fbpx

ପ୍ରତିଦିନ ପିଅନ୍ତୁ ଏହି ଜୁସ୍,ହାଡ ଶକ୍ତ ହେବା ସହ ବ୍ରଣ ଦୂର ହେବ

ନିଜ ସ୍ୱାସ୍ଥ୍ୟକୁ ନେଇ ସମସ୍ତେ ଚିନ୍ତା କରିଥାନ୍ତି । କିପରି ନିଜ ତ୍ୱଚା ସୁନ୍ଦର ଦେଖାଯିବ ସେଥିପାଇଁ ବିଭିନ୍ନ ପ୍ରକାର ବ୍ୟୁଟି ପ୍ରଡକ୍ଟସ୍ ମଧ୍ୟ ବ୍ୟବହାର କରିଥାନ୍ତି । କିନ୍ତୁ ତ୍ୱଚାକୁ ସୁନ୍ଦର ଓ ବିଭିନ୍ନ ପ୍ରକାର ସମସ୍ୟାରୁ ନିଜକୁ ସୁରକ୍ଷା ଦେବା ପାଇଁ ଆପଣ ଏକ ପ୍ରକାର ଜୁସ୍ ବ୍ୟବହାର କରିପାରିବେ । ଏହି ଜୁସ୍ ପିଇବା ଦ୍ୱାରା ଆପଣଙ୍କର ସ୍ୱାସ୍ଥ୍ୟ ସହିତ ଜଡ଼ିତ ଅନେକ ସମସ୍ୟା ଦୂର ହୋଇପାରିବ । ତେବେ ଏହି ଜୁସ ହେଉଛି ସପୁରୀ ଜୁସ୍ । ଏହି ଜୁସ୍ ପିଇବା ଦ୍ୱାରା ଶରୀରକୁ ଅନେକ ଉପକାର ମିଳିଥାଏ ।

ସପୁରୀ ଏମିତି ଏକ ଫଳ । ଯାହାକୁ ଖାଇବାକୁ ସମସ୍ତେ ପସନ୍ଦ କରନ୍ତି । ଖରାଦିନେ ଏବଂ ଶୀତଦିନେ ଏହା ପ୍ରଚୁର ପରିମାଣରେ ମିଳିଥାଏ । ଏଥିରେ ହାଇ ଫାଇଭର ଏବଂ ମିନେରାଲସ ପ୍ରଚୁର ପରିମାଣର ରହିଥାଏ । ଭିଟାମିନ ସି ମଧ୍ୟ ଅଧିକ ମାତ୍ରାରେ ଥାଏ । ଇମ୍ୟୁନିଟି ବଢ଼ାଇବାକୁ ସପୁରୀ ଜୁସ ବିଶେଷ ଫଳପ୍ରଦ ହୋଇଥାଏ । ଏହା ଶରୀରକୁ ଥଣ୍ଡା କରିଥାଏ । ଜଣେ ବ୍ୟକ୍ତି ସୁସ୍ଥ ରହିବାକୁ କଣ କଣ ନ କରେ । ସମସ୍ତ ପ୍ରକାରର ଉପାୟ ଆପଣାଏ । ବିଶେଷ କରି ଶୀତଦିନେ ସ୍ୱାସ୍ଥ୍ୟର ଯତ୍ନ ନେବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଏପରି ପରିସ୍ଥିତିରେ ଶରୀରରେ ଭିଟାମିନ୍ ଏବଂ ମିନେରାଲ୍ସ ଯାହା ଦରକାର, ତାହା ଶରୀରରେ କଦାପି ଅଭାବ ହେବା ଉଚିତ୍ ନୁହେଁ । ଶରୀରକୁ ଉପକାର କରୁଥିବା ଏହି ଜିନିଷ ମଧ୍ୟରୁ ଗୋଟିଏ ହେଉଛି ପାଇନାପଲ ତଥା ସପୁରୀ ଜୁସ୍ । ଏହା ଆପଣଙ୍କ ରୋଗ ପ୍ରତିରୋଧକ ଶକ୍ତି ଏବଂ ହଜମ ପାଇଁ ସବୁଠାରୁ ଫାଇଦା । ସପୁରୀ ଜୁସ୍ ହେଉଛି ବ୍ରୋମେଲାଇନ୍ ର ଏକମାତ୍ର ଖାଦ୍ୟ ଉତ୍ସ । ଶୀତଦିନେ ଘଟୁଥିବା ଅନେକ ରୋଗର ଚିକିତ୍ସା ପାଇଁ ଏହି ଏନଜାଇମ୍ ବ୍ୟବହୃତ ହୁଏ । ଏପରି ପରିସ୍ଥିତିରେ, ଆମେ ଆପଣଙ୍କୁ ଏଠାରେ କହିବୁ ସପୁରୀ ଜୁସ୍ ପିଇବା ଦ୍ୱାରା କଣ ଫାଇଦା ମିଳେ ।

କେଉଁ ଭିଟାମିନ୍ ଏବଂ ମିନେରାଲ୍ସ ମିଳିଥାଏ?
ସପୁରୀ ଜୁସ୍ରେ ଆଇରନ, ଭିଟାମିନ୍ ସି, ମାଙ୍ଗାନିଜ୍, କପର, ଫୋଲେଟ୍, ପୋଟାସିୟମ୍, ଭିଟାମିନ୍ କେ, ଭିଟାମିନ୍ ବି-୬, ଭିଟାମିନ୍ ବି -୧ (ଥିଏମାଇନ୍), କ୍ୟାଲସିୟମ୍, ଫସଫରସ୍, କୋଲାଇନ୍, ମ୍ୟାଗ୍ନେସିୟମ୍ ରହିଥାଏ ।

ଆର୍ଥାରାଇଟସରୁ ମୁକ୍ତି ମିଳେ
ସପୁରୀ ଜୁସ ପିଇବା ଦ୍ୱାରା ଆର୍ଥାରାଇଟସ ସମସ୍ୟା ଦୂର ହୋଇଥାଏ । ଏହାକୁ ପ୍ରତିଦିନ ପିଇବା ଆରମ୍ଭ କରନ୍ତୁ । ଏଥିରେ ଥିବା ଭିଟାମିନ-ଏ ଏବଂ ବେଟା କେରାଟିନ ଏହି ରୋଗରୁ ଉପଶମ ଦେଇଥାଏ । ଏବଂ ଏଥିରେ ଥିବା ଆଣ୍ଟି-ଇମ୍ଫ୍ଲିମେଣ୍ଟାରୀ ତତ୍ତ୍ୱ ବଥା ଦରଜ କମ କରିଥାଏ ।

ବ୍ରଣ ମୁକ୍ତ ହୁଏ: ଅନେକ ଲୋକ ଜାଣିପାରିବେ ନାହିଁ ଯେ ସପୁରୀ ରସ ପିଇବା ଦ୍ୱାରା ବ୍ରଣ ପରି ସମସ୍ୟାରୁ ମୁକ୍ତି ଦିଏ ଉଜ୍ୱଳ ତ୍ୱଚା ଫେରାଏ । ବୟସ ବଢିବା ସହିତ ଚର୍ମର ସତେଜ ରୁହେ । ଯଦି ଆପଣ ନିୟମିତ ଭାବେ ସପୁରୀ ଜୁସ୍ ପିଅନ୍ତି । ତେବେ ଏହା ଆପଣଙ୍କ ତ୍ୱଚାକୁ ସୁସ୍ଥ କୋମଳ ରଖିବ ।

ପେଟ ଯନ୍ତ୍ରଣାରୁ ଉପଶମ ମିଳେ: ଅନେକ ଥର କୌଣସି ଫାଷ୍ଟଫୁଡ୍ ଖାଇବା ଦ୍ୱାରା ପେଟ ଭାରୀ ହୋଇଯାଏ । ଏହା ପେଟକୁ ଯନ୍ତ୍ରଣା ଦିଏ । ଏହି ସମୟରେ ସପୁରୀ ଜୁସ କରି ପିଇବା ଦ୍ୱାରା ଆପଣଙ୍କୁ ପେଟ ଯନ୍ତ୍ରଣାରୁ ମୁକ୍ତି ଦେଇଥାଏ । ଏଥିରେ ହଜମ ପାଇଁ ଫାଇବର ଏବଂ ଭିଟାମିନ୍ ସି ର ଏକ ସମୃଦ୍ଧ ଉତ୍ସ ଥାଏ । ଯାହା ଖାଦ୍ୟ ହଜମ କରିବାରେ ସାହାଯ୍ୟ କରିଥାଏ । ଯଦି ଆପଣ ପ୍ରତିଦିନ ପିଅନ୍ତି ତାହାଲେ କୋଷ୍ଠକାଠିନ୍ୟ, ଗ୍ୟାସ୍ ଭଳି ସମସ୍ୟା ଦୂର ହୋଇଯିବ ।

ହାଡ଼ ମଜଭୁତ କରେ: ଦାନ୍ତ ଏବଂ ହାଡ଼ ମଜଭୁତ ପାଇଁ ଏହି ଜୁସ ଅତ୍ୟନ୍ତ ଉପକାରୀ । କାରଣ ଏହି ଜୁସରେ ଭରପୁର ମାତ୍ରାରେ କ୍ୟାଲସିୟମ, ମାଙ୍ଗାନିଜ ଅଧିକ ଥାଏ । ସେଥିପାଇଁ ଦାନ୍ତ ହାଡ଼ ମଜଭୁତ ହୋଇଥାଏ । ଯଦି ଆପଣଙ୍କ ଦାନ୍ତରେ ଦରଜ କି ବିନ୍ଧା ହେଉଛି ତେବେ ନିୟମିତ ଏହାର ଜୁସ ପିଅନ୍ତୁ ।

Get real time updates directly on you device, subscribe now.