସୂଚନା ମିଳିପାରେ ବୋଲି କ୍ରାଇମବ୍ରାଞ୍ଚ ଟିମ ଅନୁମାନ କରୁଛି । ଗୋବିନ୍ଦ ରହୁଥିବା ୧ନମ୍ପର ୱାର୍ଡରେ ସାଇଁଟିଫିକ ଟିମ କିଛି ଡକ୍ୟୁମେଣ୍ଟ ଆଉ ମେଡିସିନ ରିର୍ପୋଟ ପାଇଥିବାର ସୂଚନା ମିଳିଛି ।

ସିସିଟିଭ ଫୁଟେଜକୁ ସବୁ ଠାରୁ ଉପଯୁକ୍ତ ଏଭିଡିଏନ୍ସ ବୋଲି ଧରାଯାଏ ।କୋର୍ଟ ମଧ୍ୟ ଏହି କଥା ପ୍ରକାଶ କରିଛନ୍ତି । ଯଦି ଏଥିରେ କୌଣସି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମିଳିଲା ତେବେ ଏହା ଗୋବିନ୍ଦ ସାହୁ ଆତ୍ମହତ୍ୟା ମାମଲାକୁ କିଛି ଭିନ୍ନ ମୋଡ ଦେଇପାରେ ବୋଲି ଆଶା କରାଯାଉଛି ।

ସୂଚନାମୁତାବକ ମମିତା ମେହେର ଘଟଣାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ତାଙ୍କର କେସର ଶୁଣାଣି ଦିନ ଜେଲରେ ଆତ୍ମହତ୍ୟା କରିଥିବା ସୂଚନା ମିଳିଥିଲା । ସେ ଏକ ଗାମୁଛା ମାଧ୍ୟମରେ ଆତ୍ମହତ୍ୟା କରିଥିଲେ । ତେବେ କେଉଁ କାରଣରୁ ସେ ଆତ୍ମହତ୍ୟା କରିଲେ ତାହା ବିଷୟରେ ବର୍ତ୍ତମାନ ସୁଦ୍ଧା କୌଣସି ସୂଚନା ପୋଲିସ ହାତରେ ଲାଗି ନାହିଁ ।

Get real time updates directly on you device, subscribe now.