fbpx

ଭୟାବହ ଅଗ୍ନିକାଣ୍ଡରେ ଜଳିଗଲା ଲୁଗା ଗୋଦାମ, ଜଳିଗଲା ଲକ୍ଷାଧିକ ଟଙ୍କାର ଲୁଗା

ଭଦ୍ରକ:ଅଗ୍ନିକାଣ୍ଡରେ ଜଳିଗଲା ଲୁଗା ଗୋଦାମ । ଭଦ୍ରକ ଟାଉନ ଥାନା ନିକଟସ୍ଥ ଏକ ଲୁଗା ଗୋଦାମରେ ନିଆଁ ଲାଗି ଯାଇଛି । ତେବେ ସର୍ଟ ସର୍କିିଟିଙ୍ଗରୁ ଏହି ନିଆଁ ଲାଗିଛି ବୋଲି ସୂଚନା ମିଳିଛି । ଭୋରରୁ ନିଆଁ ଲାଗିଛି । ବର୍ତ୍ତମାନ ଅଗ୍ନିଶମ ବାହିନୀ ନିଆଁ ଲିଭାଇବାରେ ନିୟୋଜିତ ଅଛନ୍ତି । ଏହା ସହିତ ଲକ୍ଷାଧିକ ଟଙ୍କାର ଲୁଗା ପୋଡ଼ି
ନଷ୍ଟ ହୋଇଥିବା ସୂଚନା ମିଳିଛି । ୨ଟି ଦମକଳ ସାହାର୍ଯ୍ୟରେ ନିଆଁ ଲିଭାଯାଉଛି । ଏହା ସହିତ ୩୦ ହଜାର ଟଙ୍କାର ଗାମୁଛା ପୋଡି ହୋଇଯାଇଥିବାର ସୂଚନା ମଧ୍ୟ ମିଳିଛି । ବର୍ତ୍ତମାନ ସୁଦ୍ଧା ସମ୍ପୂର୍ଣ୍ଣ କ୍ଷତିର ଆକଳନ ହୋଇ ନାହିଁ ।

Get real time updates directly on you device, subscribe now.