fbpx

କରୋନା ଭାକ୍ସିନ୍ ପ୍ରସ୍ତୁତ କରିବାକୁ ଗଠନ ହେଲା ଟାସ୍କ ଫୋର୍ସ

ନୂଆଦିଲ୍ଲୀ: କରୋନା ଭାଇରସ୍ ସମ୍ପର୍କରେ ରିସର୍ଚ୍ଚ ଓ ଭ୍ୟାକ୍ସିନ୍ ପ୍ରସ୍ତୁତ ପାଇଁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ରବିବାର ରାତିରେ ଏକ ଉଚ୍ଚସ୍ତରୀୟ ଟାସ୍କ ଫୋର୍ସ ଗଠନ କରାଯାଇଛି । ଏହି ଟାସ୍କ ଫୋର୍ସରେ ନୀତି ଆୟୋଗ, ଆୟୁଷ, ଆଇସିଏମ୍ଆର୍, ସିଏସ୍ଆଇଆର୍, ଡିଆର୍ଡିଓ, ବିଜ୍ଞାନୀ ଓ କାରିଗରୀ କୌଶଳ ବିଭାଗର ସଦସ୍ୟଙ୍କୁ ସାମିଲ କରାଯାଇଛି । ବାୟୋ ଟେକ୍ନୋଲୋଜି ବିଭାଗ ଏହି ଟାସ୍କ ଫୋର୍ସରେ ସାମିଲ ଥିବା ସଦସ୍ୟଙ୍କ ମଧ୍ୟରେ ସମ୍ମନ୍ୱୟ ରକ୍ଷା କରିବ । ଏହି ଟିମ୍ ଅନ୍ତର୍ଜାତୀୟ ରିସର୍ଚ୍ଚରଙ୍କ ସହ ଯୋଗାଯୋଗରେ ରହି କରୋନା ପ୍ରତିହତ ପାଇଁ ପଦକ୍ଷେପ ନେବା ସହ ଟୀକା ପ୍ରସ୍ତୁତ ଓ ଏହାର ପରୀକ୍ଷଣ କରିବେ ।

Get real time updates directly on you device, subscribe now.