fbpx

ରିସର୍ଚ୍ଚରୁ ଖୁଲାସା: ଗର୍ଭାବସ୍ଥାରେ ଭାତ ଖାଇବା କେତେ ଦୂର ଠିକ୍ , ଜାଣନ୍ତୁ କଣ କୁହନ୍ତି ବିଶେଷଜ୍ଞ

ଗୋଟିଏ ମହିଳା ପାଇଁ ଗର୍ଭଧାରଣ ହେଉଛି ତା ଜୀବନର ଏକ ଖାସ୍ ପର୍ଯ୍ୟାୟ। ଏକ ନୂଆ ଅତିଥିଙ୍କ ଆଗମନର ଖବର ମାତା ଓ ପିତାଙ୍କ ସମେତ ସମସ୍ତ ପରିବାର ସଦସ୍ୟଙ୍କ ହୃଦୟକୁ ଖୁସିରେ ଭରିଦିଏ । କିନ୍ତୁ ଖୁସି ଏବଂ ଆଶା ସହିତ ଗର୍ଭଧାରଣ ମହିଳାମାନଙ୍କ ପାଇଁ ଅନେକ ପ୍ରକାର ସମସ୍ୟା ମଧ୍ୟ ରହିଥାଏ । ବିଶେଷକରି ପ୍ରଥମ ଥର ମା’ ହେବାକୁ ଯାଉଥିବା ମହିଳାମାନେ କିପରି ନିଜର ଯତ୍ନ ନେବେ ଓ ଖାଇବାରେ କେଉଁ ଖାଦ୍ୟ ଖାଇବେ, ଏହା ବିଷୟରେ ଜାଣିନଥାନ୍ତି । ସେମାନଙ୍କ ମନରେ ଖାଜ୍ୟପେୟକୁ ନେଇ ଅନେକ ପ୍ରକାରର ଭୁଲ ଧାରଣା ରହିଥାଏ ।

ଅନେକ ଲୋକ ଗର୍ଭାବସ୍ଥା ସମୟରେ କିଛି ଜିନିଷ ଖାଇବାକୁ ମନା କରୁଥିବାବେଳେ ଅନେକ ଲୋକ ସେହି ଜିନିଷ ଖାଇବାକୁ ପରାମର୍ଶ ଦିଅନ୍ତି । ଏଭଳି ପରିସ୍ଥିତିରେ ଜଣେ ଗର୍ଭବତୀ ମହିଳା ଦ୍ୱନ୍ଦରେ ପଡିଥାନ୍ତି ଏବଂ ଅନେକ କ୍ଷେତ୍ରରେ ଭୁଲ ଜୀବନଶୈଳୀକୁ ଆପଣାଇ ନିଅନ୍ତି । ଯାହାଫଳରେ ପରବର୍ତ୍ତି ସମୟରେ ସେମାନଙ୍କୁ ଅନେକ ପ୍ରକାର ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥାଏ । ତେବେ ଏପରିସ୍ଥଳେ ଜଣେ ଗର୍ଭବତୀ ମହିଳା ଲୋକଙ୍କ କଥାକୁ ଅନ୍ଧ ଭାବରେ ବିଶ୍ୱାସ କରିବା ପରିବର୍ତ୍ତେ ଜଣେ ଭଲ ସ୍ୱାସ୍ଥ୍ୟ ବିଶେଷଜ୍ଞ ଏବଂ ଡାକ୍ତରଙ୍କ ପରାମର୍ଶ ନେବା ଅତ୍ୟନ୍ତ ଆବଶ୍ୟକ । ତେବେ ଅନେକ ଲୋକ ବିଶ୍ୱାସ କରନ୍ତି ଯେ ଗର୍ଭାବସ୍ଥା ସମୟରେ ଭାତ ଖାଇବା ଉଚିତ୍ । ତେବେ ଆସନ୍ତୁ ଜାଣିବା କ’ଣ ରହିଛି ସତ…

ଗର୍ଭାବସ୍ଥାରେ ଭାତ ଖାଇବା ନିରାପଦ କି?

ଗର୍ଭାବସ୍ଥାରେ ମା’ମାନଙ୍କୁ ଅଧିକ ପରିମାଣର ସୁସ୍ଥ ଏବଂ ସୁଶମ ଖାଦ୍ୟ ଖାଇବା ଆବଶ୍ୟକ । କାରଣ ଏହା ଶିଶୁର ବୃଦ୍ଧିରେ ସାହାଯ୍ୟ କରିବା ସହ ତାକୁ ସ୍ୱାସ୍ଥ୍ୟବାନ ରଖିଥାଏ । ଏଥି ସହିତ ଶକ୍ତି ସ୍ତରକୁ ବଜାୟ ରଖିବା ପାଇଁ ମା’ ଅଧିକ ଖାଦ୍ୟ ଖାଇବା ଉଚିତ୍ । ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ କହିବାନୁସାରେ, ଗର୍ଭାବସ୍ଥାରେ ଭାତ ଖାଇବା ସଂପୂର୍ଣ୍ଣ ସୁରକ୍ଷିତ । କିନ୍ତୁ ଅଧିକ ପରିମାଣରେ ନଖାଇ, ଆପଣ ନିୟନ୍ତ୍ରଣରେ ଭାତ ଖାଆନ୍ତୁ । କାରଣ ଭାରତ ଖାଇବା ଦ୍ୱାରା ଓଜନ ଦ୍ରୁତ ଗତିରେ ବୃଦ୍ଧି ପାଇଥାଏ । ତେବେ ଭାତକୁ ନିୟମିତ ଖାଦ୍ୟରେ ସାମିଲ କରିବାରେ କୌଣସି କ୍ଷତି ନାହିଁ କାରଣ ଅଥିରେ ଶ୍ୱେତସାର , ଭିଟାମିନ୍ସ, ମିନେରାଲ୍ସ ଏବଂ ମ୍ୟାଗ୍ନେସିୟମ୍ ପରି ଅତ୍ୟାବଶ୍ୟକ ପୋଷକ ତତ୍ତ୍ୱ ପ୍ରଚୁର ପରିମାଣରେ ରହିଥାଏ, ଯାହା ଉଭୟ ଶିଶୁ ଏବଂ ମା ପାଇଁ ଭଲ ହୋଇଥାଏ ।

କେଉଁ ଚାଉଳ ଭଲ ?

ଏବେ ଆପଣ ଭାବୁଥିବେ କି, ଧଳା ଏବଂ ବ୍ରାଉନ ଚାଉଳ ମଧ୍ୟରେ କେଉଁ ଚାଉଳ ଅଧିକ ଭଲ? ତେଣୁ ଏହାର ଉତ୍ତର ହେଉଛି ଉଭୟ ଚାଉଳ ସ୍ୱାସ୍ଥ୍ୟ ପାଇଁ ଭଲ । ଉଭୟ ପ୍ରକାରର ଚାଉଳରେ କ୍ୟାଲସିୟମ, ରାଇବୋଫ୍ଲାଭିନ, ଥିଏମାଇନ୍, ଫାଇବର ଏବଂ ଭିଟାମିନ୍ ଡି ଭରପୂର ହୋଇ ରହିଛି, ଯାହା ରୋଗ ପ୍ରତିରୋଧକ ଶକ୍ତିକୁ ବଢ଼ାଇଥାଏ । ବ୍ରାଉନ୍ ଚାଉଳ ଗର୍ଭାବସ୍ଥାରେ ହଜମ କରିବାରେ ମଧ୍ୟ ସାହାଯ୍ୟ କରେ କାରଣ ଏହା ଦ୍ରବୀଭୂତ ଫାଇବରରେ ପରିପୂର୍ଣ୍ଣ ହୋଇ ରହିଥାଏ ।ତେଣୁ ଗର୍ଭାବସ୍ଥାରେ ବ୍ରାଉନ ଚାଉଳର ଭାତ ଖାଇବା ସ୍ୱାସ୍ଥ୍ୟ ପାଇଁ ଅଧିକ ଭଲ ଏବଂ ଲାଭଦାୟକ ହୋଇଥାଏ ।

Get real time updates directly on you device, subscribe now.