fbpx

୨୦ ସୁଦ୍ଧା ରାଜ୍ୟ ବିଜେପି ରାଜ୍ୟ ସଭାପତି ନିର୍ବାଚନ

ଭୁବନେଶ୍ୱ,୯ ।୧୨(ଓଡିଶା ଭାସ୍କର): ଡିସେମ୍ବର ୨୦ ସୁଦ୍ଧା ସରିବ ବିଜେପି ରାଜ୍ୟ ସଭାପତି ନିର୍ବାଚନ । ଏହାର ପରିଚାଳନା କରିବେ ନରେନ୍ଦ୍ର ସିଂ ତୋମାର ଓ ରାଜୀବ ପ୍ରତାପ ରୁଷ୍ଠି ।

ତେବେ ୧୪ରୁ ୧୬ ଯାଏ ୩୬ଟି ସାଙ୍ଗଠନିକ ଜିଲ୍ଲାରେ ନିର୍ବାଚନ ହେବ । ଡିସେମ୍ବର ୧୧ ଓ ୧୨ରେ ଜିଲ୍ଲା ଗସ୍ତ କରିବେ ପର୍ଯ୍ୟବେକ୍ଷଣ ।

ପୂର୍ବରୁ ୩୭ ହଜାରରୁ ୨୪ ହଜାର ୫୩୫ ବୁଥ୍ କମିଟିର ନିର୍ବାଚନ ସରିଛି । ୨୦୦୪ ମଣ୍ଡଳ କମିଟିରୁ ଅଧିକାଂଶରେ ନିର୍ବାଚନ ସରିଛି । ଏନେଇ ବିଜେପି ରାଜ୍ୟ ସହ ନିର୍ବାଚନ ଅଧିକାରୀ ସୁଦୀପ୍ତ ରାୟ ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.