fbpx

କରୋନା ଯୋଗୁଁ ଦେଶରେ ଲାଗିବ ‘ଲକଡାଉନ୍’: ଜାଣନ୍ତୁ ଭାଇରାଲ ମେସେଜର କ’ଣ ରହିଛି ସତ୍ୟତା

ନୂଆଦିଲ୍ଲୀ: ଚୀନ୍, ଜାପାନ, ଆମେରିକା, କୋରିଆ ସମେତ ଅନେକ ଦେଶରେ କରୋନା ଏକ ହଇଚଇ ସୃଷ୍ଟି କରିଛି । ଏହାକୁ ଦୃଷ୍ଟିରେ ରଖି ଭାରତରେ ମଧ୍ୟ ବିଶେଷ ସତର୍କତା ଅବଲମ୍ବନ କରାଯାଉଛି । କେନ୍ଦ୍ର ସରକାର ମଧ୍ୟ ରାଜ୍ୟମାନଙ୍କୁ ସଜାଗ ରହିବାକୁ କହିଛନ୍ତି । ଚୀନ୍ ସମେତ ଅନେକ ଦେଶର ଯାତ୍ରୀଙ୍କ ପାଇଁ ଆରଟି-ପିସିଆର ନେଗେଟିଭ୍ ରିପୋର୍ଟ ମଧ୍ୟ ବାଧ୍ୟତାମୂଳକ କରାଯାଇଛି । ଏହାରି ମଧ୍ୟରେ କରୋନା ବିଷୟରେ ଦେଶରେ ଅନେକ ପ୍ରକାରର ଗୁଜବ ପ୍ରଚାରିତ ହେଉଛି ।

ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ଖବର ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ କୁହାଯାଉଛି ଯେ କରୋନା କାରଣରୁ ଦେଶରେ ଲକଡାଉନ୍ ଲାଗିବ ଏବଂ ଆସନ୍ତା ୨୦ ଦିନ ସ୍କୁଲ / କଲେଜଗୁଡ଼ିକ ବନ୍ଦ ରହିବ । ଏହି ଭାଇରାଲ ଖବରକୁ ପିଆଇବିର ଫ୍ୟାକ୍ଟ ଚେକ୍ ୟୁନିଟ୍ ଫେକ୍ ବୋଲି କହିଛି ।

ଲକଡାଉନର ଫେକ୍ ଖବର ଭାଇରାଲ :-
ଟ୍ୱିଟରରେ ଏହାର ଜବାବ ଦେଇ ପିଆଇବିର ଫ୍ୟାକ୍ଟ ଚେକ୍ ୟୁନିଟ୍ କହିଛି ଯେ, ସୋସିଆଲ ମିଡିଆରେ ଅନେକ ଖବର ସେୟାର କରାଯାଇ ଦାବି କରାଯାଉଛିି ଯେ କୋଭିଡ୍ -୧୯ କାରଣରୁ ଦେଶରେ ଲକଡାଉନ୍ ଲାଗିବ ଏବଂ ସ୍କୁଲ / କଲେଜଗୁଡ଼ିକ ବନ୍ଦ ରହିବ । ପିଆଇବିର ଫ୍ୟାକ୍ଟ ଚେକ୍ ୟୁନିଟ୍ ଏହି ସମସ୍ତ ଦାବିକୁ ନକଲି କହିଛି । କୋଭିଡ ସହିତ ଜଡିତ କୌଣସି ସୂଚନା ବାଣ୍ଟିବା ପୂର୍ବରୁ ଏକ ଫ୍ୟାକ୍ଟ ଯାଞ୍ଚ କରନ୍ତୁ ।

Get real time updates directly on you device, subscribe now.