fbpx

ଛାତ୍ରଛାତ୍ରୀଙ୍କ ପାଇଁ ବଡ଼ ଖବର: ମାର୍ଚ୍ଚ ୧୦ରୁ ଆରମ୍ଭ ହେବ ମାଟ୍ରିକ୍ ପରୀକ୍ଷା, ସୂଚନା ଦେଲା ବୋର୍ଡ

ଭୁବନେଶ୍ୱର: ମାର୍ଚ୍ଚ ୧୦ରୁ ଆରମ୍ଭ ହେବ ମାଟ୍ରିକ ପରୀକ୍ଷା । ମାର୍ଚ୍ଚ ୧୦ରୁ ମାର୍ଚ୍ଚ ୧୭ ପର୍ଯ୍ୟନ୍ତ ହେବ ମାଟ୍ରିକ ପରୀକ୍ଷା । ପରୀକ୍ଷା ନେଇ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବୋର୍ଡ ସଭାପତି ରାମାସିସ ହାଜରା ସୂଚନା ଦେଇଛନ୍ତି ।

ସଭାପତିଙ୍କ ସୂଚନା ଅନୁସାରେ, ମଧ୍ୟମା ଓ ଏବଂ ରାଜ୍ୟ ମୁକ୍ତ ବିଦ୍ୟାଳୟ ପରୀକ୍ଷା ମଧ୍ୟ ୧୦ରୁ ୧୭ ମଧ୍ୟରେ ହେବ । ଖୁବଶୀଘ୍ର ଫର୍ମଫିଲପ ପାଇଁ ନୋଟିଫିକେସନ ଆସିବ ।  ସେହିପରି ଧନ୍ଦାମୂଳକ ଶିକ୍ଷାର ପ୍ରାକ୍ଟିକାଲ ପରୀକ୍ଷା ଫେବ୍ରୁଆରୀ ୧୫ରୁ ଆରମ୍ଭ ହେବ । ଏହି ପ୍ରାକ୍ଟିକାଲ ପରୀକ୍ଷା ଫେବ୍ରୁଆରୀ ୧୧ ଯାଏଁ ଚାଲିବ । ରାଜ୍ୟର ୫ଲକ୍ଷ ୪୩ ହଜାର ଛାତ୍ରାଛାତ୍ରୀ ମାଟ୍ରିକ୍ ପରୀକ୍ଷା ଦେବେ । ୩୦୨୯ଟି କେନ୍ଦ୍ରରେ ପରୀକ୍ଷା ହେବ ।

ସେହିପରି ନବମ ଶ୍ରେଣୀ ପାଇଁ ମଧ୍ୟ ତାରିଖ ଘୋଷଣା ହୋଇଛି । ଫେବ୍ରୁଆରୀ ୨୦ରୁ ୨୫ ପର୍ଯ୍ୟନ୍ତ ନବମ ପରୀକ୍ଷା ହେବ । ଫେବ୍ରୁଆରୀ ୨୨ରୁ ୨୮ ପର୍ଯ୍ୟନ୍ତ ନବମ ପରୀକ୍ଷା ମୂଲ୍ୟାୟନ ହେବ ।

ତେବେ ଏଥର ପରୀକ୍ଷାକୁ ନିର୍ଭୁଲ ଭାବେ କରାଯିବା ଲାଗି ପଦକ୍ଷେପ ନିଆଯାଇଛି ବୋଲି ସେ କହିଛନ୍ତି। ଏଥର ନେଡାଲ ସେଣ୍ଟରର ପରିବର୍ତ୍ତନ କରାଯିବ ନାହିଁ। ଏଯାଏ ମାଟ୍ରିକ୍ ପରୀକ୍ଷାର୍ଥୀଙ୍କ ପାଇଁ ଫର୍ମଫିଲଅପ୍ ତାରିଖ ଘୋଷିତ ହୋଇନାହିଁ। ଖୁବ୍ ଶୀଘ୍ର ଫର୍ମଫିଲଅପ୍ ତାରିଖ ଘୋଷଣା କରାଯିବ ବୋଲି ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦର ଉପସଭାପତି କହିଛନ୍ତି। ଏଥର ପିଲାମାନେ ଅନଲାଇନରେ ଫର୍ମଫିଲଅପ୍ କରିବେ।

ସୂଚନାଯୋଗ୍ୟ, କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ(ସିବିଏସ୍‌ଇ) ଅଧୀନ ଦଶମ ଛାତ୍ରଛାତ୍ରୀଙ୍କ ବୋର୍ଡ ପରୀକ୍ଷା ଫେବ୍ରୁଆରି ୧୫ରୁ ହେବ। କାଉନସିଲ୍‌ ଅଫ୍‌ ଇଣ୍ଡିଆନ୍‌ ସ୍କୁଲ ସାର୍ଟିଫିକେଟ୍‌ ପରୀକ୍ଷା(ସିଆଇଏସ୍‌ସିଇ) ଅଧୀନ ଦଶମ ପରୀକ୍ଷା ଫେବ୍ରୁଆରି ୨୭ରୁ। ମାତ୍ର ଓଡ଼ିଶାର ମାଧ୍ୟମିକ ଶିକ୍ଷା ପରିଷଦ(ବିଏସ୍‌ଇ) ଅଧୀନରେ ପଢ଼ୁଥିବା ସାଢ଼େ ୫ ଲକ୍ଷ ଛାତ୍ରଛାତ୍ରୀଙ୍କ ପରୀକ୍ଷା କେବେ ହେବ ସେନେଇ ଚର୍ଚ୍ଚା ଚାଲିଥିଲା। ଶିକ୍ଷାବିତମାନେ ଆକଳନ କରୁଥିଲେ ଯେ ଫେବ୍ରୁଆରି ଶେଷ ସପ୍ତାହରୁ ମାଟ୍ରିକ୍ ପରୀକ୍ଷା ଆରମ୍ଭ ହୋଇପାରେ। ମାତ୍ର ସେନେଇ ଆଉ ଦ୍ବନ୍ଦ୍ବ ନାହିଁ।

Get real time updates directly on you device, subscribe now.