fbpx

GDP ଅଭିବୃଦ୍ଧିର ଗତିରେ ଆସିବ ମନ୍ଥରତା! ୭% ହାରରେ ବୃଦ୍ଧି ପାଇବା ଆକଳନ କରୁଛନ୍ତି ସରକାର

ନୂଆଦିଲ୍ଲୀ: ମନ୍ଥର ଅଭିବୃଦ୍ଧି ହୋଇପାରେ ଦେଶର ଜିଡିପି। ଏହା ହେଉଛି ସରକାରଙ୍କ ଆକଳନ। ତଥ୍ୟ ଅନୁଯାୟୀ ୨୦୨୨-୨୩ ଆର୍ଥିକ ବର୍ଷରେ ଦେଶର ଅର୍ଥନୀତି ୭% ହାରରେ ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି। ଫେବୃଆରୀ ୧, ୨୦୨୩ ରେ ଲୋକସଭାରେ ସାଧାରଣ ବଜେଟ୍ ପୂର୍ବରୁ ଏହି ଗୁରୁତ୍ୱପୂର୍ଣ୍ଣ ପରିସଂଖ୍ୟାନ ପ୍ରକାଶ ପାଇଛି। ମାର୍ଚ୍ଚ ୩୧, ୨୦୨୨ ଶେଷ ହୋଇଥିବା ବର୍ଷରେ ଭାରତର ଜିଡିପି ୮.୭% ହାରରେ ବୃଦ୍ଧି ପାଇଥିଲା। ଏହି ପରିପ୍ରେକ୍ଷୀରେ, ୨୦୨୨-୨୩ ଆର୍ଥିକ ବର୍ଷରେ ଜିଡିପି ମନ୍ଥର ରହିପାରେ ବୋଲି ଆକଳନ କରାଯାଉଛି।

ଗତ ମାସରେ ରିଜର୍ଭ ବ୍ୟାଙ୍କ ବର୍ତ୍ତମାନର ଭୌଗୋଳିକ ନୀତି ଏବଂ ବିଶ୍ୱର ଆର୍ଥିକ ସ୍ଥିତିକୁ ନଜରରେ ରଖି ଜିଡିପି ଅଭିବୃଦ୍ଧିର ପୂର୍ବାନୁମାନକୁ ୭% ରୁ ୬.୮% କୁ ହ୍ରାସ କରି କରିଛି । ସେହିପରି ୨୦୨୨-୨୩ ପାଇଁ ବାସ୍ତବିକ ଜିଡିପି ଅଭିବୃଦ୍ଧି ୬.୮, ତୃତୀୟ ତ୍ରୈୟମାସରେ ୪.୪% ଏବଂ ଚତୁର୍ଥ ତ୍ରୈୟମାସରେ ୪.୨% ରହିବା ନେଇ ଆକଳନ କରିଥିଲା । ଏପ୍ରିଲ ମାସରେ ଆରବିଆଇ ଜିଡିପି ଆଭିବୃଦ୍ଧି ଆକଳନକୁ ୭.୮ରୁ ହ୍ରାସ କରି ୭.୨% ଏବଂ ଗତ ବର୍ଷ ସେପ୍ଟେମ୍ବରରେ ପୁଣିଏହାକୁ ହ୍ରଅସ କରି ୭% କରି ଦେଇଥିଲା ।

ପୁର୍ବରୁ ଆନ୍ତର୍ଜାତୀୟ ମୁଦ୍ରା ପାଣ୍ଠି(ଆଇଏମଏଫ) ମଧ୍ୟ ଜୁଲାଇ ୨୦୨୨ରେ ଜିଡିପି ଅଭିବୃଦ୍ଧି ଆକଳନ ୭.୪% ରୁ ହ୍ରାସ କରି ୬.୮% କରି ଦେଇଥିଲା । ସେହିପରି ଘରୋଇ କ୍ଷେତ୍ରରେ ଉତ୍ପାଦନ ବୃଦ୍ଧିକୁ ଦୃଷ୍ଟିରେ ରଖି ବିଶ୍ୱବ୍ୟାଙ୍କ ମଧ୍ୟ ୬.୫% ରୁ ବୃଦ୍ଧି କରି ୬.୯% କରିଥିଲା । ସେହିପରି ଏସିଆ ଡେଭେଲପମେଣ୍ଟ ବ୍ୟାଙ୍କ ଆର୍ଥୀକ ବର୍ଷ ୨୦୨୨-୨୩ ପାଇଁ ଭାରତର ବିକାଶ ହାର ୭%ରେ ସ୍ଥିର ରଖିଥିଲା ।

Get real time updates directly on you device, subscribe now.