fbpx

ସନ୍ଧ୍ୟା ସୁଦ୍ଧା କମିବ ପିଆଜ ଟେନସନ୍, ଜାଣନ୍ତୁ କେଉଁ ତାରିଖ ସୁଦ୍ଧା କେତେ ହ୍ରାସ ହେବ ଦର

ଭୁବନେଶ୍ୱର,୯ ।୧୨(ଓଡିଶା ଭାସ୍କର): ପିଆଜ ଦର ବୃଦ୍ଧିକୁ ନେଇ ଚିନ୍ତିତ ଥିବା ଗ୍ରାହକଙ୍କ ପାଇଁ ଖୁସି ଖବର । ଆଜି ସନ୍ଧ୍ୟା ସୁଦ୍ଧା ରାଜ୍ୟରେ ୧୫ ଟଙ୍କା କମିବ ପିଆଜ ଦର । ଡିସେମ୍ବର ୧୫ ସୁଦ୍ଧା ୪୦ରୁ ୫୦ ଟଙ୍କା ଦରରେ ପିଆଜ ବିକ୍ରି ହେବ । ସେହିପରି ଡିସେମ୍ବର ୨୫ ସୁଦ୍ଧା ପିଆଜ ଦର ୨୦ରୁ ୨୫ ଟଙ୍କା ମଧ୍ୟରେ ରହିବ । ଏନେଇ ବ୍ୟବସାୟୀ ମହାସଂଘ ସଭାପତି ସୁଧାକର ପଣ୍ଡା ସୂଚନା ଦେଇଛନ୍ତି ।

ପିଆଜ ଦରକୁ ନେଇ ଆଜି ନିଜର ପ୍ରତିକ୍ରିୟା ରଖିଥିଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ । ସେ କହିଥିଲେ ଯେ, କେନ୍ଦ୍ର ସରକାର ଆମଦାନୀ କରୁଥିବା ପିଆଜ ସମୁଦ୍ରକୁ ଶଙ୍ଖେ । ଅଧିକ ପିଆଜ ଚାଷ ପାଇଁ କୃଷକଙ୍କୁ ପ୍ରୋତ୍ସାହନ ଦେବା ଉଚିତ । ଅଦିନିଆ ବର୍ଷା ଯୋଗୁଁ ଓଡ଼ିଶାରେ ଚାଷ ୨୬% କମ୍ ହୋଇଛି । ଜାନୁଆରି ପ୍ରଥମ ସପ୍ତାହ ସୁଦ୍ଧା ରାଜ୍ୟରେ କମିବ ପିଆଜ ଦର ।’

ଶସ୍ତାରେ ପିଆଜ ବିକିବା ପ୍ରସଙ୍ଗରେ କଂଗ୍ରେସକୁ କଟାକ୍ଷ କରିଛନ୍ତି ରଣେନ୍ଦ୍ର । ଏହା ସହ କଂଗ୍ରେସ ଶୂନ୍ୟରେ ପିଆଜ ଉତ୍ପାଦନ କରି ବିକିଲେ ବି ସ୍ୱାଗତ କରିବୁ ବୋଲି ସେ କହିଛନ୍ତି ।

Get real time updates directly on you device, subscribe now.