fbpx

ଆପଣଙ୍କ ସ୍ମରଣ ଶକ୍ତି ବଢାଇବାକୁ ଚାହୁଁଛନ୍ତି କି? ପ୍ରତ୍ୟେକ ଦିନ ନାଚିବା ସହ କରନ୍ତୁ ଏହି ସବୁ କାର୍ଯ୍ୟ

ପ୍ରତ୍ୟେକ ଦିନ ଉଠିବା ଠାରୁ ଆରମ୍ଭ କରି ଶୋଇବା ପର୍ଯ୍ୟନ୍ତ ପ୍ରତ୍ୟେକ ବ୍ୟକ୍ତିର ସମସ୍ତ କାର୍ଯ୍ୟ ମସ୍ତିଷ୍କ ଦ୍ୱାରା ହିଁ ହୋଇଥାଏ । ଯଦି କୌଣସି ବ୍ୟକ୍ତିର ମସ୍ତିଷ୍କ କାମ କରେ ନାହିଁ କିମ୍ବା ଦୁର୍ବଳ ହୋଇଥାଏ ତେବେ ତାଙ୍କୁ ଶାରିରୀକ ଏବଂ ମାନସିକ ସମସ୍ୟା ଦେଇ ଗତି କରିବାକୁ ପଡିଥାଏ । ତେଣୁ ଜଣେ ବ୍ୟକ୍ତି ସାଧାରଣ ଏବଂ ସୁସ୍ଥ ଜୀବନଜାପନ କରିବାକୁ ହେଲେ ମସ୍ତିଷ୍କକୁ ସୁସ୍ଥ ରଖିବା ଏବଂ ଏହାର ଯତ୍ନ ନେବା ନିତ୍ୟାନ୍ତ ଆବଶ୍ୟକ । ତେବେ ଏପରି କିଛି ଏକ୍ସରସାଇଜ ଅଛି ଯାହାକୁ ପ୍ରତ୍ୟେକ ଦିନ କରିବା ଦ୍ୱାରା ମସ୍ତିଷ୍କ ସୁସ୍ଥ ରହିବା ସହ ସ୍ମରଣ ଶକ୍ତି ବୃଦ୍ଧି ପାଇଥାଏ । ବର୍ତ୍ତମାନଆସନ୍ତୁ ଜାଣିବା ସେହିସବୁ ଏକ୍ସରସାଇଜ ବିଷୟରେ…

୧-ଚାଲିବା: ସ୍ୱାସ୍ଥ୍ୟ ବିଶେଷଜ୍ଞମାନଙ୍କ ମତରେ ବସିବା କିମ୍ବା ଅଳଶୁଆପଣ ଦ୍ୱାରା ଆମ ସମ୍ରଣ ଶକ୍ତି ହ୍ରାସ ପାଇଥାଏ । ତେଣୁ ଏପରି ନକରି ସକାଳେ କିଛି ସମୟ ଚାଲିବା ଦ୍ୱାରା କିମ୍ବା ଅଫିସକୁ ଯିବା ସମୟରେ ଲିପ୍ଟ ବ୍ୟବହାର ନକରି ପାହାଚ ଚଢିବା ଦ୍ୱାରା ଆମ ଶରୀର କାର୍ଯ୍ୟକ୍ଷମ ହୋଇଥାଏ । ଯାହାକି ଆମ ମସ୍ତିଷ୍କ ଉପରେ ଭଲ ପ୍ରଭାବ ପକାଇଥାଏ । ଫଳରେ ସ୍ମରଣ ଶକ୍ତି ବୃଦ୍ଧି ପାଇଥାଏ । ଏତିସହିତ ଅନ୍ୟାନ୍ୟ ଶିରୀରିକ ଲାଭ ମଧ୍ୟ ମିଳିଥାଏ । ତେଣୁ ପ୍ରତ୍ୟେକ ଦିନ କିଛି ସମୟ ଚାଲିବା ଆମ ମସ୍ତିଷ୍କ ଏବଂ ଶରୀର ପାଇଁ ଖୁବ୍ ଲାଭ ଦାୟକ ।

୨-ସ୍କ୍ୱାଟ୍: ଆପଣଙ୍କ ମନର ସ୍ୱାସ୍ଥ୍ୟରେ ଉନ୍ନତି ଆଣିବା ପାଇଁ, ଆପଣ ଜିମ୍ ରେ କଠିନ ପରିଶ୍ରମ କରିବା ଆବଶ୍ୟକ କରନ୍ତି ନାହିଁ । ସ୍କ୍ୱାଟସ୍ ସହିତ ଘରେ ଏହା କରାଯାଇପାରିବ । ତେବେ ସ୍କ୍ୱାଟ୍ ଏପରି ଏକ ଏକ୍ସରସାଇଜ ଯାହାକି ନିଜ ଶରୀର ସମସ୍ତ ଓଜନକୁ ଗୋଡ ଦ୍ୱାରା ନିୟନ୍ତ୍ରଣ କରିବା । ଶକ୍ତି ଏବଂ ସନ୍ତୁଳନ ଗଠନ ପାଇଁ ସ୍କ୍ୱାଟସ୍ ସର୍ବୋତ୍ତମ କାର୍ଯ୍ୟଶୈଳୀ ମଧ୍ୟରୁ ଗୋଟିଏ । ଏହି ଏକ୍ସରସାଇଜ କରିବା ଦ୍ୱାରା ହାପି ହରମୋନ୍ ରିଲିଜ ହୋଇଥାଏ । ଫଳରେ ଏହା ଦ୍ୱାରା ନୂତନ ମସ୍ତିଷ୍କ କୋଷଗୁଡ଼ିକର ବିକଶିତ ହୋଇଥାଏ । ତଣୁ ପ୍ରତ୍ୟେକ ଦିନ କିଛି ସମୟ ଏହି ସ୍କ୍ୱାଟ ଏକ୍ସରସାଇଜ କରିବା ଉଚିତ୍ ।

୩-ଏରୋବିକ୍ ବ୍ୟାୟାମ:ଏରୋବିକ୍ ବ୍ୟାୟାମରେ ପହଁରିବା, ଡେଇଁବା, ଚାଲିବା ଏବଂ ସାଇକେଲ ଚଲାଇବା ଆଦି ସାମିଲ ରହିଛି । ଅନ୍ତର୍ଭୁକ୍ତ ଏହା କୌଣସି ରହସ୍ୟ ନୁହେଁ ଯେ ଏରୋବିକ ବ୍ୟାୟାମ ମସ୍ତିଷ୍କର ବାର୍ଦ୍ଧକ୍ୟ ପ୍ରକ୍ରିୟାକୁ ମନ୍ଥର କରିବାରେ ସାହାଯ୍ୟ କରିଥାଏ। ଅତିରିକ୍ତ ଭାବରେ, ଏହି ବ୍ୟାୟାମଗୁଡିକ ଆପଣଙ୍କ ମନୋବଳ, ସ୍ମୃତିଶକ୍ତି, ରୋଗପ୍ରତିରୋଧକ ଶକ୍ତି , ଜ୍ଞାନଗତ କାର୍ୟ୍ୟ ଏବଂ ଧ୍ୟାନକୁ ବଢାଇବାରେ ସାହାଯ୍ୟ କରେ । ଏହା ମସ୍ତିଷ୍କରେ ଉପସ୍ଥିତ ଥିବା ସ୍ନାୟୁ ସଂଯୋଗକୁ ଦୃଢ କରିଥାଏ ଏବଂ ଚାପକୁ ହ୍ରାସ କରିଥାଏ । ତେଣୁ ପ୍ରତିଦିନ ଏପରି ବ୍ୟାୟାମ କରିବା ଶରୀର ପାଇଁ ଖୁବ୍ ଲାଭ ଦାୟକ ହୋଇଥାଏ ।

୪-ନୃତ୍ୟ:ମନୋବଳ ଏବଂ ମାନସିକ ସ୍ୱାସ୍ଥ୍ୟରେ ଉନ୍ନତି ଆଣିବା ପାଇଁ ନୃତ୍ୟ ହେଉଛି ଏକ ସର୍ବୋତ୍ତମ ମସ୍ତିଷ୍କ ବ୍ୟାୟାମ । ଅନେକ ଗବେଷଣାରୁ ଏହା ଜଣାପଡିଛି ଯେ, ନୃତ୍ୟ ଡିମେନ୍ସିଆର ଆଶଙ୍କା ହ୍ରାସ କରିବାରେ ସାହାଯ୍ୟ କରିଥାଏ । ଏଥିସହିତ ସ୍ମୃତି ଶକ୍ତି ବୃଦ୍ଧି କରିବାରେ ସାହାଯ୍ୟ କରେ । ତେଣୁ ପ୍ରତ୍ୟେକ ବ୍ୟକ୍ତି ସବୁଦିନ କିଛି ସମୟ ମନ ଖୁସିରେ ନାଚିବା ଜରୁରୀ ।

୫-ନିଶ୍ୱାସ ପ୍ରଶ୍ୱାସ ଏକ୍ସରସାଇଜ: ଶ୍ୱାସକ୍ରିୟା ବ୍ୟାୟାମ ଆପଣଙ୍କ ଶରୀର ଏବଂ ମନ ପାଇଁ ଅନେକ ଉପକାର କରିଥାଏ । ଆପଣ ଏହାକୁ ଆରାମ ଦେବା, ମାଂସପେଶୀ ବୃଦ୍ଧି, ରକ୍ତଚାପ କମାଇବା, ହୃଦସ୍ପନ୍ଦନକୁ ନିୟନ୍ତ୍ରଣ କରିବା ଏବଂ ରକ୍ତ ଅମ୍ଳଜାନ ସ୍ତର ବୃଦ୍ଧି କରିବା ପାଇଁ ବ୍ୟବହାର କରିପାରିବେ । ଆପଣ ମସ୍ତିଷ୍କର ସୁସ୍ଥତା ପାଇଁଧୀର ଏବଂ ଗଭୀର ନିଶ୍ୱାସ ନେବା ଅଭ୍ୟାସ କରନ୍ତୁ । ଏହା ଆପଣଙ୍କ ଶରୀରକୁ ଅନେକ ଫାଇଦା ଯୋଗାଇବା ।

Get real time updates directly on you device, subscribe now.