fbpx

ରାଜନୈତିକ ସ୍ୱାର୍ଥ ନୁହେଁ, ଜନତାଙ୍କ ଭାବନାକୁ ଯୋଡୁଛି ରାହୁଲଙ୍କ ‘ଭାରତ ଯୋଡୋ ଯାତ୍ରା’

ନୂଆଦିଲ୍ଲୀ:ରାହୁଲ ଗାନ୍ଧୀ ଭାରତ ଯୋଡୋ ଯାତ୍ରାରେ କାହିଁ କେତେ ଲୋକମାନଙ୍କ ସହିତ ତ୍ରୃଣମୂଳସ୍ତରେ ଯୋଡି ହେଉଥିବାର ଦୃଶ୍ୟ ଦେଖିବାକୁ ମିଳୁଛି। ରାହୁଲଙ୍କ ଏହି ପଦ ଯାତ୍ରା ବର୍ତ୍ତମାନ ଦେଶର ରାଜନୀତି ଉପରେ ବହୁ ଫରକ ପକାଇଛି । ତେବେ ଏହି ଯାତ୍ରାକୁ ନେଇ ଏବେ ବିବାଦ ମଧ୍ୟ ଦେଖା ଦେଇଛି ।

ତେବେ ଆଜି କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ରାହୁଲ ଗାନ୍ଧୀଙ୍କ ଉପରେ ବର୍ଷିଛନ୍ତି । ସେ କହିଛନ୍ତି ସର୍ବପୂରାତନ ଦଳ ନିଜର ଅସ୍ଥିତ୍ୱ ବଞ୍ଚାଇବା ପାଇଁ ଏହି ଯାତ୍ରା ଆରମ୍ଭ କରିଛି । ଏହା ପଛରେ କେବଳ ରାଜନୈତିକ ସ୍ୱାର୍ଥ ରହିଛି । ଯେଉଁଠାରେ କି ଏହି ଯାତ୍ରାର ପ୍ରାରମ୍ଭରେ ହିଁ ରାହୁଲ କହିଥିଲେ ଏହି ପଦ ଯାତ୍ରା ପଛରେ କୌଣସି ରାଜନୈତିକ ଆଭିମୁଖ୍ୟ ନାହିଁ ।

ତୋମାର ଗଣମାଧ୍ୟମକୁ ସାକ୍ଷାତ ଦେଇ କହିଛନ୍ତି ଯେ ଭାରତକୁ ଯୋଡିବା ଆବଶ୍ୟକ ନାହିଁ । ଏହା ପୂର୍ବରୁ ହିଁ ଯୋଡି ହୋଇ ରହିଛି । ସମସ୍ତ ରାଜ୍ୟ ମାନଙ୍କ ଭିତରେ ଏକତା ରହିଛି । ଏହା ସହିତ ସେ କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ୱରେ ଯେଉଁ ନୂତନ ଭାରତ ନିର୍ମାଣ ହେଉଛି ତାହାକୁ ଦେଖି କଂଗ୍ରେସ ଦଳ ସହି ପାରୁ ନାହାନ୍ତି । ତେଣୁ ସେମାନେ ଏହିଭଳି କାର୍ଯ୍ୟ କରୁଛନ୍ତି । ଦେଶରେ କିପରି କୋଭିଡ ମାମଲା ବୃଦ୍ଧି ନ ପାଇବ ଏହାକୁ ଦୃଷ୍ଟିରେ ରଖି ବିଜେପି ତାର ଜନ ଆକ୍ରୋଶ ଯାତ୍ରାକୁ ସ୍ଥଗିତ କରିଲା କିନ୍ତୁ ସେମାନଙ୍କୁ କୌଣସି ଫରକ ପଡୁନାହିଁ ।

ତେବେ ଯାତ୍ରାର ବିଭିନ୍ନ ପର୍ଯ୍ୟାୟରେ ରାହୁଲଙ୍କ ସହ ଯୋଡି ହେଉଥିବା ଅନେକ ପଥଚରଙ୍କ ଫଟୋ ଭାଇରାଲ ହେଇଆସୁଛି । କିନ୍ତୁ ଆଜି ସୋସିଆଲ ମିଡିଆରେ ରାହୁଲଙ୍କ ଆଉ ଏକ ଫଟୋ ଭାଇରଲ ହେଉଛି ଯେଉଁଥିରେ ବୁର୍ଖାରେ ଥିବା ଯୁବତୀ ଜଣକ ରାହୁଲ ଗାନ୍ଧୀଙ୍କୁ ଏକ ମହାଦେବଙ୍କ ପ୍ରତିମା ଭେଟି ଦେଉଥିବାର ଦେଖିବାକୁ ମିଳିଛି । ଯାହା ସମସ୍ତଙ୍କର ମନକୁ ସ୍ପର୍ଶ କରିଛି । ଯେଉଁ ଠାରେ ଏହି ଯାତ୍ରାକୁ ନେଇ ଅନେକ ରାଜନୈତିକ ଟିପ୍ପଣୀ ଦିଆଯାଉଛି ସେଠାରେ ଏହି ଫଟୋ  ଯର୍ଥାଥତା ପ୍ରତିପାଦନ କରୁଛି ଯେ ସାଧାରଣ ଲୋକ ରାହୁଲଙ୍କ ସହ ଯୋଡି ହେବାକୁ ଚାହୁଁଛନ୍ତି । ଜାତି,ଧର୍ମ,ବର୍ଣ୍ଣ ନିର୍ବିିଶେଷରେ ରାହୁଲଙ୍କର ଏହି ଯାତ୍ରା ଏକ ମହାଯାତ୍ରାରେ ପରିଣତ ହେଇଛି । ଯାହା ପାଇଁ ସାଧାରଣ ଜନତା ରାହୁଲଙ୍କ ସହ ସ୍ୱତଃ ପ୍ରବୃତ ଭାବେ ଯୋଡି ହେବାକୁ ମନବଳାଉଛନ୍ତି ।

ସୂଚନାମୁତାବକ ଦେଶରେ ଏବେ କୋଭିଡ ରୋଗ ବୃଦ୍ଧିକୁ ନେଇ ଆଶଙ୍କା ପ୍ରକଟ ହେଉଥିବା ବେଳେ ରାହୁଲଙ୍କ ଏହି ଯାତ୍ରକୁ ରୋକିବା ପାଇଁ କେନ୍ଦ୍ରସ୍ୱାସ୍ଥ୍ୟ ମନ୍ତ୍ରୀ ଚିଠି ମାଧ୍ୟମରେ ସୂଚନା ଦେଇଛନ୍ତି । ଏଥିରେ କୁହାଯାଇଛି ଯାତ୍ରା ସମୟରେ କୋଭିଡ ପ୍ରୋଟୋକଲ ପାଳନ କରାଯାଉ, ମାସ୍କ ବ୍ୟବହାର କରାଯାଉ ନଚେତ୍ ଏହି ଯାତ୍ରାକୁ ସ୍ଥଗିତ କରାଯିବ। କିନ୍ତୁ ରାହୁଲ ଗାନ୍ଧୀ ଏହାକୁ କେନ୍ଦ୍ର ସରକାରଙ୍କ ଏକ ବାହାନା ବୋଲି କହିଛନ୍ତି । ସେ କେନ୍ଦ୍ରର କଥାକୁ ପାଳନ କରିନାହାନ୍ତି । ଏବଂ ତାଙ୍କର ଯାତ୍ରାକୁ ମଧ୍ୟ ସେ ବନ୍ଦ କରି ନାହାନ୍ତି ।

Get real time updates directly on you device, subscribe now.